ରମଜାନରେ ଶୀଘ୍ର ମତଦାନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ,ନିର୍ବାଚନ କମିଶନଙ୍କୁ କହିଲେ ଏହା

ନୂଆଦିଲ୍ଲୀ,୨।୫:  ରମଜାନ ମାସରେ ଶୀଘ୍ର ମତଦାନ କରିବା ନେଇ ଦାବି ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଆଜି ମନା କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରାଯାଇଥିଲା ଯେ, ରମଜାନ ମାସରେ ମତଦାନ ସମୟ  ସକାଳ ୭ଟାକୁ ପରିବର୍ତ୍ତନ କରାଯାଇ ତାକୁ ୫ଟା କରିଦିଆଯାଉ। ମତଦାନ ସମୟରେ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ତେବେ ଏହି ମାମଲାରେ ନିର୍ବାଚନ କମିଶନ୍ ଉଚିତ୍ ନିଶ୍ଚିତ ନେବାକୁ ନିର୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି, କ’ଣ ମତଦାନ ସକାଳ ୭ଟା ବଦଳରେ ସକାଳ ୫ଟାରୁ କହିହେବ କି?   

ଉଲ୍ଲେଖନୀୟ ଯେ, ୭ଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ଏବେ ଆହୁରି ୩ଟି ପର୍ଯ୍ୟାୟ ବାକି ରହିଛି। ଆଉ ଏହା ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ରମଜାନ ମାସ ପଢୁଛି।  ପ୍ରବଳ ଖରା ଏବଂ ଗରମକୁ ଦେଖି ରୋଜାଦାର(ଉପବାସ ରଖିଥିବା ବ୍ୟକ୍ତି)ଙ୍କୁ ଆଶ୍ବସ୍ତି ଦେବା ପାଇଁ ମତଦାନ ସମୟ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି। ସାରା ଦେଶରେ ଏବେ ପ୍ରବଳ ଗରମ ରହିଥିବା ବେଳେ ମଧ୍ୟପ୍ରଦେଶ, ରାଜସ୍ତାନ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଗତ କିଛି ବର୍ଷର ରେକର୍ଡ ଭାଙ୍ଗିଛି ଏଥର ଗ୍ରୀଷ୍ମ ପ୍ରବାହ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା