ଲକଡାଉନ ପ୍ରଭାବ: ଏପ୍ରିଲରେ ଭାରତରେ ଗତ ୩୦ ବର୍ଷରେ ସବୁଠୁ କମ୍ ସୁନା କିଣିଲେ ଗ୍ରାହକ

ନୂଆଦିଲ୍ଲୀ ୫/୫: କରୋନା ଭାଇରସ ମହାମାରୀକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନର ତୃତୀୟ ପର୍ଯ୍ୟାୟ ଜାରି ରହିଛି । ଏହାର ଗଭୀର ପ୍ରଭାବ ଦେଖିବାକୁ ମିଳିଛି । ବିମାନ ସେବା ଠପ୍ ହେବା ଏବଂ ଜ୍ୱଲେରୀ ସପ୍ ବନ୍ଦ ରହିବା ଯୋଗୁଁ ଏପ୍ରିଲରେ ସୁନା ଆମଦାନୀ ୯୯.୫ ପ୍ରତିଶତ କମ୍ ହୋଇଯାଇଛି । ଏହାତ ଗତ ୩ ଦଶକରେ ସବୁଠାରୁ କମ୍ । ସୂଚନା ଅନୁସାରେ ଏପ୍ରିଲ ମାସରେ ଭାରତରେ ମାତ୍ର ୫୦ କିଲୋଗ୍ରାମ ସୁନା ଆମଦାନୀ କରାଯାଇଛି । ଏହି ସୂଚନା ସରକାରୀ ସୂତ୍ରରୁ ମିଳିଛି । କହିରଖୁଛୁ ସାଧାରଣତଃ ଏପ୍ରିଲ ମାସରେ ୱେଡିଂ ସିଜନ ଓ ଅକ୍ଷୟ ତୃତୀୟା ଯୋଗୁଁ ସୁନାର ଜବରଦସ୍ତ ଚାହିଦା ରହିଥାଏ ।

ସାରା ବିଶ୍ୱରେ ସୁନା ଆମଦାନୀ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥାଏ । କିନ୍ତୁ ଏପ୍ରିଲ ୨୦୨୦ରେ ଦେଶରେ ମାତ୍ର ୫୦ କିଲୋ ସୁନା ଆମଦାନୀ କରାଯାଇଛି। ଗତ ବର୍ଷ ସମାନ ଅବଧିରେ ୧୧୦.୧୮ ଟନ୍ ସୁନା ଆମଦାନୀ କରାଯାଇଥିଲା । ଦାମ୍ କଥା କହିବା ତ ଏପ୍ରିଲରେ ଗୋଲ୍ଡ ଆମଦାନୀ ଗୋଟେ ବର୍ଷ ପୂର୍ବରୁ ୩.୯୭ ବିଲିୟନ୍ ଡଲାର ତୁଳନାରେ ହ୍ରାସ ପାଇ ୨.୮୪ ମିଲିୟନ୍ ଡଲାର ହୋଇଯାଇଛି ।

ଲକଡାଉନର ପ୍ରଭାବ
ଦାମ୍ ଆଧାରରେ ଏପ୍ରିଲରେ ସୁନାର ଆମଦାନୀ ବର୍ଷେ ପୂର୍ବରୁ ୩.୯୭ ବିଲିୟନ୍ ଡଲାର୍ ତୁଳନାରେ ହ୍ରାସ ପାଇ ୨.୮୪ ମିଲିୟନ୍ ଡଲାର ହୋଇଯାଇଥିଲା । ଏପ୍ରିଲରେ ଲକଡାଉନ ଯୋଗୁଁ ସୁନା ଆମଦାନୀ ବହୁତ କମ୍ ଥିଲା । ଏହି କାରଣରୁ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଉଥିବା ଅନେକ ଇଣ୍ଡଷ୍ଟ୍ରିଜ୍ ବନ୍ଦ ଥିଲା । ଭାରତରେ ସୁନାର ଅଧିକାଂଶ ଆମଦାନୀ ବିମାନ ମାର୍ଗରେ କରାଯାଏ କିନ୍ତୁ ଏୟାରଲାଇନ୍ ଇଣ୍ଡଷ୍ଟ୍ରୀ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଯୋଗୁଁ କ୍ଷତି ହୋଇଛି ।

   ସମ୍ବନ୍ଧିତ ଖବର


ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ

କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: କରୋନା ସଙ୍କଟ ସମୟରେ ଭାରତୀୟ ପରିବାରକ ସମ୍ପତ୍ତି ବଢ଼ିଛି

ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ

JIO ଲଞ୍ଚ କଲା ‘ମେଡ୍ ଇନ୍ ଇଣ୍ଡିଆ’ ୱେବ୍‌ ବ୍ରାଉଜର ‘ଜିଓପେଜେସ୍‌’, ଡାଟା ସୁରକ୍ଷାକୁ ନେଇ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା