PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ଚିନ୍ତା ଖାଉଛି ‘ଲଙ୍ଗ୍‌ କୋଭିଡ’: ଆରୋଗ୍ୟ ପରେ ବି ଟଳୁନି ବିପଦ, ଲାଗିରହୁଛି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା

ଭୁବନେଶ୍ୱର,୨୮/୦୧: ଭାରତରେ କରୋନା ସଂକ୍ରମଣରୁ ଏବେସୁଦ୍ଧା କୋଟିଏରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିସାରିଲେଣି । ମୋଟ ଆକ୍ରାନ୍ତଙ୍କର ଏମାନେ ପାଖାପାଖି ୯୭% ହେବେ । ସେହିଭଳି ବିଶ୍ୱରେ ପ୍ରାୟ ୧୦ କୋଟି ଆକ୍ରାନ୍ତଙ୍କ ମଧ୍ୟରୁ ୭ କୋଟିରୁ ଅଧିକ ସୁସ୍ଥ ହେଲେଣି । ଏତେ ସଂଖ୍ୟାରେ ଲୋକ ଆରୋଗ୍ୟ ଲାଭ କଲେ ମଧ୍ୟ ବିପଦ ଟଳୁନାହିଁ । ସଂକ୍ରମଣରୁ ସୁସ୍ଥ ହେବା ପରେ ବି ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହୁଛି । ଏହାକୁ ଡାକ୍ତରୀ ଶବ୍ଦରେ ‘ଲଙ୍ଗ୍‌ କୋଭିଡ ବା ଦୀର୍ଘସ୍ଥାୟୀ କୋଭିଡ’ ବୋଲି କୁହାଯାଉଛି । ଏହି ଦୀର୍ଘମିଆଦୀ କୋଭିଡ ଏବେ ଚିନ୍ତା ଖାଇବାରେ ଲାଗିଛି ।

କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ଅଧିକାଂଶ ଲୋକଙ୍କଠାରେ ଥକାପଣ, ମାଂସପେଶୀ ଓ ଗଣ୍ଠି ଘୋଳାବିନ୍ଧା, ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ, ଛାତି ଥରିବା, ସ୍ୱାଦ ଓ ଘ୍ରାଣଶକ୍ତି ଚାଲିଯିବା, ପାକସ୍ଥଳୀରେ ସମସ୍ୟା ଏବଂ ସ୍ମରଣ ଶକ୍ତି ପ୍ରଭାବିତ ହେବା ଭଳି ଲକ୍ଷଣ ବହୁଳ ଭାବେ ଦେଖିବାକୁ ମିଳୁଛି । ଏ ନେଇ ଅନେକ ରୋଗୀ ଅଭିଯୋଗ ବି କଲେଣି ।

ଅନ୍ୟପକ୍ଷରେ ରୋଗୀମାନେ ଏଭଳି ସମସ୍ୟା ବାବଦରେ ଅଭିଯୋଗ କଲେ ବି ଏହାକୁ ଅଣଦେଖା କରାଯାଉଛି । ବିଶେଷକରି ରୋଗୀଙ୍କ ପରିବାର ସଦସ୍ୟମାନେ ଏହାକୁ ଏଡ଼ାଇ ଯାଉଛନ୍ତି । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଜରୁରି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏ ପ୍ରକାର ସମସ୍ୟା ଦୀର୍ଘଦିନ ଜାରି ରହିଲେ ଅନ୍ୟ ଦୁରାରୋଗ ସୃଷ୍ଟି ହେବା ଆଶଙ୍କା ରହିଛି ବୋଲି ସେମାନେ ଦର୍ଶାଇଛନ୍ତି ।

ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କଠାରୁ ଦୀର୍ଘମିଆଦୀ ତଥ୍ୟ ହାସଲ କରି ଏହାର ପ୍ରତିକାର ପନ୍ଥା ବାହାର କରାଯିବା ଜରୁରି ହୋଇପଡ଼ିଛି । କୋଭିଡ-୧୯ର ଦୀର୍ଘମିଆଦୀ ସ୍ୱାସ୍ଥ୍ୟଗତ କୁପରିଣତି ବାବଦରେ ଭଲ ଭାବେ ଅବଲୋକନ କରି ରୋଗୀର ଚିକିତ୍ସା କରାଯିବା ଆବଶ୍ୟକ । ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ଏବଂ ଆରୋଗ୍ୟ ଲାଭ ପରେ ଘରକୁ ଫେରିଥିବା ଅଥବା ଘରେ ରହି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଉପରେ ବ୍ୟାପକ ଅଧ୍ୟୟନ କରାଯିବା ଦରକାର । ସ୍ୱଳ୍ପ, ମଧ୍ୟମ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର ତଥ୍ୟଗୁଡ଼ିକୁ ସାମିଲ କରାଯିବା ଉଚିତ । ଶରୀରରୁ କେବଳ ଭୂତାଣୁ ଚାଲିଗଲେ ଚଳିବ ନାହିଁ, ଭୂତାଣୁ ଛାଡ଼ି ଯାଇଥିବା ପ୍ରଭାବକୁ ମୂଳୋତ୍ପାଟନ କରିବାକୁ ହେବ ।

ଦୀର୍ଘସ୍ଥାୟୀ କୋଭିଡର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ କହିଛନ୍ତି । ସେମାନଙ୍କ ମୁତାବକ ଶରୀରରେ ଅଧିକ ଦିନ ପର୍ଯ୍ୟନ୍ତ ଭୂତାଣୁ ରହିବା, ନିକୃଷ୍ଟ ପ୍ରତିରୋଧକ ଶକ୍ତି, କରୋନାର ବିଭିନ୍ନ ଷ୍ଟ୍ରେନ, ଅତ୍ୟଧିକ ପ୍ରତିରୋଧୀ ପ୍ରତିକ୍ରିୟାର କୁପ୍ରଭାବ, ସ୍ୱାସ୍ଥ୍ୟ ଖରାପ ବେଳେ ବ୍ୟାୟାମ ଅଭାବ, ଶାରୀରିକ ଓ ମାନସିକ ଦୁର୍ବଳତା, ଅବସାଦ, ଅଥବା ଅନ୍ୟ ମାନସିକ ସମସ୍ୟା ହିଁ ଦୀର୍ଘସ୍ଥାୟୀ କୋଭିଡର କାରଣ ସାଜୁଛି ।

ବ୍ରିଟେନ୍‌ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ରିସର୍ଚ୍ଚ ଦ୍ୱାରା ହୋଇଥିବା ବିଶ୍ଳେଷଣ ଅନୁସାରେ ଏହିସବୁ କାରଣରୁ ଅନ୍ୟ ୪ଟି ବଡ଼ ସମସ୍ୟା ଦେଖାଦେଇପାରେ । ସେଗୁଡ଼ିକ ହେଉଛି ଫୁସ୍‌ଫୁସ୍‌ ଓ ହାର୍ଟ ସମ୍ପୂର୍ଣ୍ଣ ପ୍ରଭାବିତ ହେବା, ପୋଷ୍ଟ ଇନ୍‌ଟେନ୍‌ସିଭ କେୟାର ସିଣ୍ଡ୍ରୋମ, ପୋଷ୍ଟ ଭାଇରାଲ ଫାଟିଗ୍‌ ସିଣ୍ଡ୍ରୋମ ଏବଂ କୋଭିଡ-୧୯ ଲକ୍ଷଣ ଜାରି ରହିବା ।
ଦୀର୍ଘସ୍ଥାୟୀ କୋଭିଡର ଚିକିତ୍ସା ପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ଜାରି ନ ହେବା ପର୍ଯ୍ୟନ୍ତ କିଛି ପ୍ରତିକାରମୂଳକ ପଦକ୍ଷେପ ଆପଣାଇବାକୁ ହେବ । ବିଶେଷକରି ରୋଗୀଙ୍କ ପରିବାର ଏବଂ ଚିକିତ୍ସକମାନେ ଏହାକୁ ଅନୁସରଣ କରିବା ଉଚିତ । ଏହାଦ୍ୱାରା ସେମାନେ ଲଙ୍ଗ୍‌ କୋଭିଡର ଶିକାର ହେଉଥିବା ଲୋକଙ୍କର ସମସ୍ୟା ଲାଘବ କରିପାରିବେ ।

କୋଭିଡ ପରବର୍ତ୍ତୀ ସମସ୍ୟାଗୁଡ଼ିକ ବାବଦରେ ଜାଣିବା ପାଇଁ କୌଣସି ନିଦାନ ବା ନିର୍ଦ୍ଦିଷ୍ଟ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ଅଧିକାଂଶ ସମୟରେ ଅବହେଳାର ଶିକାର ହେଉଥିବା ଅନୁଭବ କରୁଛନ୍ତି । ପରିବାର କିମ୍ୱା ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ଅଭିଯୋଗକୁ ଅଣଦେଖା କରାଯାଉଥିବା ସେମାନେ ଅନୁଭବ କରୁଛନ୍ତି । ତେଣୁ ସେମାନଙ୍କର ଏଭଳି ଅଭିଯୋଗକୁ ଏଡ଼ାଇବା ପୂର୍ବରୁ ସେମାନଙ୍କ କୋଭିଡ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମସ୍ୟା ବାବଦରେ ବୁଝିନେବା ଜରୁରି ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି ।

କରୋନା ସଂକ୍ରମଣର ପ୍ରତିକାର ପାଇଁ ଏବେ ବିଭିନ୍ନ ଦେଶ କୋଭିଡ ଟିକାକରଣ ଅଭିଯାନ ଜୋରଦାର କରିଦେଇଛନ୍ତି । ଏହାସତ୍ତେ୍ୱ ଲଙ୍ଗ୍‌ କୋଭିଡର ଶିକାର ହେଉଥିବା ଲୋକମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ ଆଦୌ ସମୀଚୀନ ନୁହେଁ । ଲଙ୍ଗ୍‌ କୋଭିଡର ଚିକିତ୍ସା ଏବଂ ନିରାକରଣ ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରି । ଏହାଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ।

ସମ୍ବନ୍ଧିତ ଖବର