ମୋଦି ୱେବ ସିରିଜ ପ୍ରସାରଣ ବନ୍ଦ ଲାଗି ଇସିଙ୍କ ନିର୍ଦ୍ଦେଶ, ଜାଣନ୍ତୁ କାରଣ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ ଆଧାରିତ ୱେବ୍‌ ସିରିଜର ପ୍ରସାରଣ ତୁରନ୍ତ ବନ୍ଦ କରିବା ଲାଗି ନିର୍ବାଚନ କମିଶନ (ଇସି)ଆଜି ମନୋରଞ୍ଜନ ଧର୍ମୀ ସଂସ୍ଥା ଇରୋସ୍‌ ନାଓକୁ ନିର୍ଦ୍ଦେଶ ଦେଇଛନ୍ତି । ଯେହେତୁ ଗତ ୧୦ ତାରିଖରେ ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ର ପ୍ରସାରଣ ବନ୍ଦ ଲାଗି କମିଶନ ନିର୍ଦ୍ଦେଶ ଦେଇଥିଲେ ସେହି ଆଧାରରେ ନିର୍ବାଚନ ସମୟରେ ମୋଦିଙ୍କ ଜୀବନୀ ଉପରେ ନିର୍ମିତ ଏଭଳି ୱେବ୍‌ ସିରିଜ ‘ମୋଦି: ଜର୍ଣ୍ଣି ଅଫ୍‌ ଏ କମନ ମ୍ୟାନ୍‌’ ପ୍ରସାରଣ କରାଯାଇପାରିବ ନାହିଁ ବୋଲି କମିଶନ ଇରୋସ ନାଓକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଜଣେ ରାଜନେତା ଓ ସେ ଚଳିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି । ତେଣୁ ଜଣେ ରାଜନେତାଙ୍କ ଉପରେ ନିର୍ମିତଏହି ସିରିଜ ପ୍ରସାରଣ କରାଗଲେ ନିର୍ବାଚନ ଉପରେ ତାହାର ପ୍ରଭାବ ପଡିବ ବୋଲି କମିଶନ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଏହି ୱେବ୍‌ ସିରିଜରେ ମୋଦିଙ୍କ ବାଲ୍ୟକାଳ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସବୁ ବିଷୟରେ ପର୍ଯ୍ୟୟକ୍ରମିକ ଭାବେ ଅବତାରଣା କରାଯାଇଛି ।

   ସମ୍ବନ୍ଧିତ ଖବର


ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା