ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ନୂଆଦିଲ୍ଲୀ,୧୯।୧୧: ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅନୁପସ୍ଥିତିରେ ଆଉ ଜଣେ କଂଗ୍ରେସ ସାଂସଦ ତାଙ୍କ ସିଟରେ ବସି ଗୃହର ଶୂନ୍ୟକାଳରେ କିଛି କହିବାକୁ ଯାଉଥିବା ବେଳେ ତାଙ୍କୁ ରୋକିଥିଲେ ବାଚସ୍ପତି ଓମ୍ ବିର୍ଲା। କଂଗ୍ରେସ ସାଂସଦ କେ.ସୁରେଶ ରାହୁଲଙ୍କ ସିଟକୁ ଯାଇ ଶୂନ୍ୟକାଳରେ କହିବାକୁ କିଛି କହିବା ସମୟରେ ଏଲଇଡି ସ୍କ୍ରିନରେ ରାହୁଲ ଗାନ୍ଧିଙ୍କ ନାମ ଦେଖାଯାଇଥିଲା। ଏହାପରେ ବାଚସ୍ପତି  କଂଗ୍ରେସ ସାଂସଦ ଜଣଙ୍କୁ କହିଥିଲେ, ଆପଣ ନିଜ ସିଟକୁ ଯାଆନ୍ତୁ, କାରଣ ଆପଣଙ୍କ ସିଟ୍ ଖାଲି ଦେଖାଉଛି, ରାହୁଲ ଗୃହରେ ନଥିଲେ ମଧ୍ୟ ତାଙ୍କର ନାମ ଦେଖିବାକୁ ମିଳୁଛି ସ୍କ୍ରିନରେ।

ବାଚସ୍ପତି କହିଥିଲେ, ରାହୁଲ ଗାନ୍ଧି ଆଜି ଛୁଟିରେ ଅଛନ୍ତି। ତେଣୁ ଆପଣ ରାହୁଲଙ୍କ ସିଟରେ ନବସି ନିଜ ସିଟକୁ ଯାଆନ୍ତୁ। ଏହାପରେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡି ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ, ଗୃହରେ ଯେଉଁ ସଦସ୍ୟଙ୍କର ଯେଉଁଠି ବସିବାର ସିଟ୍ ନିର୍ଦ୍ଧାରିତ କରାଯାଇଛି ସେଠାରେ ସେମାନେ ବସନ୍ତୁ। କାରଣ ଆମକୁ ସାରା ଦେଶ ଦେଖୁଛି। ତେଣୁ ଏହା ଜରୁରୀ ଯେ, ଟିଭି ସ୍କ୍ରିନରେ ଆମ ନାମ ସଠିକ୍ ଭାବରେ ଦେଖାଯାଉ। ଉଲ୍ଲେଖନୀୟ ଯେ, ସୋମବାରଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ରାହୁଲ ଗାନ୍ଧି ଏପର୍ଯ୍ୟନ୍ତରେ ଗୃହ କାର୍ଯ୍ୟରେ ଯୋଗଦେଇ ନାହାନ୍ତି।

ବାଚସ୍ପତି ଓମ୍ ବିର୍ଲା କହିଥିଲେ, ରାହୁଲ ଗାନ୍ଧିଙ୍କ ପ୍ରଶ୍ନ ଗୃହର ପ୍ରଶ୍ନକାଳ ସମୟରେ ସୂଚିବଦ୍ଧ ରହିଛି, ଯଦି ଉପସ୍ଥିତ ରହିଥାନ୍ତେ ମୁଁ ତାଙ୍କୁ ସୁଯୋଗ ଦେଇଥାନ୍ତି। ଲୋକସଭା ସିଡ୍ୟୁଲ ଅନୁସାରେ ୨୮ ନଭେମ୍ବରର ପ୍ରଶ୍ନ ରାହୁଲ ଗାନ୍ଧିଙ୍କ ନାମରେ ସୂଚୀବଦ୍ଧ ଥିଲା। ସେ କେରଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ସମ୍ପର୍କିତ ପ୍ରଶ୍ନ ପଚାରିବାକୁ ଥିଲେ। ପ୍ରଶ୍ନକାଳ ସମୟରେ ମଙ୍ଗଳବାର ପ୍ରଶ୍ନ ସଂଖ୍ୟା ୨୧ରୁ ୨୫ ପର୍ଯ୍ୟନ୍ତ ଚର୍ଚ୍ଚ ହୋଇଥିଲା।

   ସମ୍ବନ୍ଧିତ ଖବର


ଏବେ ବୃଦ୍ଧ ପିତାମାତାଙ୍କୁ ଅତ୍ୟାଚାର କଲେ ୬ ମାସ ଜେଲ, ଲୋକସଭାରେ ବିଲ୍ ଉପସ୍ଥାପିତ

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମରିନଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ୧୨ ମହିଳା

ଉତ୍ତରପୂର୍ବ ଅଶାନ୍ତ: ସ୍ଥିତି ନିୟନ୍ତ୍ରଣ ପାଇଁ ଇଣ୍ଟରନେଟ୍ ବନ୍ଦ, ଗଲେ ୫ହଜାର ସୁରକ୍ଷାକର୍ମୀ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା