ହାର୍ଦ୍ଦିକ ପଟେଲଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା,ଲଢି ପାରିବେନି ନିର୍ବାଚନ

ଅହମ୍ମଦାବାଦ,୨୯।୩: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଆଗାମୀ ଲୋକସଭା ନିର୍ବାଚନ ଲଢିପାରିବେନି। ୨୦୧୫ରେ ତାଙ୍କୁ ଦଙ୍ଗା ସୃଷ୍ଟି କରିବା ମାମଲାର ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଗୁଜରାଟ ହାଇକୋର୍ଟ । ହାଇକୋର୍ଟ  ଦଣ୍ଡାଦେଶ ଉପରେ ରୋକ ନଲଗାଇବା ଦ୍ବାରା ନିର୍ବାଚନ ଲଢିବା ଅସମ୍ଭବ ହୋଇପଡିଛି। ଜନପ୍ରତିନିଧି ଅଧିନିୟମ ୧୯୫୧ ପ୍ରାବଧାନ ଅନୁସାରେ ସେ ନିର୍ବାଚନ ଲଢିବାକୁ ଅଯୋଗ୍ୟ ହୋଇଛନ୍ତି। ଏବେ ତାଙ୍କ ପାଖରେ କେବଳ ସୁପ୍ରିମକୋର୍ଟରେ ଆବେଦନ କରିବାର ବିକଳ୍ପ ରହିଛି।

ହାର୍ଦ୍ଦିକ ଗୁଜରାଟ ହାଇକୋର୍ଟରେ ନିଜର ସଜା ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲେ, ଯାହାର ଶୁଣାଣି ଆଜି କୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ଆବେଦନ ଏଥିପାଇଁ ଦାୟର କରାଯାଇଥିଲା,ଯେପରିକି ହାର୍ଦ୍ଦିକ ଆଗାମୀ ଲୋକସଭା ନିର୍ବାଚନ ଲଢି ପାରିବେ। କିନ୍ତୁ କୋର୍ଟ ଏହି ଆବେଦନକୁ ଖାରଜ କରି ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଯାହାଫଳରେ ହାର୍ଦ୍ଦିକଙ୍କ ନିର୍ବାଚନ ଲଢିବା ଉପରେ ଏବେ ରୋକ ଲାଗିଯାଇଛି। ନିକଟରେ କଂଗ୍ରେସରେ ସାମିଲ ହୋଇଥିବା ପଟିଦାର ନେତା ଗୁଜରାଟର ଜାମନଗର ଆସନରୁ ନିର୍ବାଚନ ଲଢିବାକୁ ଥିଲେ।

ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ମାମଲାରେ ଗତବର୍ଷ ଜୁଲାଇରେ ଗୁଜରାଟର ଏକ ଅଦାଲତ ହାର୍ଦିକ ଏବଂ ତାଙ୍କ ଅନ୍ୟ ସାଥୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ ହାର୍ଦିକ ଏବଂ ତାଙ୍କ ସାଙ୍ଗକୁ ୨ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାସହ ସେମାନଙ୍କୁ ୫୦ ହଜାର ଲେଖାଏଁ ଜରିମନା ଦେବାକୁ ପଡିଥିଲା।

   ସମ୍ବନ୍ଧିତ ଖବର


26/11 ମୁମ୍ବାଇ ଆକ୍ରମଣକୁ ପୁରିଲା ୧୨ବର୍ଷ, ଏବେ ନଜର ପକାନ୍ତୁ ଗତ ୨୦ ବର୍ଷରେ ଭାରତ ଉପରେ ହୋଇଥିବା ବଡ ଆତଙ୍କୀ ହମଲା ଉପରେ…

ଆଜି ସମ୍ବିଧାନ ଦିବସ: ମୁଖବନ୍ଧ ପାଠ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଡିଡି ନ୍ୟୁଜ୍‌ରେ ହେବ ପ୍ରସାରଣ

ମୁମ୍ବାଇ ଆକ୍ରମଣ ଘଟଣାକୁ ପୁରିଲା ୧୨ ବର୍ଷ, ଆତଙ୍କବାଦୀଙ୍କ ସ୍ମୃତିରେ ପାକିସ୍ତାନରେ ଲସ୍କର ପକ୍ଷରୁ ପ୍ରାର୍ଥନା ସଭା

ପ୍ରେମିକା ପାଇଁ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କଲେ ପୂର୍ବତନ ବିଧାୟକଙ୍କ ପୁଅ, ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ହୋଇଥିଲା ଏମିତି ଯୋଜନା…

ଠିକ୍ ସମୟରେ ଗାଁ ଗାଁରେ ପହଞ୍ଚିବ କରୋନା ଭ୍ୟାକସିନ, ରାଜ୍ୟକୁ କେନ୍ଦ୍ର ପଠାଇଲା ଏମିତି ଯୋଜନା…

ନିବାର ବାତ୍ୟା ଯୋଗୁଁ ଚେନ୍ନାଇ-ସନ୍ତରାଗାଛି ସ୍ପେଶାଲ୍ ଟ୍ରେନ୍‌‌ ବାତିଲ