ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା: ୪୧ ପ୍ରତିଶତ ମହିଳା ପାଇଲେ ଟିକେଟ, ଆସାନସୋଲରୁ ମୁନମୁନ୍ ସେନ୍ ଓ ବୀରଭୂମରୁ ଶତାବ୍ଦୀ ରାୟ ପ୍ରାର୍ଥୀ

source:https://www.livemint.com
ନୂଆଦିଲ୍ଲୀ,୧୨।୩: ସାଧାରଣ ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ଉଷ୍ମତା ଜାରି ରହିଥିବା ବେଳେ ପ୍ରତ୍ୟେକ ଦଳ ନିଜ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ରଣନୀତିରେ ପରିବର୍ତ୍ତନ କରୁଛନ୍ତି। ନିକଟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଘୋଷଣା କରିଥିଲେ। ଏବେ ଫଶ୍ଚିମବଙ୍ଗରେ ମମତା ବାନାର୍ଜୀ ଆଉ ପାଦେ ଆଗେଇଛନ୍ତି। ଆଜି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ସମସ୍ତ ୪୨ଟି ଆସନର ଟିକେଟର ଘୋଷଣା କରିଛନ୍ତି। ସେ ପଶ୍ଚିମବଙ୍ଗରେ ଆଗାମୀ ନିର୍ବାଚନ ପାଇଁ ଦଳରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛନ୍ତି। ଆସାନସୋଲରୁ ମୁନମୁନ୍ ସେନ୍ ଓ ବୀରଭୂମରୁ ଶତାବ୍ଦୀ ରାୟଙ୍କୁ ଟିକେଟ୍ ଦେଇଛନ୍ତି ମମତା।

ଏହି ଘୋଷଣା କରିବା ସହ ଦିଦି କହିଛନ୍ତି ଏହା ଏକ ଗୌରବଶାଳୀ କ୍ଷଣ। ତାଙ୍କ ଦଳ ମହିଳାଙ୍କୁ ୪୧% ଟିକେଟ୍ ଦେଇଛି। ଏହା ସହ ଦଳର ୧୦ ସାଂସଦଙ୍କ ଟିକେଟ କାଟିବା ସହ ସେମାନେ ଚଳିତ ନିର୍ବାଚନ ଲଢିବେ ନାହିଁ , କେବଳ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ମମତା। ସେ କହିଛନ୍ତି ଦଳ ଓଡିଶା, ଆସାମ, ଝାଡଖଣ୍ଡ ବିହାର ଓ ଆଣ୍ଡାମାନରେ ମଧ୍ୟ କିଛି ଆସନରେ ଟିଏମସି ନିର୍ବାଚନ ଲଢିବ।

ଉଲ୍ଳେଖନୀୟ ଯେ, ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇସାରିଚି। ପଶ୍ଚିମବଙ୍ଗରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଛି। ଯାହାକୁ ନେଇ ଟିଏମସି ଆପତ୍ତି ପ୍ରକାଶ କରିଛି। ରାଜ୍ୟରେ ୪୨ଟି ଲୋକସଭା ଆସନ ରହିଥିବା ବେଳେ ଟିଏମସି ଓ ବିଜେପି ମଧ୍ୟ କଡା ଟକ୍କର ହେବ।