PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ନିର୍ବାଚନ ପାଇଁ ଡିଜିଟାଲ ବ୍ରହ୍ମାସ୍ତ୍ର: ୮୭ ହଜାର ହ୍ୱାଟ୍ସଆପ୍ ଗ୍ରୁପରେ କରାଯାଉଛି ଭୋଟରଙ୍କ ବ୍ରେନ୍ ୱାଶ୍

source:zeenews.india.com

ନୁଆଦିଲ୍ଲୀ ୨୫/୩: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧୧ ଏପ୍ରିଲରେ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶରେ ୨୦ ରାଜ୍ଯରେ ୯୧ ଆସନ ପାଇଁ ମତଦାନ ହେବ । ରାଜନୈତିକ ପାର୍ଟି ଓ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବାରେ ଲାଗିପଡିଛନ୍ତି । ଏବେ ସୋସିଆଲ ମିଡିଆ ଏହି କାମରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ତେବେ କିଛି ମହାନ୍ ରାଜନୀତିଜ୍ଞମାନେ ଅଛନ୍ତି ଯେଉଁମାନଙ୍କୁ ରାଜନୀତିର ଚାଣକ୍ୟ କୁହାଯାଉଛି ସେମାନେ ଏବେ ସୋସିଆଲ ମିଡିଆ ଯୁଜର୍ସଙ୍କ ମନରେ ଓ ମୁଣ୍ଡରେ ନିଜ ପ୍ରାର୍ଥୀମାନଙ୍କ ସକାରାତ୍ମକ ଚିତ୍ରର ଭର୍ତ୍ତି କରିବାକୁ ଚେଷ୍ଟା କରୁଛନ୍ତି । 

source:telugustop.com

ଭାରତରେ ୪୩ କୋଟି ସ୍ମାର୍ଟଫୋନ୍ ୟୁଜର୍ସ
ଦେଶରେ ଏବେ ୮୭୦୦୦ ହ୍ୱାଟ୍ସଆପ୍ ଗ୍ରୁପ୍ ଅଛି ଯାହାକି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କାମ କରୁଛନ୍ତି । ଏହି ଗ୍ରୁପ୍ ମାଧ୍ୟମରେ ଲକ୍ଷଲକ୍ଷ ଭୋଟରଙ୍କ ବ୍ରେନ୍‌ ୱାସ୍ କରାଯାଉଛି । ଖାସ୍ ଉପାୟରେ ପ୍ରସ୍ତୁତ ହୋଇଥିବା ବାର୍ତ୍ତା ପଠାଯାଉଛି । ରାଜନେତା ଓ ରାଜନୈତିକ ପାର୍ଟିକୁ ନେଇ ଲୋକଙ୍କ ଧାରଣା ବଦଳାଇବାକୁ ଚେଷ୍ଟା କରାଯାଉଛି । ଏବେ ପ୍ରାୟ ୪୩ କୋଟି ସ୍ମାର୍ଟଫୋନ୍ ୟୁଜର୍ସ ଅଛନ୍ତି । ସେମାନେ ଅନେକ ଗ୍ରୁପରେ ମଧ୍ଯ ସାମିଲ ଅଛନ୍ତି । ଯଦି ଏତେ ସଂଖ୍ଯକ ଗ୍ରୁପ ଏକମତ ହେବେ ତେବେ ନିଶ୍ଚୟ ରୂପେ ନିର୍ବାଚନରେ ପ୍ରଭାବ ପଡିବ ।

source:dumielauxepices.net

ହ୍ୱାଟ୍ସଆପ୍ ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ଫେକ୍ ନ୍ୟୁଜ ଖୁବଶୀଘ୍ର ବ୍ଯାପିଯାଏ । ଗ୍ରୁପକୁ ଯେଉଁ ମେସେଜ୍ ଆସୁଛି ତାକୁ ଯାଞ୍ଚ କରିବା ପାଇଁ କେହି ନାହିଁ । ଯଦି ଆପଣ କୌଣସି ରାଜନୀତିକ ଦଳରେ ପ୍ରଭାବିତ ଏବଂ ସେହି ଦଳ ପକ୍ଷରୁ ଯଦି କିଛି ମେସେଜ ଆସେ ତେବେ ଆପଣ ତାକୁ ଅନ୍ୟମାନଙ୍କୁ ଫରୱାର୍ଡ କରିଦିଅନ୍ତି  । ଏହା ଠିକ୍ କି ଭୁଲ୍ ଜାଣନ୍ତି ନାହିଁ । ଏହା ଅନ୍ୟମାନଙ୍କୁ ମଧ୍ଯ ପ୍ରଭାବିତ କରିଥାଏ । ଏହି କାମ ଫେସବୁକ୍ ଓ ଟ୍ୱିଟରରେ ମଧ୍ଯ କରାଯାଇଥାଏ । ରିଲାଏନ୍ସ ଜିଓ ଆସିବା  ପରେ ଡାଟା ବହୁତ ଶସ୍ତା ହୋଇଯାଇଛି ଯାହା ଏଭଳି କାର୍ଯ୍ୟକୁ ସାହାଯ୍ୟ କରୁଛି ।

ଏକ ଗ୍ରୁପରେ ୨୫୬ ୟୁଜର୍ସ ରହିପାରିବେ
ଗୋଟିଏ ହ୍ୱାଟ୍ସଆପରେ ଅତିବେଶିରେ ୨୫୬ ୟୁଜର୍ସ ରହିପାରିବେ । ତେବେ ୮୭୦୦୦ ଗ୍ରୁପ ଜରିଆରେ ୨.୨ କୋଟି ୟୁଜର୍ସଙ୍କ ପାଖରେ ସିଧା ପହଞ୍ଚି ଯାଇହେବ । ଆପଣ ଗ୍ରୁପର କୌଣସି ମେସେଜ୍ ୫ ଜଣଙ୍କୁ ଫରୱାର୍ଡ କରିପାରିବେ । ଏମିତି ୧୧ କୋଟି ଲୋକଙ୍କ ପାଖରୁ ମେସେଜ ଅତି ସହଜରେ ପହଞ୍ଚାଯାଇପାରିବ । ତେବେ ସୁସ୍ଥ ଗଣତନ୍ତ୍ର ପାଇଁ ଏହା ଶୁଭ ସଙ୍କେତ ନୁହେଁ ।

ସମ୍ବନ୍ଧିତ ଖବର