ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଲୋକାୟୁକ୍ତ ଚୟନ କମିଟି ବୈଠକରେ ଅଧ୍ଯକ୍ଷଙ୍କ ନାଁ ଚୂଡାନ୍ତ

ଭୁବନେଶ୍ୱର ୧୨/୨: ଲୋକାୟୁକ୍ତ ଚୟନ କମିଟି ବୈଠକରେ ଅଧ୍ଯକ୍ଷଙ୍କ ନାଁ ଚୂଡାନ୍ତ ହୋଇଛି । ଅଧ୍ଯକ୍ଷଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ଯ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ସର୍ବସମ୍ମତି କ୍ରମେ ନାଁ ଚୂଡାନ୍ତ ହୋଇଥିବା କହିଛନ୍ତି ମୁଖ୍ଯ ସଚିବ ।

ବୈଠକରେ ଚୟନ କରାଯାଇଥିବା ନାଁ ରାଜ୍ୟପାଳଙ୍କ ପାଖକୁ ପଠାଯିବ । ରାଜ୍ଯପାଳଙ୍କ ଅନୁମୋଦନ ପରେ ନାଁ ପ୍ରକାଶ ହେବ ବୋଲି କହିଛନ୍ତି ମୁଖ୍ଯ ସଚିବ । ତେବେ କହିରଖୁଛୁ ପରେ ଆଉ ଏକ ବୈଠକ ଡକାଯାଇ ଲୋକାୟୁକ୍ତ କମିଟି ସଦସ୍ୟମାନଙ୍କ ନାଁ ଚୂଡାନ୍ତ କରାଯିବ ।

ଆଜି ମୁଖ୍ଯମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଚୟନ କମିଟି ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମୁଖ୍ୟ ଶାସନ ସଚିବ, ହାଇକୋର୍ଟର ମୁଖ୍ଯ ବିଚାରପତି ଓ ବାଚସ୍ପତି ପ୍ରମୁଖ ଉପସ୍ଥିତ ଥିଲେ । ତେବେ କହିରଖୁଛୁ ରାଜ୍ୟସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ଯେ ମାର୍ଚ୍ଚ ୩୧ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.