ବରଫ ଭିତରେ ଦେଶର ସୁରକ୍ଷା କରୁଥିବା ବେଳେ ସେନାର ଜବାନ ପାଳନ କଲେ ଲୋହରି- ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ- ମକର ସଂକ୍ରାନ୍ତି, ଏହି ସମୟରେ ସାରା ଦେଶରେ ଫସଲ ଅମଳ ହୋଇଥିବାର ବେଳ । ମକର ସଂକ୍ରାନ୍ତିଙ୍କୁ ସାରା ଦେଶରେ ଧୂମ ଧାମରେ ପାଳନ କରାଯାଏ । କେଉଁଠାରେ ଗୁଡି ଉଡାଇ ତ କେଉଠାରେ ମକର ଚାଉଳ ଖାଇ ବେଶ୍‌ ଆଗ୍ରହ ସହକାରେ ମକର ସଂକ୍ରାନ୍ତି ଉତ୍ସବକୁ ପାଳନ କରାଯାଇ ଥାଏ । ଓଡିଶାରେ ମକର ସକ୍ରାନ୍ତି ତ ଆସାମରେ ବିହୁ , ଦକ୍ଷିଣ ଭାରତରେ ପୋଙ୍ଗଲ ଏବଂ ପଞ୍ଜାବରେ ଲହରି ପାଳନ କରାଯାଇଥାଏ ।
ଏହି ଅବସରରେ ବରଳ ଭିତରେ ହିମାଳୟ ଉପରେ ଦେଶର ସୁରକ୍ଷା କରୁଥିବା ଜବାନମାନେ ଲୋହରି ପାଳନ କରିଛନ୍ତି । ରାତିର ଅନ୍ଧାରରେ ତୁଷାର ପାତ ହେଉଥିବା ବେଳେ ଦେଶର ସୁରକ୍ଷା କରୁଥିବା ଅବସରରେ ସେମାନେ ଗୀତ ଗାଇବା ସହ ସମସ୍ତଙ୍କୁ ସୁଖମୟ ଲୋହରିର ସନ୍ଦେଶ ଦେଇଛନ୍ତି । ଏହାର ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଛି ।

ସବୁ ସମ୍ପ୍ରଦାୟ ସମସ୍ତ ପ୍ରାନ୍ତରୁ ଆସିଥିବା ସେନାର ଜବାନମାନେ ଲୋହରି ପାଳନ କରିଛନ୍ତି । ଏହି ଭିଡିଓଟି ସାମାଜିକ ଗଣମାଧ୍ୟମମାନଙ୍କରେ ବେଶ୍‌ ଭାଇରାଲ୍‌ ହୋଇଛି । ଦେଶର ସୁରକ୍ଷା କରୁଥିବା ବେଳେ ସମସ୍ତଙ୍କୁ ହାପି ଲୋହରି ବୋଲି କହିଛନ୍ତି । ବେଶ୍‌ ସୁରିଲା ସ୍ୱରରେ ଗୀତ ମଧ୍ୟ ଗାଇଛନ୍ତି । ସେନାର ଜବାନମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ।

ପଞ୍ଜାବୀ ସ୍ୱରରେ ଏହି ଗୀତକୁ ଗାଇଛନ୍ତି । ତୁଷାର ମଧ୍ୟରେ ପ୍ରବଳ ଥଣ୍ଡାରେ ସେମାନଙ୍କର ଉତ୍ସାହ ଉଦ୍ଦୀପନା ରେ ଉଷ୍ମତା ଭରି ରହିଛି । ଏହାକୁ ସାରା ଦେଶରୁ ସମସ୍ତ ନାଗରିକ ଜୟ ଜବାନ କହି ପ୍ରତିକ୍ରିୟା ଦେଇଛନ୍ତି ।