PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଆର୍ଥିକ ସଙ୍କଟ ମଧ୍ୟରେ ବଢ଼ିଲା ‘ଯୋଦ୍ଧା ଆକବର’ ଫେମ୍‌ ଅଭିନେତା ଲୋକେନ୍ଦ୍ର ସିଂଙ୍କ ଡାଇବେଟିସ, କାଟିବାକୁ ପଡିଲା ତାଙ୍କ ଗୋଡ

ନୂଆଦିଲ୍ଲୀ  ୩।୮ ‘ଯୋଦ୍ଧା ଆକବର’ ଏବଂ ‘ୟେ ହୈ ମୋହବ୍ବତେ’ ଖ୍ୟାତି ଅଭିନେତା ଲୋକେନ୍ଦ୍ର ସିଂ ରାଜାବତଙ୍କ ସମସ୍ୟା ବଢ଼ି ଯାଇଛି। ଲୋକେନ୍ଦ୍ର ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ବର୍ତ୍ତମାନ ସେ ତାଙ୍କ ଗୋଡ ମଧ୍ୟ ହରାଇଛନ୍ତି। ଲୋକେନ୍ଦ୍ର କହିଛନ୍ତି ଯେ ମଧୁମେହକୁ କେବେବି ଅଣଦେଖା କରନ୍ତୁ ନାହିଁ। କୋଭିଡ଼ ପାଣ୍ଡେମିକ୍ ଆସିବା ପରଠାରୁ ଲୋକେନ୍ଦ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ, ଏହି ସମୟରେ ମଧୁମେହ କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।

ଲୋକେନ୍ଦ୍ର ସିଂଙ୍କ ସ୍ଟ୍ରେସ ଲେବଲ ବୃଦ୍ଧି ହେତୁ ହଠାତ୍ ମଧୁମେହ ବଢ଼ିଲା, ଯେଉଁଥିପାଇଁ ତାଙ୍କୁ ଗୋଡ ହରାଇବାକୁ ପଡିଲା । ETimes ସହିତ କଥାବାର୍ତ୍ତା କରି ଲୋକେନ୍ଦ୍ର କୁହିଛନ୍ତି, ‘ମୁଁ କିଛି କରିପାରିନଥାନ୍ତି । କୋଭିଡ ମହାମାରୀ ପୂର୍ବରୁ ମୁଁ ଭଲ କାମ କରୁଥିଲି, କିନ୍ତୁ ବର୍ତ୍ତମାନ କାମ କମ୍ ହୋଇଗଲାଣି ଏବଂ ଘରେ ସବୁବେଳେ ଆର୍ଥିକ ଚାପ ଲାଗିରହିଥିଲା। ଭାବପ୍ରବଣ ହୋଇ ଲୋକେନ୍ଦ୍ର ସିଂ କହିଛନ୍ତି, ‘ନିଜକୁ ବଞ୍ଚାଇବା ପାଇଁ କେବଳ ଗୋଟିଏ ଉପାୟ ଥିଲା, ମୋତେ ଗୋଡ଼ରୁ ଆଣ୍ଠୁ ପର୍ଯ୍ୟନ୍ତ କାଟିବାକୁ ପଡିଲା ।

ଏହି ସମଗ୍ର ପ୍ରସଙ୍ଗରେ ଲୋକେନ୍ଦ୍ର କହିଛନ୍ତି, ‘ମୁଁ ଭାବୁଛି ୧୦ ବର୍ଷ ପୂର୍ବେ ଯେତେବେଳେ ମଧୁମେହ ହୋଇଥଲା, ସେତେବେଳେ ଯତ୍ନ ନିଆଯିବା ଦରକାର ଥିଲା। ଆମର ଅଭିନେତାମାନଙ୍କର କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ, ଖାଇବାକୁ ସମୟ ନାହିଁ । କଠିନ ପରିସ୍ଥିତିରେ କାମ କରିବା ହେତୁ ଏହା ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପଡିଲା, ଯେଉଁ କାରଣରୁ ଚାପ ବଢ଼ିଲା।  ଏହା ମଧୁମେହର କାରଣ ହୋଇପାରେ ।

ସେ କହିଛନ୍ତି, ‘ମୁଁ CINTA ମାଧ୍ୟମରେ ଆର୍ଥିକ ସହାୟତା ପାଇଛି। ଅଭିନେତାମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଏବଂ ପ୍ରେରଣା ଦେବାକୁ ଆହ୍ବାନ କରୁଛନ୍ତି । ‘ୟେ ହୈ ମୋହବ୍ବତେ’ ଏବଂ ‘ଯୋଦ୍ଧା ଆକବର’ ବ୍ୟତୀତ ଲୋକେନ୍ଦ୍ର ‘ସିଆଇଡି’, ‘କ୍ରାଇମ ପାଟ୍ରୋଲ’ ଭଳି ଅନେକ ଶୋ’ରେ କାମ କରିଥିଲେ। ଏହି ଅଭିନେତା ରଣବୀର କପୁରଙ୍କ ଅଭିନୀତ ‘ଜଗା ଜାସୁସ୍’ ଏବଂ ମିଜାନ ଜାଫ୍ରେଙ୍କ ଫିଲ୍ମ ‘ମଲାଲ’ରେ ମଧ୍ୟ ନଜର ଆସିଥିଲେ।