PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାହାକୁ ଆଧାର କାର୍ଡ ପଠାଇବା ପୂର୍ବରୁ ହୋଇଯାନ୍ତୁ ସାବଧାନ , ନୂଆ ଆଡଭାଇଜରୀ ଜାରି କଲେ ସରକାର , ହୋଟେଲ ଓ ସିନେମା ହଲ୍ ପରି ଘରୋଇ ସଂସ୍ଥାକୁ ଆଧାର କପି ଦିଅନ୍ତୁ ନାହିଁ
  • ||
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଫୁଙ୍ଗୁଳା ଦେହରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଲେ ଏହି ନେତା, ଜାଣନ୍ତୁ କାହିଁକି…

ରାଞ୍ଚି,୧୯।୪: ଲୋକସଭା ନିର୍ବାଚନ ୨୦୧୯କୁ ନେଇ ସାରାଦେଶରେ ଜାରି ରହିଛି ଉଷ୍ମତା ଓ ଉତ୍ସାହ। ତେବେ ଏହା ଭିତରେ ଝାଡଖଣ୍ଡର ରାଞ୍ଚିରେ ଲୋକସଭା ଆସନରୁ ୪ର୍ଥ ଥର ନିର୍ବାଚନ ଲଢୁଥିବା ଅଞ୍ଜନି ପାଣ୍ଡେ ଏଥର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ତାଙ୍କୁ ଏହି ସମୟରେ ଦେଖିବାକୁ ମିଳିଥିଲା ଫୁଙ୍ଗୁଳା ଦେହରେ। କେବଳ ଧୋତି ଖଣ୍ଡେ ଗୁଡାଇ ହୋଇଥିବା ବେଳେ ଦେହରେ ପିନ୍ଧିନଥିଲେ ସାର୍ଟ।  ନିର୍ବାଚନ ଲଡିବା ପାଇଁ ସେ ଶ୍ରମିକଙ୍କ ଠାରୁ ଚାନ୍ଦା ଭାବରେ ୧୦-୨୦ ଟଙ୍କା ନେଇ ନାମାଙ୍କନ ଶୁଳ୍କ ଅର୍ଥ ସଂଗୃହିତ କରିଥିଲେ। ଗୁରୁବାର ସେ ନିଜର ସମର୍ଥନଙ୍କ ସହ ଅର୍ଦ୍ଧନଘ୍ନ ଅବସ୍ଥାରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପହଁଞ୍ଚିଥିଲେ। ଏଥର ସେ ଆଦିବାସୀ କୃଷକ ଶ୍ରମିକ ଦଳ ପକ୍ଷରୁ ନିର୍ବାଚନ ଲଢୁଛନ୍ତି।

ଏନେଇ ପାଣ୍ଡେ କହିଛନ୍ତି ନିର୍ବାଚନ ଅନୁସାରେ ଟୋକନ ପ୍ରୋଟେଷ୍ଟ ପରେ ମୁଁ ତ କପଡା ପିନ୍ଧିନେବି। ଦେଶ ସ୍ବାଧୀନ ହେବାର ୭୨ ବର୍ଷ ପରେ ଯେତେବେଳେ ଦେଶର ସବୁଲୋକ ଉଲଘ୍ନ ଯାଇଛନ୍ତି ସେତେବେଳେ ଏହା ତାଙ୍କର ଟୋକନ ପ୍ରୋଟେଷ୍ଟ। ମୁଁ ଶ୍ରମିକ ଶ୍ରେଣୀର ପ୍ରାର୍ଥୀ। ଲୋହରଦଗାରୁ ଶନିୟା ଓରାଭ ଓ ପଶ୍ଚିମ ସିଂହଭୂମରୁ ପୁଷ୍ପା ସିଙ୍କୁ ମଧ୍ୟ ଲୋକସଭା ନିର୍ବାଚନ ଲଢୁଛନ୍ତି। ଆମେ ଆଦିବାସୀଙ୍କ ୧୫ ହଜାର ଏକ ଜମି ଫେରାଇ ସାରିଛି। ଆମର ନୀତି-ସିଦ୍ଧାନ୍ତ ଅନୁସାରେ ଲୋକସଭା ନିର୍ବାଚନରେ ଆମର ବିଜୟ ହେବ ବୋଲି ସେ କହିଛନ୍ତି। ଏବେ ସବୁ ଦଳ ପାଖରେ କେବଳ ପୁଞ୍ଜିପତି ଏଜେଣ୍ଡା ରହିଛି। ଶ୍ରମିକଙ୍କ ସମସ୍ୟା, ଅଧିକାର ନେଇ ମତଦାତାଙ୍କୁ ଭୋଟ ପାଇଁ ଅପିଲ କରିବି ବୋଲି ସେ କହିଛନ୍ତି।

ଏବେ ସେ ଝାଡଖଣ୍ଡ ଜେନେରାଲ କାମଗାର ୟୁନିୟମ ଝାଡଖଣ୍ଡ ପ୍ରଦେଶର ମହାମନ୍ତ୍ରୀ ଅଛନ୍ତି। ସେ ବିହାରର ଔରଙ୍ଗାବାଦ ଜିଲ୍ଲା ସ୍ଥିତି କୁଟୁମ୍ବା ପ୍ରଖଣ୍ଡର କରମା ଗାଁରେ ରୁହନ୍ତି। ସେ ପାଟନା ବିଶ୍ବବିଦ୍ୟାଳୟରୁ ବନସ୍ପତି ବିଜ୍ଞାନରେ ଏସ୍ଏସି ଓ ଆଇନରେ ଡିଗ୍ରୀ କରିଛନ୍ତି। ଛାତ୍ର ଆନ୍ଦୋଳନରେ ସକ୍ରିୟ ଭୂମିକା ପାଇଁ ତାଙ୍କୁ ଶ୍ରମିକାଙ୍କ ଅଧିକାର ନେଇ ଲଢେଇ କରିଛନ୍ତି।