ନେଗେଟିଭ୍‌ କହି ହସ୍ତାନ୍ତର କଲେ ମୃତଦେହ! ଶବଦାହ ପରେ ପଜିଟିଭ୍‌, ଲୋକେ ଆତଙ୍କିତ

ଜୟପୁର-: ଲକ୍ଷଣ ଥିବାରୁ ସନ୍ଦେହରେ ଜଣେ ବୃଦ୍ଧାଙ୍କ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ଆସିବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଗଲା । ରିପୋର୍ଟ ନେଗେଟିଭ୍‌ କହି ଘରକୁ ଶବ ନେଇଯିବା ଲାଗି କହିଲେ କୋଭିଡ୍‌ ହସ୍ପିଟାଲ୍‌ର ଡାକ୍ତର । ପରିବାର ଲୋକେ ଶବ ଆଣି ଦାହ କରିଦେଲେ । ପରେ ଜଣାପଡିଲା ମୃତ ବଦ୍ଧାଙ୍କ ରିପୋର୍ଟ ପଜିଟିଭ୍‌ । ଏହାକୁ ନେଇ ବୃଦ୍ଧାଙ୍କ ପରିବାର ଏବଂ ଶବ ସତ୍କାରରେ ଯୋଗଦେଇଥିବା ସମ୍ପର୍କୀୟମାନେ ଆତଙ୍କିତ ହୋଇପଡ଼ିଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟ କଥା, ପଞ୍ଚାୟତ ପକ୍ଷରୁ ବୃଦ୍ଧାଙ୍କ ବାସଭବନ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ବେଳେ ଆଜିସୁଦ୍ଧା ପରିବାର ଲୋକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଏମିତି ଘଟଣା ଘଟିଛି ଟାଙ୍କୁଆ ପଞ୍ଚାୟତରେ । ପରିବାର ଲୋକଙ୍କ କହିବା ଅନୁସାରେ, ବୃଦ୍ଧା ଜଣଙ୍କୁ ଥଣ୍ଡା, କାଶ ଓ ଜ୍ୱର ହୋଇଥିଲା । ଜଣେ ବେସରକାରୀ ଡାକ୍ତରଙ୍କୁ ଦେଖାଇଥିଲେ । କରୋନା ଲକ୍ଷଣ ଥିବାରୁ ମେଡିକାଲରେ ଦେଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ୯ ତାରିଖ ସଂଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇଥିଲେ ।

ଔଷଧ ଦେବା ସହ କରୋନା ପରୀକ୍ଷା କରାଇବାକୁ କହିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୧୦ ତାରିଖରେ କୋଭିଡ ମେଡିକାଲରେ ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ । ତା ପରେ ବୃଦ୍ଧାଙ୍କୁ ଘରକୁ ନେଇଯାଇଥିଲେ । ୧୨ ତାରିଖ ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା । ୧୩ ତାରିଖ ସକାଳେ କୋଭିଡ ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଯାଇଥିଲା । ରିପୋର୍ଟ ଆସିନଥିବାରୁ ନେଗେଟିଭ୍‌ କହି ଶବକୁ ନେଇଯିବାକୁ କହିଥିଲେ ଡାକ୍ତର । ନେଗେଟିଭ୍‌ ଥିବାରୁ ପରିବାର ଓ ଗ୍ରାମବାସୀ ଶବଦାହ କରିଦେଲେ । ୧୪ ତାରିଖ ଦିନ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଲେ ମୃତ ବୃଦ୍ଧାଙ୍କ ରିପୋର୍ଟ ପଜିଟିଭ୍‌ ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି