ସନ୍ଧ୍ୟା ୭ଟାରୁ ସକାଳ ୭ ମଧ୍ୟରେ କେବଳ ଭୂତ ବୁଲିପାରିବ, ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ୍ ପୋଲିସର ଅଭିନବ ପ୍ରୟାସ

ଭୁବନେଶ୍ୱର ୬/୫:  ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବା ମନା । ସମସ୍ତଙ୍କ ପାଇଁ ଏହି ନିୟମ କଡାକଡି ଭାବେ ଲାଗୁ । କେବଳ ଜଣଙ୍କୁ ଛାଡି, ଭୂତ । ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେବଳ ଭୂତ ହିଁ ବାହାରେ ବୁଲି ପାରିବ । ଏକଥା ଆମେ କହୁନୁ, କମିଶନରେଟ୍ ପୋଲିସ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି । ସାଧାରଣ ନାଗରିକଙ୍କୁ ସଚେତନ କରିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି କମିଶନରେଟ୍ ପୋଲିସ ।

ସାରା ରାଜ୍ୟରେ ଲକଡାଉନ ନେଇ କଟକଣା କଡାକଡି କରାଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ ଟା ମଧ୍ୟରେ ସାଧାରଣ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି । କେବଳ ଜରୁରୀ ସେବାରେ ନିୟୋଜିତ ଥିବା କର୍ମୀମାନେ ଯାତାୟତ କରିପାରିବେ । ଏହି ସମୟରେ ଦୋକାନ ବଜାର ସବୁ ବନ୍ଦ ରହିବ । କେବଳ ଜରୁରୀ ସେବା ଚାଲୁ ରହିବ । ତେବେ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ୍ ପୋଲିସ ଟ୍ୱିଟର ହ୍ୟାଣ୍ଡେଲରେ ଏମିତି ଟ୍ୱିଟ୍ କରାଯାଇଛି । ପୋଷ୍ଟରେ କ୍ୟାପ୍ସନ ଲେଖାଯାଇଛି କି ସନ୍ଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ କେବଳ ଭୂତଙ୍କୁ ଅନୁମତି ଅଛି ବୁଲିବା ପାଇଁ, ଆଉ କାହାକୁ ନୁହେଁ । ଏଥିରେ ୨ ଜଣ ପୋଲିସ ଅଫିସର ମଧ୍ୟ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି । ସେମାନେ ଡ୍ୟୁଟି କରୁଥିବା ସମୟରେ ଗୋଟିଏ ଭୂତ ରାସ୍ତାରେ ଯାଉଛି । ତେବେ ଭୂତକୁ ଅଟକାଉନି ପୋଲିସ । ଅର୍ଥାତ୍ ଭୂତ ଏହି ସମୟ ମଧ୍ୟରେ ଯାଇପାରିବ । କମିଶନରେଟ୍ ପୋଲିସ ପକ୍ଷରୁ ଏହି ପ୍ରୟାସ ଅତି ସୁନ୍ଦର ହୋଇଛି । ତେବେ ଭୂତକୁ କରୋନା ହେଉ, ଆମର କ’ଣ ଅଛି ।

ଆଲେଖ୍ୟ: ଦିଲ୍ଲୀପ୍ କୁମାର ଷଡଙ୍ଗୀ

   ସମ୍ବନ୍ଧିତ ଖବର


ଲିଙ୍ଗରାଜ ମନ୍ଦିରକୁ 5-T ସଚିବ ଭି.କେ. ପାଣ୍ଡିଆନ ଅଚାନକ ଗସ୍ତ: ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

ରାଜ୍ୟକୁ ଧୀରେ ଧୀରେ ଛୁଉଁଛି ଶୀତ, ୫ରୁ ଥଣ୍ଡା ଆହୁରି ବଢ଼ିବ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’