ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ଏହି ଚର୍ଚ୍ଚିତ ସିଟ୍, ବାଜିରେ ଲାଗିଛି ହେଭିୱେଟ୍‌ଙ୍କ ଭାଗ୍ୟ...

ନୂଆଦିଲ୍ଲୀ, ୨୬/୦୪ : ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ୧୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୮୮ ଆସନରେ ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରୁଛନ୍ତି ଭୋଟର। ତେବେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ବାଜିରେ ଲାଗିଛି ବହୁ ହେଭିୱେଟ୍‌ଙ୍କ ଭାଗ୍ୟ। ୱାୟନାଡରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୬ କେନ୍ଦ୍ର ମନ୍ତ୍ରୀ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ, ଲୋକସଭା ଅଧ୍ୟକ୍ଷ ଏବଂ ବହୁ ପୂର୍ବତନ ମନ୍ତ୍ରୀ ସାମିଲ ଅଛନ୍ତି। 

ରାହୁଲ ଗାନ୍ଧି : ପୂର୍ବତନ କଂଗ୍ରେସ ଅଧ୍ୟ୩ ରାହୁଲ ଗାନ୍ଧି କେରଳର ୱାୟନାଡ ସିଟ୍‌ରୁ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୯ରେ ରାହୁଲ ଏହି ସିଟ୍‌ରେ ଜିତିଥିଲେ। ଏଥର ତାଙ୍କର ମୁକାବିଲା ବିଜେପିର କେ.କେ ସୁରେନ୍ଦ୍ରନ ଏବଂ ଏନି ରାଜାଙ୍କ ସହ ହେବ। ୨୦୧୯ରେ ୱାୟନାଡରେ ୮୦.୩୭ ପ୍ରତିଶତ ମତଦାନ ହୋଇଥିଲା। 

ରାଜୀବ ଚନ୍ଦ୍ରଶେଖର ବନାମ ଶଶି ଥରୁର : କେରଳର ତୁରୁଅନନ୍ତପୁରମ ସିଟ୍‌ରୁ ଦୁଇ ହେଭିୱେଟ୍‌ଙ୍କ ମଧ୍ୟରେ ହେବ କାଣ୍ଟେକା ଟକ୍କର। କଂଗ୍ରେସ ଏଠାରୁ ଶଶି ଥରୁରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଏଠାରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଉପରେ ଭରସା କରିଛି। ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭା ସାଂସଦ ଥିଲଲେ। ୨୦୧୯ରେ ଏହି ଆସନରେ ଶଶି ଥରୁର ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ଏଠାରେ ୭୩.୭୪ ପ୍ରତିଶତ ମତଦାନ ହୋଇଥିଲା। 

ହେମା ମାଳିନୀ : ଉତ୍ତର ପ୍ରଦେଶର ବହୁ ଚର୍ଚ୍ଚିତ ସିଟ୍ ମଥୁରାରେ ବିଜେପି ଟିକଟରୁ ଫିଲ୍ମ ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନ ଲଢୁଛନ୍ତି। ତାଙ୍କର ମୁକାବିଲା କଂଗ୍ରେସର ମୁକେଶ ଧନଗର ଏବଂ ବିଏସପିର ସୁରେଶ ସିଂହଙ୍କ ସହ ହେଉଛି। ୨୦୧୯ରେ ଏହି ସିଟ୍‌ରେ ହେମା ମାଳିନୀ ବିଜୟୀନୀ ହୋଇଥିଲେ। ଗତ ନିର୍ବାଚନରେ ଏଠାରେ ୬୧.୦୮ ପ୍ରତିଶତ ମତଦାନ ହୋଇଥିଲା। 

ଅରୁଣ ଗୋଭିଲ : ଉତ୍ତର ପ୍ରଦେଶର ଆଉ ଏକ ଚର୍ଚ୍ଚିତ ସିଟ୍ ମେରଠରେ ବିଜେପି ଟିକଟରୁ ଲଢୁଛନ୍ତି ଅଭିନେତା ଅରୁଣ ଗୋଭିଲ। ତାଙ୍କ ପାଇଁ ଅଭିନେତ୍ରୀ ଦୀପିକା ଚିଖଲିଆ ଏବଂ ସୁନୀଲ ଲହରୀ ପ୍ରଚାର କରିଥିଲେ। ଏଥର ଅରୁଣ ଗୋଭିଲଙ୍କ ମୁକାବିଲା ସପାର ସୁନୀତା ବର୍ମା ଏବଂ ବିଏସପିର ଦେବବ୍ରତ ତ୍ୟାଗୀଙ୍କ ସହ ହେଉଛି। ୨୦୧୯ରେ ଏହି ସିଟ୍‌ରେ ବିଜେପିକୁ ବିଜୟ ମିଳିଥିଲା। 

ଦାନିଶ ଅଲି : ଉତ୍ତର ପ୍ରଦେଶର ଅମରୋହା ସିଟ୍‌ରୁ ସାଂସଦ ଦାନିଶ ଅଲି କଂଗ୍ରେସ ଟିକଟରୁ ଲଢୁଛନ୍ତି। ତାଙ୍କର ମୁକାବିଲା ବିଜେପିର କଂୱର  ସିଂହ ତଂୱର ଏବଂ ବିଏସପିର ମୁଜାହିଦ ହୁସୈନଙ୍କ ସହ ହେଉଛି। 

କେସି ବେଣୁଗୋପାଳ : କଂଗ୍ରେସ ନେତା କେସି ବେଣୁଗୋପାଳ କେରଳର ଅଲପୁଝା ସିଟ୍‌ରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ତାଙ୍କର ମୁକାବିଲା ବିଜେପିର ଶୋଭା ସୁରେନ୍ଦ୍ରନ ଏବଂ ଏଏମ ଆରିଫଙ୍କ ସହ ହେଉଛି। ଗତ ନିର୍ବାଚନରେ ଏହି ସିଟ୍‌ରୁ ମାକପା ପ୍ରାର୍ଥୀ ଏଏମ ଆରିଫ ବିଜୟୀ ହୋଇଥିଲେ।  

ଓମ୍ ବିର୍ଲା : ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ରାଜସ୍ଥାନର କୋଟା ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି। କଂଗ୍ରେସର ପ୍ରହ୍ଲାଦ ଗୁଞ୍ଜଲ ତାଙ୍କ ସହ ପ୍ରତିଦ୍ଵନ୍ଦିତା କରୁଛନ୍ତି। ୨୦୧୯ରେ ଏହି ସିଟ୍‌ରୁ ଓମ୍ ବିର୍ଲାଙ୍କୁ ସଫଳତା ମିଳିଥିଲା।

ଭୂପେଶ ବଘେଲ ; ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନାନ୍ଦଗାଁଓ ସିଟ୍‌ରୁ ନିର୍ବାଚନ ଲଢୁଛନ୍ତି। ୨୦୧୯ରେ ଏହି ସିଟ୍‌ରେ ବିଜେପିର ସନ୍ତୋଷ ପାଣ୍ଡେ ନିର୍ବାଚନ ଜିତିଥିଲେ। 

ବୈଭବ ଗେହଲଟ : ରାଜସ୍ଥାନର ଜାଲୌର ସିଟ୍‌ରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ନିର୍ବାଚନ ଲଢୁଛନ୍ତି। ବିଜେପିର ଲୁମ୍ବାରାମଙ୍କ ସହ ତାଙ୍କର ମୁକାବିଲା ହେଉଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.