ଲକ୍ ଡାଉନ୍ : ବିବାହ କରିବାକୁ ଟ୍ରକ୍‌ରେ ଲୁଚି ଲୁଚି ଆସୁଥିଲେ ପ୍ରେମୀ ଯୁଗଳ , ଦେଖିନେଲା ପୁଲିସ୍

ସିମଳା ୦୮ /୦୫  :  ରୁଷ୍‌ରେ ରହୁଥିବା ନିଜର ଗର୍ଲଫ୍ରେଣ୍ଡଙ୍କ ସହ ବିବାହ କରିବାର ଥିଲା । ଲକ୍‌ ଡାଉନ୍‌କୁ ଖାତିର କଲେ ନାହିଁ  ଯୁବକ ଜଣକ । ଗର୍ଲଫ୍ରେଣ୍ଡକୁ ନେଇ ଏକ ଟ୍ରକ୍‌ରେ ଲୁଚି ସିମଳା ଚାଲିଲେ । ଟ୍ରକ୍‌ରେ ଦୁହେଁ  ପାଖାପାଖି ୪୦୦ କିଲୋମିଟର ଯାତ୍ରା କଲେ ।  କିନ୍ତୁ  ଏତେ ସବୁ ଚେଷ୍ଟା କରିବା ପରେ  ମଧ୍ୟ  ଉଭୟ  ପରସ୍ପରକୁ ବିବାହ କରିବାରେ ସଫଳ ହୋଇପାରିଲେ ନାହିଁ  । ପୁଲିସ୍‌ ଟ୍ର୍ରକ୍‌କୁ  ଯାଞ୍ଚ କରି ଉଭୟଙ୍କୁ ଗିରଫ କରିଥିଲା ।  

ପୁଲିସ୍‌ର ସୂଚନା ମୁତାବକ ,  ଯୁବକ ଜଣକ ହିମାଚଳ ପ୍ରଦେଶର କୁଲ୍ଲୁରେ ରୁହନ୍ତି ।  ତାଙ୍କର ପ୍ରେମିକା  ରୁଷ୍‌ର ।  ଯିଏକି କିଛି ଦିନ ହେଲା ଏଠାରେ ଥିଲେ । ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଆରମ୍ଭ ହୋଇଯାଇଥିଲା । ଉଭୟ ବିବାହ କରିବାକୁ ଚାହିଁଥିଲେ ।  କିନ୍ତୁ  ଏଥିପାଇଁ ଲକ୍‌ଡାଉନ୍‌କୁ ନମାନି ଉଭୟ  ନୋଏଡ଼ାରୁ  ଶିମଳା ପହଁଚି ଗଲେ । ଦୁହେଁ ବିଧିବଦ୍ଧ  ଭାବେ ବିବାହ କରିବାକୁ ଚାହୁଁଥିଲେ ।

ସୂଚନା ଯେ ,  ଉଭୟ ପ୍ରେମିକ ପ୍ରେମିକାଙ୍କୁ ପୁଲିସ୍‌ ଗିରଫ କଲା ପରେ ସଂପୃକ୍ତ ଟ୍ରକ୍‌ର ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ଗିରଫ କରିଛି । ରୁଷ୍‌ ଯୁବତୀଙ୍କୁ  ଏକ ସେଣ୍ଟରରେ କ୍ୱାରେଣ୍ଟାଇନ୍‌ରେ ରକ୍ଷା ଯାଇଛି ।

ଉଲ୍ଲେଖନୀୟ ଯେ , ଲକ୍‌ ଡାଉନ୍‌ ସମୟରେ ଅନେକ ଲୋକଙ୍କର  ଏହିଭଳି ଭାବେ ବିବାହ କାର୍ଯ୍ୟ ପ୍ରଭାବିତ ହୋଇଛି । ବିବାହ ଅଧାରେ ରହିଛି । ଆଉ କେତେକ ବାଇକ୍‌ ଓ ସାଇକେଲରେ  ଏକଲା କନ୍ଯାକୁ ବିଦା କରୁଛନ୍ତି ।  ଆଉ କିଛି ମଧ୍ୟ ଭିଡ଼ିଓ କଲ୍‌ରେ  ବିବାହ କରିବାର ଖବର ସାମନାକୁ ଆସିଛି ।

କରୋନା ଭାଇରସ୍‌ ଯୋଗୁଁ ଦେଶରେ  ଲକ୍‌ଡାଉନ୍‌ ୧୭ ମେ ଯାଏ ଚାଲିବ ବୋଲି ଘୋଷଣା ହୋଇଛି ।

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା

ଆପଣ ନିଜ କେଶ ବୃଦ୍ଧି ପାଇଁ ଚାହୁଁଛନ୍ତି କି ? ବହୁତ ଉପଯୋଗୀ ଏହି ଘରୋଇ ଉପଚାର …ଜାଣନ୍ତୁ