ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍

ଭୁବନେଶ୍ୱର ୨୫/୪:  ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ । ଓମ୍ ପ୍ରକାଶ ମିଶ୍ରଙ୍କ ନାଁରେ ପଳାତକ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତାଙ୍କ ନାଁରେ ଇଭିଏମ୍ ଭଙ୍ଗାରୁଜା ନେଇ ଅନେକ ଦଫା ଲାଗିଛି । ୨ ଅଭିଯୁକ୍ତ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ ଗିରଫ ହୋଇଛନ୍ତି ।

ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ । ମତଦାନ ଚାଲିଥିବାବେଳେ ସତ୍ୟବାଦୀ ବୀରକିଶୋରପୁର ୭୮ ନଂ  ବୁଥରେ ପଶି ଇଭିଏମ୍ ଭାଙ୍ଗିବା ଓ ପ୍ରିଜାଇଡିଂ ଅଫିସରଙ୍କୁ ମାଡ ମାରିଥିବା ଅଭିଯୋଗରେ ଓମ୍ ପ୍ରକାଶଙ୍କୁ ପୋଲିସ ଖୋଜୁଛି । ତାଙ୍କ ନାଁରେ ଇଭିଏମ୍ ଭଙ୍ଗାରୁଜା ନେଇ ଅନେକ ଦଫା ଲାଗିଛି । ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳଙ୍କୁ ଗିରଫ କରିସାରିଛି ପୋଲିସ । ତେବେ ଓମ୍ ପ୍ରକାଶ ଆଜି ପୁରୀ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିବେ ବୋଲି ସୂଚନା ମିଳିଥିଲା ।

ଅଭିଯୋଗ ଅନୁସାରେ ଓମ୍ ଓ ତାଙ୍କ ସହଯୋଗୀ ବୁଥରେ ପଶି ଇଭିଏମ ଭଙ୍ଗାରୁଜା କରିବା ସହ ପ୍ରିଜାଇଡିଂ ଅଫିସରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏବେ ଓମଙ୍କ ନାଁରେ ପଲାତକ ଘୋଷଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତାଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି । କହିରଖୁଛୁ ପୂର୍ବରୁ ଇଭିଏମ ଭାଙ୍ଗି ଜେଲ୍ ଯାଇ ସାରିଛନ୍ତି ସୋରଡ଼ାର ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଶୋଇ । ଏବଂ ଇଲେକ୍ସନ ସ୍କ୍ବାର୍ଡ ଉପରକୁ ଆକ୍ରମଣ ମାମଲାରେ ପ୍ରଦୀପ ମହାରଥୀ ବି ଗିରଫ ହୋଇଛନ୍ତି । ୨୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି ହେବ ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ

ବେଳାମାର୍ଗରେ ସିରିଜ୍‌ ଦୁର୍ଘଟଣା, ଭାଙ୍ଗିଲା ୩ କାର୍‌: ଡ୍ରାଇଭର ଫେରାର, ଗାଡି ଭିତରେ ପଡିଛି ମଦ ଠିପି