ପ୍ରମୂଖ ଖବର

ନିର୍ବାଚନ ସମୟରେ ଦେଶରେ ଜବତ ହେଲାଣି ୮୮୮୯ କୋଟି !

Image Courtesy: Social Media

ନୂଆଦିଲ୍ଲୀ: ଲୋକସଭାନ ନିର୍ବାଚନ ୨୦୨୪ରେ ପଞ୍ଚମ ପର୍ଯ୍ୟାୟ ମତଦାନ ଲାଗି ଆଉ ୨ ଦିନ ବାକି ରହିଛି । ଏହାକୁ ନେଇ ଆଜି ପ୍ରଚାର ମଧ୍ୟ ଶେଷ ହୋଇଛି । କିନ୍ତୁ ଏହାରି ଭିତରେ ବିପୁଳ ପରିମାଣରେ ବେଆଇନ୍ ଅର୍ଥ, ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛନ୍ତି ନିର୍ବାଚନ ଆୟୋଗ । ଏବେ ସୁଦ୍ଧା ଅର୍ଥ, ନିଶା ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଜିନିଷକୁ  ମିଶାଇ ମୋଟ ୮୮୮୯ କୋଟି ଟଙ୍କା ଜବତ ହୋଇଛି । ସବୁଠୁ ବଡ଼ କଥା ହେଉଛି ସେଥିମଧ୍ୟରୁ ୪୫ ପ୍ରତିଶତ କେବଳ ନିଶା ଦ୍ରବ୍ୟ । ତେବେ ଖୁବଶୀଘ୍ର ଏ ଅଙ୍କ ୯ ହଜାର କୋଟି  ଟପିବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି । 

ନିର୍ବାଚନରେ ଧନବଳ ଓ ପ୍ରଲୋଭନ ଉପରେ ନିର୍ବାଚନ ଆୟୋଗଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁ ୮,୮୮୯ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଆୟୋଗ କହିଛନ୍ତି ୪୫ ପ୍ରତିଶତ ନିଶା ସାମଗ୍ରୀର ମୂଲ୍ୟ ୩,୯୫୮ କୋଟି ଟଙ୍କାରୁ ବି ଅଧିକ। ଏଣୁ ଦେଶରେ ମାଦକ ପଦାର୍ଥ ସହିତ ପ୍ରଲୋଭନ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଢ଼ାଇ ଦିଆଯାଇଛି ।

 ଡ୍ରଗସ୍, ମଦ, ମୂଲ୍ୟବାନ ଧାତୁ, ମାଗଣା ବସ୍ତୁ ଓ ନଗଦ ଅର୍ଥ ନିର୍ବାଚନକୁ ଅଲଗା ଅଲଗା ସ୍ତରରେ ପ୍ରଭାବିତ କରୁଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ସମୀକ୍ଷା ଗସ୍ତକାଳରେ ନୋଡାଲ ଏଜେନ୍ସିମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ନିର୍ବାଚନରେ ନିଶା ଦ୍ରବ୍ୟ ଓ କଳା ଧନ ବିରୋଧରେ ସଠିକ ଗୁଇନ୍ଦା ଆଧାରିତ ସହଯୋଗ ଏହି ସମୟର ଆବଶ୍ୟକ। 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.