ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ହାଇକୋର୍ଟ ଫୁଲ୍‌କୋର୍ଟଙ୍କ ନିଷ୍ପତ୍ତି: ଲକ୍‌ଡାଉନ୍‌ ବୃଦ୍ଧି ନହେଲେ ସବୁ ଅଦାଲତ ଗ୍ରୀଷ୍ମ ଛୁଟିରେ ଚାଲିବ

କଟକ ୨୯/୪: ଚଳିତବର୍ଷ ହାଇକୋର୍ଟ ସମେତ କୌଣସି ନିମ୍ନ ଅଦାଲତ ଗ୍ରୀଷ୍ମ ଅବକାଶ ପାଇଁ ବନ୍ଦ ରହିବ ନାହିଁ । ଯଦି ସରକାରଙ୍କ ପକ୍ଷରୁ ଜାରି ଲକ୍‌ଡାଉନ୍‌ ମେ’ ୩ ତାରିଖ ପରେ ଆଉ ବୃଦ୍ଧି ନହୁଏ, ଗ୍ରୀଷ୍ମ ଛୁଟିରେ ସବୁ ଅଦାଲତ କାମ କରିବେ ବୋଲି ମଙ୍ଗଳବାର ହାଇକୋର୍ଟ ପକ୍ଷରୁ ବସିଥିବା ଫୁଲ୍‌କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଫୁଲ୍‌କୋର୍ଟ ଗ୍ରୀଷ୍ମ ଅବକାଶକୁ ବାତିଲ୍‌ କରିଛନ୍ତି। ଉଭୟ ହାଇକୋର୍ଟ ଏବଂ ନିମ୍ନ ଅଦାଲତ ଏହି ଗ୍ରୀଷ୍ମ ଅବକାଶ ସମୟରେ କାର୍ଯ୍ୟ କରିବେ ବୋଲି ଫୁଲ୍‌କୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ମଙ୍ଗଳବାର ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଫିକ୍‌, ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା, ଜଷ୍ଟିସ୍‌ ସି.ଆର. ଦାଶ, ଜଷ୍ଟିସ୍‌ ବିଶ୍ୱଜିତ୍‌ ମହାନ୍ତି, ଜଷ୍ଟିସ୍‌ ବି. ଆର. ଷଡ଼ଙ୍ଗୀ, ଜଷ୍ଟିସ୍‌ ଦେବବ୍ରତ ଦାଶ, ଜଷ୍ଟିସ୍‌ ଶତ୍ରୁଘ୍ନ ପୂଜାହାରୀ, ଜଷ୍ଟିସ୍‌ ବିଶ୍ୱନାଥ ରଥ, ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ, ଜଷ୍ଟିସ୍‌ ପ୍ରମଥ କୁମାର ପଟ୍ଟନାୟକ, ଜଷ୍ଟିସ୍‌ କେ.ଆର. ମହାପାତ୍ର, ଜଷ୍ଟିସ୍‌ ଏ. କେ. ମିଶ୍ର, ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀଙ୍କୁ ନେଇ ଫୁଲ୍‌କୋର୍ଟ ବସିଥିଲା ।

ଏଥିରେ ଅଦାଲତର ଗ୍ରୀଷ୍ମ ଅବକାଶ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଏହି ଅବସରରେ ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜା, ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ ଦାସ ଏବଂ ଉପସଭାପତି ପୀୟୁଷ ମିଶ୍ରଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା । ଫୁଲ୍‌କୋର୍ଟ ନିଷ୍ପତ୍ତି କ୍ରମେ ଯଦି ମେ’ ୩ ତାରିଖ ପରେ ଆଉ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନହୁଏ ତାହେଲେ ଗ୍ରୀଷ୍ମ ଅବକାଶରେ କୋର୍ଟ କାର୍ଯ୍ୟ ଚାଲିବ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ମେ’ ୧୮ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍‌ ୧୬ ପର୍ଯ୍ୟନ୍ତ ଚାଲିଥାନ୍ତା । କିନ୍ତୁ ଚଳିତବର୍ଷ କରୋନା ପାଇଁ ବହୁଦିନ ଧରି କୋର୍ଟ କାର୍ଯ୍ୟ ବାତିଲ୍‌ ହୋଇସାରିଛି । ତେଣୁ ଏହାକୁ ଭରଣା କରିବାକୁ ହାଇକୋର୍ଟ ଗ୍ରୀଷ୍ମ ଅବକାଶକୁ ବାତିଲ୍‌ କରିଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.