ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ନୂଆଦିଳ୍ଳୀ,୨୯।୫:ଦେଶରେ କରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ଲକଡାଉନ୍ ୪.୦ର ସମୟ ୩୧ ମଇକୁ ଶେଷ ହେଉଛି।୧ ଜୁନରୁ କ’ଣ ଲକଡାଉନ୍ ୫ ଲାଗୁ ହେବ ନା ନାହିଁ? ଏହା ଉପରେ ସମସ୍ତଙ୍କର ନଜର ରହିଛି। ଏହା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ଟାସ୍କ ଫୋର୍ସର ଦୁଇଟି ପ୍ୟାନେଲରେ ଲକଡାଉନ୍ ଉପରେ ରିପୋର୍ଟ ଦେଇଛି, ଯେଉଁଥିରେ ଲକଡାଉନ୍ ଖୋଲିବାର ପରାମର୍ଶ ଦେଇଛନ୍ତି।

କୋଭିଡ୍ ଟାସ୍କ ଫୋର୍ସର ଦୁଇଟି ପ୍ୟାନେଲର ନେତ୍ୟତ୍ବ ନେଉଥିବା ସିକେ ମିଶ୍ର ଓ ଡ.ବିକେ ପଲ କରୁଛନ୍ତି। ଦୁଇଟି ପ୍ୟାନେଲ ଲକଡାଉନ୍ ୪.୦ କିଭଳି ଭାବରେ ବାହାରିଯିବ, ତାହା ଉପରେ ଏକ ରିପୋର୍ଟ ଦେଇଛନ୍ତି।  ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଲକଡାଉନ୍ ହଟାଯାଇ ହେବ, କିନ୍ତୁ ସ୍କୁଲ-କଲେଜ-ମଲ୍ ଏବଂ ଧାର୍ମିକ ସ୍ଥଳ ଭଳି ସ୍ଥାନ ଗୁଡିକ ଏବେ ବନ୍ଦ ରଖିବା ଠିକ୍ ହେବ। ଅନ୍ତର୍ଜାତୀୟ ବିମାନକୁ ନେଇ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ।

ଏହାଛଡା ଯେଉଁ ଜିଲ୍ଲାରେ କରୋନା ଭାଇରସ୍ ସବୁଠାରୁ ଅଧିକ , ସେଠାରେ ନିୟକୁ ଅଧିକ କଡା କଡି କରିବାକୁ ପରାମର୍ଶ  ଦିଆଯାଇଛି। ଏବେ ଏହା କେବଳ ପ୍ୟାନେଲ ପକ୍ଷରୁ ଦିଆଯାଇଥିବା ପରାମର୍ଶ ଅଟେ। ଏହା ଉପରେ ଅନ୍ତିମ ନି​‌ଷ୍ପତ୍ତି ଗୃହମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ହିଁ ନେବେ। ଗୃହମନ୍ତ୍ରଣାଳୟ ପକ୍ଷରୁ ୧୧ଟି ପ୍ୟାନେଲ ତିଆରି କରାଯାଇଛି,ଯାହାର କାମ ଲକଡାଉନକୁ ନେଇ ରିପୋର୍ଟ ପ୍ରସ୍ତୁତ କରିବା।

   ସମ୍ବନ୍ଧିତ ଖବର


ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ବ୍ରାଜିଲ୍‌ ରାଷ୍ଟ୍ରପତି ଜେୟର ବୋଲସୋନାରୋ କରୋନା ସଂକ୍ରମିତ

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଥର ଗାୟବ! ଦେଢ଼ଟି ପଦ୍ମ ପାଖୁଡ଼ା ନଥିବା ଅଭିଯୋଗ

ବିଶ୍ୱାସୀ ନୁହଁ ଡ୍ରାଗନ୍‌- ତୟାର ରହିଛନ୍ତି ଭରତୀୟ ଜବାନ୍‌: ବାୟୁସେନା ପକ୍ଷରୁ ଲଢୁଆ ବିମାନର ରାତ୍ରୀ କାଳିନ ପାଟ୍ରୋଲିଂ ଜାରି

ଖୁବ୍ ଶୀଘ୍ର ଲଞ୍ଚ୍ ହେବ ଇଲେକ୍ଟ୍ରିକ୍ ଭେଇକିଲ୍ Mahindra Atom, ଜାଣନ୍ତୁ ଦାମ୍ ଓ ଫିଚର୍ସ

ହୃଦୟ ବିଦାରକ ଦୃଶ୍ୟ: ଯନ୍ତାରେ ଭୋକିଲା ଶିଶୁକୁ ସାପ ଓ ୭୦୦ ଜୀବଙ୍କ ମଧ୍ୟରେ ରଖିଥିଲେ ମାଆ ଓ ସାବତବାପ- ପୁଲିସ କଲା ଉଦ୍ଧାର