ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିର୍ବାଚନ ଲଢ଼ି ନପାରନ୍ତି: ମନମୋହନଙ୍କୁ ମନାଇବା ପାଇଁ ମାରାଥନ ବୈଠକ

୯୦ ଦଶକରେ ଦେଶରେ ଉଦାର ଅର୍ଥନୀତି ଆଣି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ନିର୍ବାଚନ ଲଢ଼ିବେ ନା ନାହିଁ। ଏହାକୁ ନେଇ ଏବେ ରାଜନୈତିକ ମହଳରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। କୁହାଯାଉଛି ପଞ୍ଜାବର ସବୁଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନ ମଣ୍ଡଳୀ ଅମୃତସରରୁ ନିର୍ବାଚନ ଲଢ଼ିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି କଂଗ୍ରେସ ନେତୃତ୍ବ।
ଖବର ଅନୁସାରେ, ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ମନମୋହନ ସିଂହ ଅନିଛୁକ ଥିବା ଜଣାଯାଇଛି। ସ୍ବାସ୍ଥ୍ୟଗତ କାରଣ ଓ ଅଧିକ ବୟସ ଯୋଗୁଁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଦଳ୍ୟ ହାଇକମାଣ୍ଡକୁ ଜଣାଇଦେଇଛନ୍ତି। କିନ୍ତୁ ହାଇପ୍ରୋଫାଇଲ ଅମୃତସର ନିର୍ବାଚନମଣ୍ଡଳୀରୁ ଲଢ଼ିବା ଲାଗି ମନମୋହନଙ୍କ ଉପରେ ଚାପ ପକାଉଛନ୍ତି ହାଇକମାଣ୍ଡ।