PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ରାହୁଲଙ୍କ ନିର୍ବାଚନୀ ପ୍ରତିଶୃତି, ଜିତିଲେ ଗରିବଙ୍କୁ ବର୍ଷକୁ ଦେବେ ଏତେ ଟଙ୍କା

source:https://indianexpress.com

ନୂଆଦିଲ୍ଲୀ,୨୫।୩: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନକୁ ନେଇ ଦେଇଛନ୍ତି ବଡ ଧରଣର ପ୍ରତିଶୃତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଘୋଷଣା କରିଛନ୍ତି ଯେ, ଯଦି ​‌ତାଙ୍କ ଦଳ ୨୦୧୯ ନିର୍ବାଚନ ପରେ କ୍ଷମତାରେ ଆସୁଛି ତେବେ ୨୦% ଗରିବ ପରିବାଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ମିଳିବ। ଏହି ସ୍କିମ ଜରିଆରେ ୨୫କୋଟି ଲୋକଙ୍କୁ ସିଧାସଳଖ ଫାଇଦା ହେବ। ରାହୁଲ କହିଛନ୍ତି ଏହି ଟଙ୍କା ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଅନୁଯାୟୀ ଦିଆଯିବ।

ରାହୁଲ କହିଛନ୍ତି, ଗତ ୫ବର୍ଷରେ ଭାରତରେ ଖୁବ୍ କ୍ଷତି ହୋଇଛି। ଆମେ ଗରିବଙ୍କୁ ନ୍ୟାୟ ଦେବାକୁ ଯାଉଛି। ମିନିମନ ଇନକମ୍ ସ୍କିମର ଡିଟେଲ ମୁଁ ଆପଣମାନଭ୍କ ସହ ଗର୍ବର ସହ ଆଲୋଚନା କରୁଛି। ମୋଦି ସରକାର ୫ ବର୍ଷ ଗରିବଙ୍କୁ ସହ ଛଳନା କରିଛନ୍ତି, ଆମେ ଭାରତରୁ ଦାରିଦ୍ର୍ୟ ହଟାଇ ଦେବୁ। କଂଗ୍ରେସ ଦେଶର ଗରିବଙ୍କୁ ନ୍ୟାୟ ଦେବ। ମନେପକାନ୍ତୁ ୧୦ ଦିନ ଭିତରେ କୃଷକଙ୍କ ଋଣଛାଡ କରିବାର ପ୍ରତିଶୃତି ଦେଇ ତାକୁ ପୂରଣ କରିଛୁ। ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ଏହା କିଭଳି ସମ୍ଭବ, କିନ୍ତୁ ମୁଁ ଆପଣଙ୍କୁ ମନେପକାଇ ଦେବାକୁ ଚାହେଁ ଏହି ଦେଶରେ ପ୍ରତିଦିନ ଚୋରି ହେଉଛି। କୃଷକଙ୍କୁ ପ୍ରତିଦିନ ୩ ଟଙ୍କା ଦେବାର ପ୍ରତିଶୃତି ନରେନ୍ଦ୍ର ମୋଦି ସରକାର କରିଥିଲେ। ତାକୁ ପୂରଣ କଲେନି, କିନ୍ତୁ ଆମେ ଗରିବଙ୍କୁ ନ୍ୟାୟ ଦେବୁ ବୋଲି କହିଛନ୍ତି ରାହୁଲ।

ସେ କହିଛନ୍ତି ଏହି ଯୋଜନା ଅନୁସାରେ ଦେଶର ୫କୋଟି ପରିବାର ଅର୍ଥାତ ୨୫ କୋଟି ଲୋକଙ୍କୁ ଫାଇଦା ହେବ। ଏହି ସ୍କିମର ନାମ ‘ନ୍ୟାୟ ଯୋଜନା’ ଦିଆଯିବ। ଏହାର ଲକ୍ଷ୍ୟ ପ୍ରତି ବ୍ୟକ୍ତିଙ୍କ ଆୟ ୧୨,୦୦ ଟଙ୍କା ପର୍ଯ୍ୟନ୍ତ କରିବା। ଏହାର ଅର୍ଥ ଯଦି କୌଣସି ବ୍ୟକ୍ତିଙ୍କ ଆୟ ୮୦୦୦ ଟଙ୍କା ମାସକୁ ରହିଛି, ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ୪୦୦୦ ଟଙ୍କା ପ୍ରତିମାସ ଦିଆଯିବ। ସେଭଳି ଯଦି କୌଣସି ବ୍ୟକ୍ତି ୨୦୦୦ ଟଙ୍କା ମାସକୁ ରୋଜଗାର କରୁଛନ୍ତି ତେବେ ତାଙ୍କୁ ସରକାର ପକ୍ଷରୁ ୧୦୦୦୦ ଟଙ୍କା ମାସକୁ ଦିଆଯିବ। ରାହୁଲ ଏହି ସ୍କିମ୍ ଜରିଆରେ ପ୍ରତି ବ୍ୟକ୍ତିଙ୍କ ପାଇଁ ବର୍ଷକୁ ୭୨,୦୦୦ ଟଙ୍କା ଦିଆଯିବାର ଘୋଷଣା କରିଛନ୍ତି। ତାଙ୍କର କହିବା ଅନୁସାରେ ଯେଉଁ ଭଳି ଭାବରେ ମନରେଗା ଜରିଆରେ ଗରିବଙ୍କୁ କାମ ଦିଆଗଲା ଠିକ୍ ସେଭଳି ଏହା ମନରେଗାର ଆଗାମୀ ଷ୍ଟେପ୍। ରାହୁଲ କହିଛନ୍ତି ଏକବିଂଶ ଶତାବ୍ଦୀରେ ଦେଶରେ କେହି ଗରିବ ରହିବେ ନାହିଁ। ଆମ ପକ୍ଷରୁ ଦାରିଦ୍ର୍ୟ ଦୂର କରିବାର ଏହା ହେଉଛି ପ୍ରୟାସ। ଉଲ୍ଲେଖନୀୟ ଯେ ରାହୁଲ ଗତ କିଛି ଦିନ ହେବ ନ୍ୟୁନତମ ଆୟ ସମ୍ପର୍କରେ କହୁଛନ୍ତି। ଏହା ପ୍ରଥମ ଥର ଯେବେ ସେ ଖୋଲାଖୋଲି ଭାବରେ ସମସ୍ତଙ୍କୁ କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଏହି ଯୋଜନା ଲାଗୁ କରିବା ପାଇଁ ଏତେ ବଜେଟ୍ କେଉଁଠାରୁ ଆସିବ?

ସମ୍ବନ୍ଧିତ ଖବର