PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଲକଡାଉନ୍‌ କିମ୍ବା ଅନ୍‌ଲକ୍ ? ଏପର୍ଯ୍ୟନ୍ତ ହୋଇପାରିନି ନିଷ୍ପତ୍ତି, ସରକାରଙ୍କ ନୂଆ ନିର୍ଦ୍ଦେଶାନାମାକୁ ଅପେକ୍ଷା

amarujala.com

ବିହାର ୧୭।୮ : ବିହାରରେ କରୋନା ମାମଲାରେ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟାରେ ପ୍ରତିଦିନ ବୃଦ୍ଧି ଘଟୁଛି। ଏଭଳି ପରିସ୍ଥିତିରେ ବିହାର ସରକାର ରାଜ୍ୟକୁ ତାଲା ପକାଇବେ କି ଅନ୍‌ଲକ୍‌ କରିବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ବାସ୍ତବରେ ଏହି ପରିସ୍ଥିତି ଏଥିପାଇଁ ବି ହେଉଛି କାରଣ ଅନଲକ୍ -୩ ପାଇଁ ସମୟ ସୀମା ରବିବାର ରାତି ୧୨ଟାରେ ସମାପ୍ତ ହୋଇସାରିଛି। ଏଭଳି ପରିସ୍ଥିତିରେ ଏବେ ରାଜ୍ୟ ସରକାରଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।

ନୀତିଶ ସରକାର ଲକଡାଉନ୍‌ କିମ୍ବ ଅନ୍‌ଲକ୍‌ର ସମୟ ସୀମା ସମାପ୍ତ ହେବା ପରେ ଏବେ ଆଗକୁ କିଛି ନୂଆ ନିର୍ଦ୍ଦେଶାନାମା ଜାରି କରିନାହାନ୍ତି। କରୋନାରେ ବଢୁଥିବା ସଂକ୍ରମଣ ଏବଂ ବିପଦକୁ ଦୃଷ୍ଟିରେ ରଖି କୁହାଯାଉଛି କି, ସରକାର ଆସନ୍ତା ୨୪ ଘଣ୍ଟାରେ କୌଣସି ନିର୍ଣ୍ଣୟ ନେଇପାରନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିର ସୁବହାନୀ କହିଛନ୍ତି କି, ଲକଡାଉନ୍‌ ଅଥବା ଅନଲକ୍‌-୪ କୁ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଆଶା ରହିଛି କି, ମଙ୍ଗଳବାର ସୁଦ୍ଧା ସରକାର ଏହି ସମ୍ବନ୍ଧରେ କୌଣସି ନା କୌଣସି ନିର୍ଣ୍ଣୟ ନେବେ। ସରକାରଙ୍କ ନିଷ୍ପତ୍ତି ଯାହା ହେବ ତାହାର ଅଧିସୂଚନା ଜାରି କରାଯିବ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଗତ ମାସରେ ବୃଦ୍ଧି ପାଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜୁଲାଇ ୮ ତାରିଖରେ ପାଟଣାରେ ଅନଲକ ଜାରି କରିଥିଲେ। ପୁଣି ଜୁଲାଇ ୧୬ରେ ପୂରା ରାଜ୍ୟରେ ଆଶିଂକ ଲକଡାଉନ୍‌ଜାରି କରାଯାଇଥିଲା। ଯାହାର ଅବଧି ବୃଦ୍ଧି କରାଯାଇ ଜୁଲାଇ ୩୧ ପର୍ଯ୍ୟନ୍ତ ରଖାଯାଇଥିଲା।

ସମ୍ବନ୍ଧିତ ଖବର