ସୂଚନା ଦେଲେ ନିର୍ବାଚନ କମିଶନ: ନିର୍ଦ୍ଧାରିତ ସମୟରେ ହେବ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ,୧।୩: ଦେଶ ଲୋକସଭା ନିର୍ବାଚନର ଦ୍ବାରାଦେଶରେ ଠିଆ ହୋଇଛି। ଏହାମଧ୍ୟରେ ଆଜି ନିର୍ବାଚନ କମିଶନର ସୁନିଲ ଆରୋରା ଘୋଷଣା କରିଛନ୍ତି ନିର୍ଦ୍ଧାରିତ ସମୟ ଅନୁସାରେ ଲୋକସଭା ନିର୍ବାଚନ ହେବ।  ସାମ୍ବାଦିକ ସମ୍ମିଳନୀରେ ଆରୋରାଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା ପାକିସ୍ତାନରେ ବାୟୁସେନାର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଦେଶରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାବଳ ଉପଲବ୍ଧ ନହେବାର ଆଶଙ୍କା କାରଣରୁ କ’ଣ ନିର୍ବାଚନ ଠିକ୍ ସମୟରେ କରିବା ସମ୍ଭବ ହେବ? ଏହାର ଉତ୍ତରରେ ମୁଖ୍ୟ ନିର୍ବାଚନ କମିଶନ ଆଗାମୀ ଲୋକସଭା ନିର୍ବାଚନକୁ ସ୍ବତନ୍ତ୍ର, ନିରପେକ୍ଷ ଓ ପାରଦର୍ଶୀପୂର୍ଣ୍ଣ ଭାବରେ କରିବାର ସଂକଳ୍ପ ବ୍ୟକ୍ତ କରି କହିଛନ୍ତି  ନିର୍ବାଚନ ଆଚରଣ ବିଧିକୁ କଡା କଡି ଭାବରେ ପାଳନ କରିବା ଓ ଅଭିଯୋଗ ପରେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁହାଯାଉଛି ଯେ ନିର୍ବାଚନ କମିଶନ୍ ମାର୍ଚ ପ୍ରଥମ ସପ୍ତାହରେ ତାରିଖର ଘୋଷଣା କରିପାରନ୍ତି।।

source:https://www.livelaw.in

ଏହା ସହ ନିର୍ବାଚନ କମିଶନର କହିଛନ୍ତି  କମିଶନ ସହିତ ବୈଠକରେ ରାଜନୈତିକ ଦଳ, ଜାତୀୟ, ସାମ୍ପ୍ରଦାୟିକ ଭାଷଣ ଉପରେ ରୋକ ଲଗାଇବା, ନିର୍ବାଚନ ବେଳେ ଶତ ପ୍ରତିଶତ କେନ୍ଦ୍ରୀୟବାହିନୀର ମୁତୟନ କରିବା, ଭୋଟଦାନ ସୂଚିରେ ଭ୍ରମ ସୁଧାରିବା, ଭୋଟଦାନ ସୂଚିରେ ଆଧାରକୁ ଯୋଡିବା ଓ ଇଲୋଟ୍ରୋନିକ୍ସ ଭୋଟିଂ ମେସିନରୁ ଭୋଟଦାନ ଗୋପନୀୟତା ସୁନିଶ୍ଚିଚିତ କରିବା ସହିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଆଗାମୀ ନିର୍ବାଚନ ବେଳେ  ସାରା ଦେଶରେ ସି-ଭିଜିଲ ମୋବାଇଲ ଆପ୍ଲିକେସନ୍ ଜାରି କରାଯିବ। ଯାହା ଉପରେ କୌଣସି ନାଗରିକ ନିର୍ବାଚନ ସମ୍ପର୍କିତ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗକାରୀଙ୍କ ନାମ ଗୋପନୀୟ ରହିବାର ବିକଳ୍ପ ରହିବ। ସେହି ଅଭିଯୋଗ ଉପରେ କମିଶନ ନିଜ ଖର୍ଚରେ ଗ୍ରହଣ କରିବେ। ସୋସିଆଲ ମିଡିଆରେ ନଜର ରଖିବା ପାଇଁ ନିର୍ବାଚନ କମିଶନଙ୍କ ସମିତିରେ ଜଣେ ଜଣେ ସୋସିଆଲ ମିଡିଆ ବିଶେଷଜ୍ଞ ମୁତନୟ ହେବେ।

source: https://www.bhaskarhindi.com

ଏଥର ଉତ୍ତରପ୍ରଦେଶର ସମସ୍ତ ୧ଲକ୍ଷ,୬୩ ହଜାର ୩୩୧ ଭୋଟଦାନ କେନ୍ଦ୍ରରେ ଇଭିଏମ୍ ସହିତ ଭିଭିପାଟର ବ୍ୟବହାର କରାଯିବ। ଭିଭିପାଟ ମେସିନର ଉପଯୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାର ପାଇଁ ଆରମ୍ଭ କରାଯାଇଥିବା ଅଭିଯାନକୁ ବୁଥସ୍ତର ପର୍ଯ୍ୟନ୍ତ ନିଆଯିବାର ଚେଷ୍ଟା କରାଯିବ।  ଉଲ୍ଳେଖନୀୟ ଯେ ବର୍ତ୍ତମାନର ଲୋକସଭା କାର୍ଯ୍ୟକାଳ ଆଗାମୀ ୩ ଜୁନରେ ଶେ​‌ଷ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନ ନିର୍ବାଚନ କେଉଁ ମାସରେ ଓ କେତୋଟି ପର୍ଯ୍ୟାୟରେ ହେବ ତାହା ଘୋଷଣା କରିବାର ପ୍ରକିୟା ଆରମ୍ଭ କରିଦେଇଛନ୍ତି।

   ସମ୍ବନ୍ଧିତ ଖବର


ଆସନ୍ତା ବର୍ଷ ଏହି ମାସ ସୁଦ୍ଧା ଲଞ୍ଚ ହେବ କରୋନାର ସ୍ୱଦେଶୀ ଭ୍ୟାକସିନ୍, ଭାରତ ବାୟୋଟେକ୍‌ର ସୂଚନା

ନିର୍ବାଚନ ପୂର୍ବରୁ ଗୁଳିକାଣ୍ଡ : ଶିବହରରେ ପ୍ରାର୍ଥୀଙ୍କୁ ଗୁଳିକରି ହତ୍ୟା, ଚିକିତ୍ସା ବେଳେ ଆଉ ୨ ଜଣଙ୍କର ମୃତ୍ୟୁ

ନବରାତ୍ରୀରେ ନରବଳି; ୮ ଦିନ ଉପବାସ ରହିବା ପରେ ପୂଜାଘରେ ନିଜ ସ୍ତ୍ରୀକୁ ବଳି ଦେଲା ଗୁଣିଆ ସ୍ବାମୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଆସିଲା ଭୋଟ୍, ଜିରୋ ଗ୍ରାଭିଟିରେ ଜାଣନ୍ତୁ କିଭଳି ହେଲା ସମ୍ଭବ?

ମୋଦିଙ୍କ ‘ମନ କୀ ବାତ୍’ : ‘ଦୀପାବଳୀରେ ସୈନିକଙ୍କ ପାଇଁ ଲଗାନ୍ତୁ ଗୋଟିଏ ଦୀପ, ‘ଭୋକାଲ ଫର ଲୋକାଲ’କୁ ଗୁରୁତ୍ବ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….