PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • ଭୁବନେଶ୍ୱର: ଆଜି ଇଣ୍ଡିଆନ ଗ୍ରାଁପ୍ରି-୩: ଅମିୟ ଓ ଶ୍ରାବଣୀ ଦୌଡ଼ିବେ, ପ୍ରତିଯୋଗିତାରେ ସାମିଲ ହେବେନି ଦୂତି
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ୱାୟନାଡରୁ ବିଜେପି ଘୋଷଣା କଲା ପ୍ରାର୍ଥୀ, ରାହୁଲଙ୍କ ସହ ହେବ ତୁଷାର ଭେଲାପାଲିଙ୍କ ଟକ୍କର

ନୂଆଦିଲ୍ଲୀ,୧।୪: ଉତ୍ତର ଭାରତ ପରେ ଏବେ ଦକ୍ଷିଣ ଭାରତରେ ନିର୍ବାଚନୀ ଲଢେଇ ଖୁବ୍ ମଜାଦାର ହେବାକୁ ଯାଉଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥର ୟୁପିର ଆମେଥି ସହିତ କେରଳର କେରଳର ୱାୟନାଡ ଲୋକସଭାରୁ ନିର୍ବାଚନ ଲଢିବେ। ତେବେ ଏହି ଆସନ ପାଇଁ ଏନ୍‍ଡିଏ ପକ୍ଷରୁ ଆଜି ତୁଷାର ଭେଲାପାଲିଙ୍କୁ ନିଜ ପ୍ରାର୍ଥୀ ଘୋଷିତ କରିଛି। ତୁଷାର ଆସନ୍ତାକାଲି ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ଏସମ୍ପର୍କରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଟ୍ୱିଟ୍‍ ଯୋଗେ  ସୂଚନା ଦେଇଛନ୍ତି।

ତୁଷାର ଏନଡିଏ ପକ୍ଷରୁ ମିଳିତ ପ୍ରାର୍ଥୀ ହେବେ। ତୁଷାର ଏନଡିଏ ପକ୍ଷରୁ ଭାରତ ଧର୍ମ ଜନ ସେନା(ବିଡେଜେଏସ୍)ର ମୁଖ୍ୟ। ସେ ୨୦୧୬ରେ ଏହି ଦଳର ଘୋଷଣା କରିଥିଲେ। ୱାୟନାଡ ଲୋକସଭା ଆସନରୁ ଏବେ ରାହୁଲ ଗାନ୍ଧି ଏବଂ ତୁଷାରଙ୍କ ମଧ୍ୟରେ ସିଧାସଳଖ ହେବାକୁ ଯାଉଛି କଡା ଲଢେଇ। କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଅମେଠି ସହ କେରଳର ୱାୟନାଡ ଲୋକସଭା ଆସନରୁ ନିର୍ବାଚନ ଲଢିବେ।  

 ଅମିତ ଶାହା ଟ୍ୱିଟ୍‍ କରିଛନ୍ତି ଯେ ୱାୟନାଡରୁ ଭାରତ ଧର୍ମ ଜନସେନା (ବିଡିଜେଏସ୍‍) ଅଧ୍ୟକ୍ଷ ତୁଷାର ଭେଲାପାଲ ଏନଡିଏ ପାଇଁ ପ୍ରାର୍ଥୀ ହେବେ। କେରଳର ୨୦ ଲୋକସଭା ଆସନ ପାଇଁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ବିଡିଜେଏସ୍‍କୁ ୫ଟି ଆସନ ମିଳିଛି। ଏହାବାଦ କେରଳ କଂଗ୍ରେସ ଗୋଟିଏ ଓ ବିଜେପି ୧୪ଟି ଲୋକସଭା ଆସନରେ ନିର୍ବାଚନ ଲଢିବେ। ବିଡିଜେଏସ୍‍ ପ୍ରଥମ ଥର ଲୋକସଭା ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।

 ତୁଷାର ବିଡିଜେଏସ୍ କେରଳ ପ୍ରସିଦ୍ଧ ଧାର୍ମିକ ସଂଗଠନ ଶ୍ରୀନାରାୟଣ ଧର୍ମ ପରିପାଳନ ଯୋଗମ(ଏସ୍ଏନଡିପି)ର ଏକ ରାଜନୈତିକ ସଂଗଠନ। ଏହି ସଂଗଠନ ଅନ୍ତର୍ଗତ ଇଝାଓ୍ବା ସମ୍ପ୍ରଦାୟର ପ୍ରତିନିଧିତ୍ବ କରିଥାଏ। କେରଳରେ ଏହି ସମୁଦାୟର ୨୦ ପ୍ରତିଶତ ଜନସଂଖ୍ୟା ଅଛନ୍ତି, ବିଜେପିର ଏହା ଉପରେ ରହିଛି ନଜର। ତୁଷାରଙ୍କ ବାପା ନେଦାଶମ ଭେଲାପାଲ ଏସ୍ଏନଡିପିର ଜେନେରାଲ ସେକ୍ରେଟାରୀ ଅଛନ୍ତି।

ସମ୍ବନ୍ଧିତ ଖବର