ଘୋଷଣା ହେଲା ଲୋକସଭା ନିର୍ବାଚନ ତାରିଖ, ୭ ପର୍ଯ୍ୟାୟରେ ହେବ ନିର୍ବାଚନ, ମେ ୨୩ରେ ଗଣତି…

source:aajtak.intoday.in
ନୁଆଦିଲ୍ଲୀ ୧୦/୩: ଘୋଷଣା ହେଲା ଲୋକସଭା ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ୨୦୧୯ର ତାରିଖ ଘୋଷଣା କରିଦେଇଛନ୍ତି । ଏଥର ନିର୍ବାଚନ ୭ ପର୍ଯ୍ୟାୟରେ ସମ୍ପନ୍ନ ହେବ । ୨୩ ମେରେ ରେଜଲ୍ଟ ଆସିବ । ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ଯରେ ୭ ପର୍ଯ୍ୟାୟରେ ମତଦାନ ହେବ । ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ, ଲୋକସଭା ନିର୍ବାଚନ ସହିତ ହେବନି । ପ୍ରଥମ ପର୍ଯାୟ ୧୧ ଏପ୍ରିଲରେ ୨୦ ରାଜ୍ଯର ୯୧ ସିଟ୍ ପାଇଁ ମତଦାନ ହେବ । ଦ୍ୱିତୀୟ ଭାଗରେ ଭୋଟିଂ ୧୮ ଏପ୍ରିଲରେ ହେବ । ଏହି ଭାଗରେ ୯୭ ସିଟ୍ ପାଇଁ ମତଦାନ ହେବ ।
LS Polls:Phase1 in 91constituencies in 20states,Phase2 in 97constituencies in 13 states,Phase3 in 115constituencies in 14states,Phase4 in 71constituencies in 9 states,Phase5 in 51constituencies in 7states,Phase6 in 59constituencies in 7states&Phase7 in 59constituencies in 8states pic.twitter.com/bHUBg5pEVr
— ANI (@ANI) March 10, 2019
୨୩ ଏପ୍ରିଲରେ ତୃତୀୟ ଭାଗର ଭୋଟିଂ ହେବ । ୨୯ ଏପ୍ରିଲରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବ । ୬ ମେ ରେ ୫ମ ପର୍ଯ୍ୟାୟ ଭୋଟିଂ ହେବ । ୧୨ ମେରେ ଷଷ୍ଠ ପର୍ଯ୍ଯାୟ ମତଦାନ ହେବ । ୧୯ ମେରେ ସପ୍ତମ ପର୍ଯ୍ଯାୟ ମତଦାନ ହେବ ।
ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୧୧ତାରିଖ ପ୍ରଥମ ପର୍ଯ୍ୟାୟରେ ୪ଟି, ଏପ୍ରିଲ ୧୮ତାରିଖ ଦ୍ବିତୀୟ ପର୍ଯ୍ୟାୟରେ ୫ଟି, ଏପ୍ରିଲ ୨୩ତାରିଖ ତୃତୀୟ ପର୍ଯ୍ୟାୟରେ ୬ଟି ଓ ଏପ୍ରିଲ ୨୯ତାରିଖ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ମତଗ୍ରହଣ ହେବ ।
ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହି ୪ଟି ପର୍ଯ୍ୟାୟରେ ହିଁ ରାଜ୍ୟର ୧୪୭ଟି ବିଧାନସଭା ଆସନ ପାଇଁ ମଧ୍ୟ ମତଗ୍ରହଣ ହେବ ।
ଏମିତି ରହିବ ନିର୍ବାଚନ କାର୍ଯ୍ୟକ୍ରମ
ପ୍ରଥମ ପର୍ଯ୍ୟାୟ ୧୧ ଏପ୍ରିଲ—୨୦ ରାଜ୍ଯର ୯୧ ଲୋକସଭା ସିଟ୍ ପାଇଁ ମତଦାନ
ଦ୍ୱିତୀୟ ପର୍ଯ୍ୟାୟ ୧୮ ଏପ୍ରିଲ—୧୩ ରାଜ୍ଯର ୯୭ ସିଟ୍ ପାଇଁ ଭୋଟ୍
ତୃତୀୟ ପର୍ଯ୍ୟାୟ ୨୩ ଏପ୍ରିଲ୍—୧୪ ରାଜ୍ଯର ୧୧୫ ସିଟ୍ ପାଇଁ ଭୋଟ୍, ଏହି ପର୍ଯ୍ୟାୟରେ ସବୁଠାରୁ ଅଧିକ ସିଟ୍ ପାଇଁ ମତଦାନ ହେବ
ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲ—୯ ରାଜ୍ଯର ୭୧ ଲୋକସଭା ସିଟ୍ ପାଇଁ ମତଦାନ
୫ମ ପର୍ଯ୍ୟାୟ ୬ ମେ—୭ ରାଜ୍ଯର ୫୧ ସିଟ୍ ପାଇଁ ମତଦାନ
୬ଷ୍ଠ ପର୍ଯ୍ୟାୟ ୧୨ ମେ—୭ ରାଜ୍ଯର ୫୯ ଲୋକସଭା ସିଟ୍ ପାଇଁ ଭୋଟ୍
୭ମ ପର୍ଯ୍ୟାୟ ୧୯ ମେ—୮ ରାଜ୍ଯର ୫୯ ଲୋକସଭା ସିଟ୍ ପାଇଁ ଭୋଟ୍
ମୁଖ୍ଯ ନିର୍ବାଚନ ଆୟୁକ୍ତ ସୁନିଲ ଅରୋରା କହିଛନ୍ତି ଯେ ଚଳିତବର୍ଷ ନିର୍ବାଚନରେ ୯୦ କୋଟି ଭୋଟ୍ ଦିଆହେବ । ଏଥର ୮ କୋଟି ୪୩ ଲକ୍ଷ ଭୋଟର ବଢିଛନ୍ତି । ୧୮ ରୁ ୧୯ ବର୍ଷ ମଧ୍ଯରେ ପ୍ରାୟ ଦେଢ କୋଟି ଏଥର ମତଦାନ କରିବେ । ନିର୍ବାଚନ ଆୟୋଗକଙ୍କ କହିବା ଅନୁସାରେ ନିର୍ବାନଚ ତାରିଖ ଘୋଷଣାରେ ପରୀକ୍ଷା ଓ ପର୍ବପର୍ବାଣିକୁ ଧ୍ଯାନରେ ରଖାଯାଇଛି ।
#LokSabhaElection2019: 1st phase polling to be held on 11th April, 2nd phase on 18th April, 3rd phase on 23rd April, 4th phase polling to be held on 29th April, 5th phase polling on 6th May, 6th phase polling on 12th May, 7th phase 12th May. Counting of all phases on 23rd May. pic.twitter.com/1IcW8KGg91
— ANI (@ANI) March 10, 2019
ଏହି ନିର୍ବାଚନରେ ସମସ୍ତ ଇଭିଏମରେ ଭିଭିପିଏଟି ବ୍ଯବହାର କରାଯିବ । ଏହାସହିତ ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ମଧ୍ଯ ଲାଗିବ । ଏଥ ନିର୍ବାଚନରେ ୧୦ ଲକ୍ଷ ପୋଲିଂ ଷ୍ଟେସନ ନିର୍ମାଣ କରାଯାଇଛି । ୨୦୧୪ ଲୋକସଭା ନିର୍ବାଚନରେ ୯ ଲକ୍ଷ ପୋଲିଂ ଷ୍ଟେସନ ପ୍ରସ୍ତୁତ ହୋଇଥିଲା । ନିର୍ବାଚନରେ ସମସ୍ତ ସମ୍ବେଦନଶୀଳ ବୁଥରେ ସିଆରପିଏଫ୍ ଯବାନ ମୁତୟନ ହେବେ । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡ ସ୍ପିକର ବନ୍ଦ ରହିବ । ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିବା ପାଇଁ ଏକ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି । ଇଭିଏମର ସୁରକ୍ଷା ପାଇଁ ଜିପିଏସ୍ ଟ୍ରାକିଂ ବ୍ଯବହାର କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁସାରେ ଅଭିଯୋଗ କରିବାର ୧୦୦ ମିନିଟ୍ ମଧ୍ଯରେ କାର୍ଯ୍ଯାନୁଷ୍ଠାନ ନିଆଯିବ । ତେବେ କହିରଖୁଛୁ ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ହେବା ପରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି ।