ପ୍ରମୁଖ ଖବର
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯/୦୫: ଲୋକସଭା ନିର୍ବାଚନର  ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆସନ୍ତା ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ଦିନକ ପୂର୍ବରୁ ଅର୍ଥାତ୍‌ ଶନିବାର ପ୍ରଚାର ଅଭିଯାନ ଶେଷ ହୋଇଛି । 

ସୋମବାର ୬ ରାଜ୍ୟ ଓ  ୨ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା  ଆସନରେ ଭୋଟିଂ ହେବ । ବିହାରର ୫, ଝାଡ଼ଖଣ୍ଡର  ୩, ମହାରାଷ୍ଟ୍ରର ୧୩, ଓଡ଼ିଶାର ୫, ଉତ୍ତର ପ୍ରଦେଶର  ୧୪ ଓ ପଶ୍ଚିମବଙ୍ଗର ୭ଟି ଆସନରେ ମତଦାନ ଅନୁଷ୍ଠିତ  ହେବ । ସେହିଭଳି ଜମ୍ମୁ-କାଶ୍ମୀର ଓ ଲଦାଖର ଗୋଟିଏ  ଲେଖାଏଁ ଆସନରେ ମଧ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।  ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ  ହୋଇଛି । ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀ ଭାବେ ରାଜନାଥ  ସିଂହ (ଲକ୍ଷେ୍ନø), ସ୍ମୃତି ଇରାନୀ (ଆମେଥି), ରାହୁଲ  ଗାନ୍ଧୀ (ରାଏବରେଲି), ପୀୟୂଷ ଗୋୟଲ (ମୁମ୍ବାଇ ନର୍ଥ)  ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ  ମଧ୍ୟରେ କୈସରଗଞ୍ଜରୁ ବିଜେପି ଟିକଟରେ ଲଢ଼ୁଥିବା  କରନ ଭୂଷଣ ସିଂହ, ହାଜିପୁରରୁ ଲଢ଼ୁଥିବା ଏଲ୍‌ଜେପି  (ଆର)ର ଚିରାଗ ପାଶ୍ୱାନ, ମୁଜାଫରପୁରରୁ ଲଢ଼ୁଥିବା ରାଜଭୂଷଣ ଚୌଧୁରୀ (ବିଜେପି), ମହାରାଷ୍ଟ୍ରର କଲ୍ୟାଣରୁ  ଳଢ଼ୁଥିବା ଡ. ଶ୍ରୀକାନ୍ତ ସିନ୍ଦେ (ଶିବସେନା) ରହିଛନ୍ତି ।  ସେହିଭଳି ବାରାମୂଳାରୁ ଲଢ଼ୁଥିବା ନ୍ୟାସନାଲ କନ୍‌ଫରେନ୍ସ  ନେତା ଓମାର ଅବ୍‌ଦୁଲ୍ଲାଙ୍କ ଭାଗ୍ୟ ବି ପରୀକ୍ଷା ହେବ ।  ପଞ୍ଚମ ପର୍ଯ୍ୟାୟରେ ୪୯ ଆସନ ପାଇଁ ମୋଟ ୬୯୫  ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୨% ମହିଳା ଅଛନ୍ତି । 

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.