ପ୍ରମୁଖ ଖବର
  • ଦୁଇ ଦିନ ପ୍ରବଳ ଝଡ଼ ବର୍ଷା ଆଶଙ୍କା, ଆସନ୍ତା ୩ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପାଣିପାଗ ବିଭାଗ
  • ||
  • ବିଜେପିର ମିଶନ ଓଡ଼ିଶା: ପୁଣି ଓଡ଼ିଶା ଆସିବେ ଅମିତ ଶାହ, ୮ରେ ରାୟଗଡ଼ାରେ ରାଜନାଥଙ୍କ ସମାବେଶ
  • ||
  • ବିଦ୍ୟୁତ ଆଘାତରେ ଗଲା ଜୀବନ: ବାପା-ପୁଅକୁ ମୃତ, ମା ଗୁରୁତର
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ରେବନ୍ନାଙ୍କୁ ଗିରଫ କଲା ଏସ୍‌ଆଇଟି, ପ୍ରଜ୍ୱଳଙ୍କୁ ବ୍ଲୁ କର୍ଣ୍ଣର ନୋଟିସ
  • ||
  • ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍, ରେଳଧାରଣା ଉପରେ ପଡିଥିଲା ବଡ଼ ବଡ଼ ପଥର...
  • ||
  • ସୁପର ସନ୍ଡେରେ ଡବଲ ଫାଇଟ: ଅପରାହ୍ନରେ ପଞ୍ଜାବ-ଚେନ୍ନାଇ, ସନ୍ଧ୍ୟାରେ ଲକ୍ଷ୍ନୌ-କୋଲକାତା ଲଢ଼େଇସୁପର ସନ୍ଡେରେ ଡବଲ ଫାଇଟ: ପଞ୍ଜାବ-ଚେନ୍ନାଇ, ଲକ୍ଷ୍ନୌ-କୋଲକାତା ଲଢ଼େଇ
  • ||
  • ଆଜି ନିଟ୍‌-ୟୁଜି ପରୀକ୍ଷା: ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର, ୨୪ ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ତାତିରେ ଲାଗିବ ବ୍ରେକ୍‌: ୩ରୁ ୫ ଡିଗ୍ରୀ ଖସିବ ପାରଦ, ଉପକୂଳ ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା
  • ||

ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ

ନୂଆଦିଲ୍ଲୀ,୨୬/୦୪: ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୮ ଆସନରେ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୮୯ ଆସନରେ ଭୋଟିଂ ହେବ‌ । କିନ୍ତୁ ମଧ୍ୟ ପ୍ରଦେଶର ବୈତୁଲ ଆସନର ବସପା ପ୍ରାର୍ଥୀଙ୍କ ଦେହାନ୍ତ ପରେ ଉକ୍ତ ଆସନରେ ମେ ୭ରେ ଭୋଟିଂ ହେବ । ୨୦୧୯ରେ ଏହି ୮୮ ଆସନ ମଧ୍ୟରୁ ବିଜେପି ସର୍ବାଧିକ ୫୦ ଏବଂ ଏନ୍‌ଡିଏ ସହଯୋଗୀ ଦଳ ୮ଟି ଆସନ ପାଇଥିଲା । କଂଗ୍ରେସକୁ ୨୧ ଆସନ ମିଳିଥିଲା ବେଳେ ଅନ୍ୟ ଦଳଗୁଡ଼ିକୁ ୯ଟି ମିଳିଥିଲା ।

ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ ଦ୍ୱିତୀୟ ପର୍ଯ୍ୟାୟରେ ୧,୧୯୮ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଏମାନଙ୍କ ମଧ୍ୟରେ ୧,୦୯୭ ପୁରୁଷ ଓ ୧୦୦ ଜଣ ମହିଳା । ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗୀ । ପ୍ରାର୍ଥୀମାନଙ୍କ ମଧ୍ୟରୁ ୨୫୦ ଜଣଙ୍କ ନାମରେ ଫୌଜଦାରି ମାମଲା ରହିଛି । ୩୯୦ ପ୍ରାର୍ଥୀ କୋଟିପତି । ଏହି ପର୍ଯ୍ୟାୟରେ ବିଜେପିର ସର୍ବାଧିକ ୬୯ ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସର ୬୮, ସିପିଆଇ ଓ ଜେଡିୟୁର ୫ ଲେଖାଏଁ ରହିଛନ୍ତି । ସପାର ୪ ପ୍ରାର୍ଥୀ ଲଢ଼ୁଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମତଦାନ ସମୟକୁ ୨ ଘଣ୍ଟା ବଢ଼ାଇଛନ୍ତି । ଏହା ଅନୁସାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ।

ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ ଆସନରେ ଭୋଟ ଗ୍ରହଣ ହେବ । ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ ହେବ। ଏହାଛଡ଼ା ମଧ୍ୟ ପ୍ରଦେଶର ୭, ଆସାମ ଓ ବିହାରର ୫ ଲେଖାଏଁ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ ଲେଖାଏଁ ଏବଂ ଜମ୍ମୁ-କାଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏଁ ଲୋକସଭା ଆସନରେ ମଧ୍ୟ ମତଦାନ ହେବ । ଏପ୍ରିଲ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ ଆସନରେ ଭୋଟ୍‌ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ (ମୀରଟ), ହେମା ମାଳିନୀ (ମଥୁରା), ଓମ୍‌ ବିର୍ଲା (କୋଟା), ତେଜସ୍ୱୀ ସୂର୍ଯ୍ୟ (ଦକ୍ଷିଣ ବେଙ୍ଗାଲୁରୁ)ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିଭଳି ଛତିଶଗଡ଼ର ରାଜନନ୍ଦଗାଓଁରୁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଭୂପେଶ ବାଘେଲ, କେରଳର ୱାୟନାଡରୁ ଲଢ଼ୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତିରୁଅନନ୍ତପୁରମରୁ ଲଢ଼ୁଥିବା ଶଶୀ ଥରୁରଙ୍କ ଭାଗ୍ୟ ମଧ୍ୟ ଏହି ପର୍ଯ୍ୟାୟ ମତଦାନରେ ନିର୍ଦ୍ଧାରଣ ହେବାକୁ ଯାଉଛି । ୱାୟନାଡ ଆସନରୁ ରାହୁଲ ଗାନ୍ଧୀ ୨୦୧୯ରେ ନିର୍ବାଚନ ଜିତିଥିଲେ । ଏଥର ମଧ୍ୟ ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ରାହୁଲ । ସେହିଭଳି ତିରୁଅନନ୍ତପୁରମରୁ ପୁଣି ଥରୁରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।


  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.