PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ବିମାନ ଖସିବା ପୂର୍ବରୁ ଅଭିନନ୍ଦନଙ୍କ ଶେଷ ବାର୍ତ୍ତା: ଲକଡ୍‌ ଅନ ଟୁ ପାକ୍‌ ଏଫ-୧୬; ‘ଆର-୭୩ ସିଲେକ୍ଟେଡ’

A Rafale fighter jet aircraft, manufactured by Dassault Aviation SA, is seen performing an aerial display during the 13th Dubai Airshow at Dubai World Central (DWC) in Dubai, United Arab Emirates, on Monday, Nov. 18, 2013. The 13th edition of the biennial 2013 Dubai Airshow, the Middle East's leading aerospace event organized by F&E Aerospace. Photographer: Jason Alden/Bloomberg via Getty Images

ଭାରତ ନିକଟରେ ଏକ ମିଗ୍‌-୨୧ ବିମାନରୁ ଆର-୭୩ ମିସାଇଲ ମାଡ଼ କରି ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧବିମାନକୁ ଖସାଇ ଦେଇଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଏକ ଏଫ-୧୬ ବିମାନକୁ ଗୋଟିଏ ମିଗ୍‌-୨୧ ବିମାନ ଖସାଇଦେଇଛି । ମିଗ୍‌-୨୧ ବିମାନ ଓ ଆର-୭୩ ମିସାଇଲ ବ୍ୟବହାର କରି ଏପରି କାରନାମା କରିଥିଲେ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ । ପାକିସ୍ତାନୀ ଏଫ୍‌-୧୬ ଯୁଦ୍ଧବିମାନକୁ ଘଉଡାଇବାକୁ ଉଦ୍ୟମ କରୁଥିଲାବେଳେ ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କ ମିଗ୍‌-୨୧ ବିମାନ ଖସିପଡିଥିଲା । ଅବଶ୍ୟ ତା’ ପୂର୍ବରୁ ସେ ‘ଆର-୭୩’ ନାମକ ଆକାଶରୁ ଆକାଶକୁ ମାଡ଼ କରାଯାଇପାରୁଥିବା ଏକ ସ୍ୱଳ୍ପ ଦୂରଗାମୀ ମିସାଇଲ ମାଡ଼ କରି ପାକିସ୍ତାନର ଏକ ଏଫ-୧୬ ଯୁଦ୍ଧବିମାନ ଖସାଇ ଦେଇଥିଲେ । କିନ୍ତୁ ନିଜ ବିମାନ ଖସିବା ପୂର୍ବରୁ ଅଭିନନ୍ଦନଙ୍କ ଶେଷ ରେଡିଓ ବାର୍ତ୍ତା ଥିଲା – ‘ ଆର-୭୩ ସିଲେକ୍ଟେଡ’ । ଏହା ପୂର୍ବରୁ ସେ ଆଉ ଏକ ବାର୍ତ୍ତା ଦେଇଥିଲେ- ‘ ଲକଡ ଅନ ଟୁ ପାକ୍‌ ଏଫ-୧୬( ଅର୍ଥାତ୍‌ ପାକ୍‌ ଏଫ-୧୬କୁ ଟାର୍ଗେଟରେ ରଖିଛି)’ । ତା’ ପୂର୍ବରୁ ପାକିସ୍ତାନର ଏଫ୍‌-୧୬ ଏବଂ ମିଗ୍‌-୨୧ ଯୁଦ୍ଧବିମାନ ସହିତ ଅଭିନନ୍ଦନ ଆକାଶରେ ପ୍ରାୟ ୧୫ ମିନିଟ ଯାଏଁ ଗୋଡାଗୋଡି ହୋଇଥିଲେ ଏହାକୁ ସାମରିକ ଭାଷାରେ ଡଗ୍‌ ଫାଇଟ୍‌ ବୋଲି କୁହାଯାଏ । ଏହାପରେ ଅଭିନନ୍ଦନ ମିସାଇଲ ମାଡ଼ କରି ପାକିସ୍ତାନର ଗୋଟିଏ ଏଫ୍‌-୧୬ ବିମାନ ଖସାଇଦେଇଥିଲେ । ଅବଶ୍ୟ ସେଇ ବିମାନରୁ ଦୁଇ ଜଣ ପାକ୍‌ ପାଇଲଟ ପାରାଚ୍ୟୁଟ୍‌ ସାହାଯ୍ୟରେ ବାହାରି ଯାଇଥିଲେ । କିନ୍ତୁ ପରେ ସେମାନଙ୍କ ମଧ୍ୟରୁ ଜଣକୁ ପିଓକେର ଲୋକେ ଭାରତୀୟ ପାଇଲଟ ବୋଲି ଭାବି ପିଟି ପିଟି ମାରି ଦେଇଥିଲେ । ପାକିସ୍ତାନ କିନ୍ତୁ ଏପର୍ଯ୍ୟନ୍ତ ସେଇ ପାଇଲଟଙ୍କର ମୃତ୍ୟୁକୁ ସ୍ୱୀକାର କରୁନାହିଁ । କାରଣ ପାକିସ୍ତାନ ଏହା ସ୍ୱୀକାର କଲେ ସିଏ ଭାରତ ଉପରେ ଆକ୍ରମଣ ପାଇଁ ଏଫ-୧୬ ଯୁଦ୍ଧବିମାନ ବ୍ୟବହାର କରିଥିବାର ପ୍ରମାଣିତ ହେବ । ଏହାଯୋଗୁ ଆମେରିକା ତା’ ଉପରେ କଟକଣା ଲଗାଇବ । ତେଣୁ କଟକଣାକୁ ଏଡାଇବାକୁ ସେ ଏପରି କରୁଛି ।
ଜିହାଦୀ ସ୍କୁଲରେ ହୋଇଛି ବୋମାମାଡ଼: ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶ ଅନ୍ତର୍ଗତ ବାଲାକୋଟ୍‌ର ଜୈସ୍‌ ତାଲିମ କେନ୍ଦ୍ରର ଜିହାଦୀ ସ୍କୁଲ (ମାର୍କଜ)ଉପରେ ଭାରତୀୟ ବାୟୁସେନା ବିମାନ ଆକ୍ରମଣ କରିଛି । ଏକ ଅଡିଓ ଟେପ୍‌ରେ ମାସୁଦ ଆଝାରର ଭାଇ ମୌଲାନା ଅମର ଏକଥା ସ୍ୱୀକାର କରିଛି । ଜୈସ୍‌ର କୌଣସି ଠିକଣା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିନାହିଁ ବୋଲି ପାକିସ୍ତାନ ସରକାର ଓ ସେଠାକାର ସେନା ଯେଉଁ ଦାବି କରୁଥିଲେ ତାହା ଭୁଲ ବୋଲି ଏହି ଅଡିଓ ଟେପରୁ ପ୍ରମାଣିତ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଅଡିଓ ଟେପ୍‌ରେ ଅମର କହୁଛି କି ଆଜି ଶତ୍ରୁ ଆମ ଦେଶ ଭିତରେ ପଶି ଆମର ଇସ୍‌ଲାମିକ ସେଣ୍ଟର ଉପରେ ଆକ୍ରମଣ କରି ସବୁ ପ୍ରଶ୍ନର ଉତ୍ତର ଦେଇଦେଇଛି । ଏହା ହେଉଛି ଶତ୍ରୁର ଯୁଦ୍ଧ ଘୋଷଣା । ଭାରତୀୟ ଯୁଦ୍ଧ ବିମାନ ଜୈସ୍‌ର କୌଣସି ଘର କିମ୍ବା କାର୍ଯ୍ୟାଳୟ ଉପରେ ଆକ୍ରମଣ କରିନାହିଁ । ସଙ୍ଗଠନର ମୁଖ୍ୟାଳୟ ଉପରେ ବି ଆକ୍ରମଣ କରିନାହିଁ । ଯେଉଁ ସେଣ୍ଟରରେ ଛାତ୍ରମାନେ ଜିହାଦ ପଢ଼ୁଥିଲେ ଓ କାଶ୍ମୀରର ମୁସଲମାନଙ୍କୁ ସହାୟତା କରିବା ଲାଗି ଉଦ୍ଦିଷ୍ଟ ଥିଲା ତାହାରି ଉପରେ ଭାରତୀୟ ବିମାନ ଆକ୍ରମଣ କରିଛି । ଆମ ଦେଶରେ ଆସି ଭାରତ ଆମ ଉପରେ ଆକ୍ରମଣ କରିଛି । ଆମେ ଏବେ ଭାରତ ବିରୋଧରେ ଜିହାଦ ଆରମ୍ଭ କରିବୁ ବୋଲି ଉକ୍ତ ଅଡିଓ ଟେପରେ ସେ କହୁଥିବା ଜଣାପଡିଛି । ଗତମାସ ୨୬ ତାରିଖରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣର ଦିନକ ପରେ ପେଶାୱରଠାରେ ଅମର ଦେଇଥିବା ଭାଷଣରୁ ଏହି ଅଡିଓ ଟେପ୍‌ ପ୍ରସ୍ତୁତ ହୋଇଥିବା ବିଶ୍ୱାସ କରାଯାଉଛି ।
ପାକିସ୍ତାନୀ ପଞ୍ଜାବରେ ୫୩ ସଂଗଠନ ଉପରେ ବ୍ୟାନ୍‌: 
ଆତଙ୍କବାଦୀ ସଂଗଠନଗୁଡିକୁ ସହାୟତା କରୁଥିବା ଅଭିଯୋଗରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ସରକାର ସେଠାରେ ସକ୍ରିୟ ୫୩ଟି ସଂଗଠନ ଉପରେ ରବିବାର ବ୍ୟାନ୍‌ ଲଗାଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ଶନିବାର ଏକ ବୟାନ ଦେଇ କହିଥିଲେ କି ପାକିସ୍ତାନ ସରକାର ନିଜ ମାଟିକୁ କୌଣସି ଆତଙ୍କବାଦୀ ସଂଗଠନ ଦ୍ୱାରା ବ୍ୟବହାର କରାଯିବାକୁ ସୁଯୋଗ ଦେବେନାହିଁ ।
ବୋମା ନିଜେ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇଥିଲା
ବାଲାକୋଟ ସ୍ଥିତ ଜୈସ ଶିବିର ଉପରେ ଆକ୍ରମଣ କରିବା ପାଇଁ ଭାରତୀୟ ବାୟୁସେନାର ବିମାନଗୁଡିକ ଇସ୍ରାଏଲ ନିର୍ମିତ ‘ସ୍ପାଇସ୍‌-୨୦୦୦ ପ୍ରେସିସନ ଗାଇଡେଡ୍‌ ବମ’ ବ୍ୟବହାର କରିଥିଲେ । ଏ ପ୍ରକାର ବୋମା ନିଜେ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇଥାଏ ଏବଂ ଏହାର ଟାର୍ଗେଟ୍‌ ମିସ୍‌ ହେବା ସମ୍ଭାବନା ବହୁତ କମ୍‌ । ଏଭଳି ବୋମାକୁ ବିମାନରେ ସଂଯୁକ୍ତ କରାଯିବା ପୂର୍ବରୁ ସେଥିରେ ଟାର୍ଗେଟର ଫଟୋ( ଉପଗ୍ରହ ମାଧ୍ୟମରେ ଉଠାଯାଇଥିବା) ଏବଂ ଭୌଗୋଳିକ ସ୍ଥିତି( ଅକ୍ଷାଂଶ, ଦ୍ରାଘିମା) ଆଦି ଅପଲୋଡ୍‌ କରାଯାଇଥାଏ । ବିମାନରୁ ଏହାକୁ ଛଡାଯିବା ମାତ୍ରେ ଏହି ବୋମା ଆକାଶମାର୍ଗରେ ନିଜେ ନିଜେ ଲକ୍ଷ୍ୟ ସ୍ଥଳଆଡକୁ ଅଗ୍ରସର ହୋଇଥାଏ । ଏଥିରେ ଲାଗିଥିବା ଇନଫ୍ରାରେଡ୍‌ ସିକର ଏହାକୁ ଟାର୍ଗେଟ ଚିହ୍ନଟ କରିବାରେ ସହାୟତା କରିଥାଏ । ଏହି ବୋମା ଆକାଶମାର୍ଗରେ କିଛି କିମି ଗତି କଲା ପରେ ଲକ୍ଷ୍ୟଭେଦ କରିଥାଏ । ତେଣୁ ଏହି ବୋମା ମାଡ଼ କରାଗଲେ ବର୍ତ୍ତିବା ଅସମ୍ଭବ । ବାଲାକୋଟ ଉପରେ ଯେଉଁ ସ୍ପାଇସ-୨୦୦୦ ବୋମା ମାଡ଼ କରାଯାଇଥିଲା, ତାହା ଆକାଶମାର୍ଗରେ ୫୦ରୁ ୬୦ କିମି ଗତି କଲା ପରେ ଟାର୍ଗେଟ ଭେଦ କରିଥିଲା । ଏହା ନିଜେ ଲକ୍ଷ୍ୟ ସ୍ଥଳ ଆଡକୁ ଅଗ୍ରସର ହେଉଥିବାରୁ ଏହାକୁ ଗାଇଡେଡ୍‌ ବୋମା ଅଥବା ଫାୟାର ଏଣ୍ଡ ଫରଗେଟ ବୋମା ବୋଲି ମଧ୍ୟ କୁହାଯାଏ । ବାଲାକୋଟରେ ବୋମାମାଡ଼ କରାଗଲା ପରେ ସୁଖୋଇ ବିମାନ ଏବଂ ଅନ୍ୟ କେତେକ ଉପକରଣରେ ଲଗାଯାଇଥିବା ସିନ୍ଥେଟିକ୍‌ ଆପେରଚର ରାଡାର ସହାୟତାରେ ଘଟଣାସ୍ଥଳର ଯେଉଁ ଫଟୋ ଉଠାଯାଇଛି, ସେଥିରୁ ଉକ୍ତ ବୋମାଗୁଡିକ୍‌ ସଠିକ୍‌ ଭାବେ ଲକ୍ଷ୍ୟ ଭେଦ କରିଥିବାର ସ୍ପଷ୍ଟ ହୋଇଛି ବୋଲି ଜଣେ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।
କେମିତି ପାକ୍‌କୁ ଭକୁଆ ବନାଇଥିଲା ଭାରତ
ବାଲାକୋଟରେ ବିମାନ ଆକ୍ରମଣ କରିବା ପୂର୍ବରୁ ଭାରତ କେମିତି ପାକିସ୍ତାନକୁ ଭକୁଆ ବନାଇଥିଲା, ସେସମ୍ପର୍କରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଭାରତ ପାକିସ୍ତାନକୁ ଭୂତେଇବାକୁ ପଞ୍ଜାବ ସ୍ଥିତ ଏକ ବାୟୁସେନା ଷ୍ଟେସନରୁ କିଛି ସୁଖୋଇ-୩୦ ଏମକେଆଇ ଯୁଦ୍ଧବିମାନ ଉଡାଣ କରାଇଥିଲା । ବିମାନଗୁଡିକ ଏଭଳି ଉଡାଣ ଭରିଥିଲେ ଯେମିତି ମନେହେବ କି ସେଗୁଡିକ ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ବାହାବଲପୁର ଆଡେ ଅଗ୍ରସର ହେଉଛନ୍ତି । ବାହାବଲପୁରରେ ଜୈସର ମୁଖ୍ୟାଳୟ ଥିବାରୁ ପାକିସ୍ତାନ ମନେ କରିଥିଲା ଯେ ଭାରତ ସେଠାରେ ଆକ୍ରମଣ କରିବାକୁ ଯାଉଛି । ତେଣୁ ପାକିସ୍ତାନୀ ବାୟୁସେନା ନିଜର ଯୁଦ୍ଧବିମାନଗୁଡିକୁ ସେମାନଙ୍କୁ ଅଟକାଇବାକୁ ପ୍ରେରଣ କଲା । ହେଲେ ପାକିସ୍ତାନ ଜାଣିନଥିଲା ଯେ ଭାରତ ପ୍ରକୃତରେ ବାଲକୋଟରେ ଆକ୍ରମଣ କରିବାକୁ ଯାଉଛି । ସେଥିପାଇଁ ଆଗ୍ରା, ବରେଲି ଏବଂ ଗୋୱାଲିୟରରୁ ମିରାଜ-୨୦୦୦ ବିମାନଗୁଡିକ ଉଡାଣ ଭରିଥିଲେ । ପାକିସ୍ତାନ ଯେତେବେଳେ ଏ ସମ୍ପର୍କରେ ଜାଣିଥିଲା ସେତେବେଳେ ତା’ର ବିମାନଗୁଡିକ ଅଧିକ ଦୂରରେ ଥିଲେ । ତେଣୁ ସେଗୁଡିକ ଭାରତୀୟ ବିମାନକୁ ରୋକିବା ସମ୍ଭବପର ନଥିଲା । ଫଳରେ ପାକିସ୍ତାନ ଏକପ୍ରକାର ଅସହାୟ ହୋଇଯାଇଥିଲା । ନିଜର ଦୋଷ ଲୁଚାଇବାକୁ ସେ ଭାରତକୁ ଦୋଷ ଦେଇ କହିଥିଲା କି ଭାରତୀୟ ବିମାନଗୁଡିକ କମ୍‌ ସମୟ ପାଇଁ ପାକିସ୍ତାନର ବାୟୁସୀମା ଭିତରେ ରହିଥିଲେ ।

ସମ୍ବନ୍ଧିତ ଖବର