ଲକ୍‌ଡାଉନ୍‌ ଉଠିବାର ୩ ଦିନ ଭିତରେ ଆରମ୍ଭ ହେବ ମାଟ୍ରିକ୍ ଖାତା‌ ମୂଲ୍ୟାୟନ, ସୂଚନା ଦେଲେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି

କଟକ, ୨୮/୪: ଯେପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଳବତ୍ତର ରହିଛି ସେପର୍ଯ୍ୟନ୍ତ ମାଟ୍ରିକ୍‌ ପରୀକ୍ଷାଖାତାର ମୂଲ୍ୟାୟନ ହୋଇପାରିବ ନାହିଁ । ଲକ୍‌ଡାଉନ୍‌ କଟକଣା କୋହଳ ହେବା ମାତ୍ରେ ଆମେ ୩ ଦିନ ବ୍ୟବଧାନରେ ମୂଲ୍ୟାୟନ ଆରମ୍ଭ କରିବୁ । ଏଥିପାଇଁ ପ୍ରସ୍ତୁତ ହୋଇରହିଛୁ ବୋଲି କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ସଭାପତି ରାମାଶିଷ ହାଜରା । ଏଥିପାଇଁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆଜିଠୁ ବୋର୍ଡର ବିଭିନ୍ନ ଜୋନ କାର୍ଯ୍ୟାଳୟକୁ ଦଶମ ଶ୍ରେଣୀ ବହି ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ ସୂଚନା ମଧ୍ୟ ଦେଇଛନ୍ତି ।

ଶ୍ରୀ ହାଜରା ଦେଇଥିବା ସୂଚନା ମୁତାବକ, ମୁଖ୍ୟ ମୂଲ୍ୟାୟନ କେନ୍ଦ୍ରର ଆଖପାଖରେ ଅତିରିକ୍ତ ୨ରୁ ୩ଟି ମୂଲ୍ୟାୟନ କେନ୍ଦ୍ର କରାଯିବ । କେନ୍ଦ୍ରରେ ଖାତା ଦେଖା ସରିବା ମାତ୍ରେ ମୂଳ କେନ୍ଦ୍ରକୁ ଉତ୍ତର ଖାତାଗୁଡ଼ିକୁ ଅଣାଯାଇ ସେଠାରେ ଖାତାର ନମ୍ବରକୁ କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯିବ । ପୂର୍ବରୁ ୧୫ ହଜାର ପରୀକ୍ଷକ ମୂଲ୍ୟାୟନରେ ନିୟୋଜିତ ହୋଇଥିବା ବେଳେ ଅପେକ୍ଷା ତାଲିକାରେ ଥିବା ପାଖାପାଖି ଆଉ ୫ ହଜାର ପରୀକ୍ଷକଙ୍କୁ ମୂଲ୍ୟାୟନରେ ସାମିଲ କରାଯିବ । ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କରେ ସାନିଟାଇଜର୍‌, ସାବୁନ ରଖାଯିବା ସହ ସାମାଜିକ ଦୂରତ୍ୱ ରଖାଯିବ । ୨୦୨୦-୨୧ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀ ବହି ଯୋଗାଇଦେବା ପାଇଁ ଆଜିଠୁ ବିଭିନ୍ନ ଜୋନ କାର୍ଯ୍ୟାଳୟକୁ ବହି ପଠା ଆରମ୍ଭ ହୋଇଛି । ଆଜି ସମ୍ବଲପୁର ଓ ବ୍ରହ୍ମପୁର ଜୋନକୁ ପାଖାପାଖି ୧୫ ହଜାର ବହି ପଠାଯାଇଥିବା ବେଳେ କାଲିଠୁ ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁର ଜୋନକୁ ପଠାଯିବ ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…