ମୋଦିଙ୍କ ବାୟୋପିକକୁ ନେଇ ପରିହାସ କଲେ ଉର୍ମିଲା ମାତୋଣ୍ଡେକର, କହିଲେ…

ମୁମ୍ବାଇ, ୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଗତ କିଛି ଦିନ ହେବ ବିବାଦ ଜାରି ରହିଛି। ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’କୁ ଦେଖି ନିଜର ରିପୋର୍ଟ ଦେବାର ନିର୍ଦେଶ ଦେଇଛନ୍ତି। ଏହା ମଧ୍ୟରେ କଂଗ୍ରେସର ଟିକେଟରେ ମୁମ୍ବାଇ ଆସନରୁ ନିର୍ବାଚନ ଲଢୁଥିବା ଉର୍ମିଲା ମାତୋଣ୍ଡେକର ମୋଦିଙ୍କ ବାୟୋପିକ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ଉର୍ମିଲା କହିଛନ୍ତି  ଆଜି ପର୍ଯ୍ୟନ୍ତ ମୋଦି ନିଜର କୌଣସି ପ୍ରତିଶୃତି ପୂରଣ କରିନାହାଁନ୍ତି। ୫୬ ଇଞ୍ଚର ଛାତି କହୁଥିଲେ ମଧ୍ୟ ସେ କିଛି ବି କରି ନପାରି ପୁରାପୁରି ବିଫଳ ହୋଇଛନ୍ତି। ତେଣୁ  ତାଙ୍କ ଉପରେ କେବଳ କମେଡି ଫିଲ୍ମ ତିଆରି ହେବା ଦରକାର।

ଏହା ଠାରୁ ଆଉ କ’ଣ ବା ଖରାପ ହୋଇପାରେ। ମୋଦି ଗତ ୫ ବର୍ଷ ଭିତରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନାହାଁନ୍ତି। ଏହାପରେ ଉର୍ମିଲା କହିଛନ୍ତି, ମୁଁ ବ୍ୟକ୍ତିଗତ ସ୍ତରରେ ମରାଠୀ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଛି ଓ ସବୁବେଳେ କରିବି। ମୋର ସମର୍ଥନ କରିବା ପାଇଁ ରାଜ ଠାକରେଙ୍କୁ ଧନ୍ୟବାଦ ଦେଉଛି।’

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ