PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଫସର ଫାଟିଲା ଟଙ୍କା ଲୁଟ ଯୋଜନା: ମଝିରାସ୍ତାରେ ଲୁଟ ଟଙ୍କା ଓ ଗାଡ଼ି ଛାଡି ଜଙ୍ଗଲକୁ ଚମ୍ପଟ ମାରୁଥିଲେ, ଧରାପଡି ନିର୍ଧୁମ ଛେଚା ଖାଇଲେ…

ଉଦଳା,୨୧/୧୦: ଦିନକୁ ଦିନ ଉଦଳା ଥାନା ଏରିଆରେ ଲୁଟ ଏବଂ ରାହାଜାନି ବଢିବାରେ ଲାଗିଛି । ଗତକାଲି ପୁଣି ଲୁଟେରାମାନେ ଜଣେ ବେପାରୀଙ୍କ ନିକଟରୁ ଟଙ୍କା ଲୁଟ୍‌ କରିଥିଲେ । ହେଲେ ଲୁଟ୍‌ ଯୋଜନା ଫସର ଫାଟିଲା । କାରଣ ସ୍ଥାନୀ ଯୁବକଙ୍କ ହାବୁଡରେ ପଡି ଲୁଟେରାମାନେ ଗାଡି ଏବଂ ଟଙ୍କା ଛାଡି ଘଟଣାସ୍ଥଳରୁ ଖସି ଯାଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧିନ ଧାନଘେରା ରାସ୍ତାର କ୍ରସର ଛକ ନିକଟରେ ।

ଖବର ଅନୁସାରେ, ବୁଧବାର ମଧ୍ୟାହ୍ନ ସମୟରେ ବାଲେଶ୍‌?ର ଜିଲ୍ଲା ଅଂଚଳରୁ ଆସିଥିବା ଫଳ ବ୍ୟବସାୟୀ ଲଳିତ କୁମାର ଦାସ ଖୁଂଟା ଅଂଚଳରେ ଟଙ୍କା ସଂଗ୍ରହ କରୁଥିଲେ । ଏକ ଲକ୍ଷ ୫୭ ହଜାର ୬ଶହ ଟଙ୍କା ସଂଗ୍ରହ କରି ସେ ଖୁଂଟା ବଜାରରେ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପଲସର ବାଇକରେ ଆସି ଦୁଇ ଜଣ ଯୁବକ ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ସେଠାରୁ ବିଜୁଳି ବେଗରେ ଖସି ଆସିଥିଲେ । ଲୁଟେରାମାନେ ଟଙ୍କା ବ୍ୟାଗ୍‌ ନେଇ ଉଦଳା ଅଭିମୁଖେ ଆସୁଥିବା ବେଳେ ବିସିପୁର ଛକ ନିକଟରୁ ଧାନଘେରା ଅଭିମୁଖେ ଯାଉଥିଲେ । ହେଲେ ଟଙ୍କା ଲୁଟ୍‌ ହେବା ଜଣାପଡିବା ପରେ ସ୍ଥାନୀୟ କିଛି ଯୁବକ ଲୁଟେରାଙ୍କ ପିଛା କରିଥିଲେ । ଶେଷରେ ଲୁଟେରାମାନେ ଯୁବକ ସେମାନଙ୍କୁ ଧରିବା ନିମନ୍ତେ ଫଲୋ କରୁଥିବା ଜାଣିପାରି ଧାନଘେରା କ୍ରସର ଛକ ନିକଟରେ ନିଜ ପଲସର ବାଇକ୍‌ ଏବଂ ଟଙ୍କା ବ୍ୟାଗ୍‌ ଛାଡି ଜଙ୍ଗଲ ଭିତରେ ପଶିଯାଇଥିଲେ । ଜଙ୍ଗଲ ଦେଇ ଲୁଟେରାମାନେ ଖସି ଯାଇଥିବା ବେଳେ ସ୍ଥାନୀୟ ଲାକେ ଏବଂ ସେମାନଙ୍କୁ ଗାଡାଇଥିବା ଯୁବକମାନେ ବାଇକ୍‌ ଏବଂ ଟଙ୍କା ଭର୍ତି ବ୍ୟାଗକୁ ଉଦ୍ଧାର କରିଥିଲେ ।

ଖବର ପାଇ ଖୁଂଟା ପାଲିସ୍‌ ଘଟଣାସ୍ଥଳରେ ପହଂଚି ଲୁଟରେ ବ୍ୟବହୃତ ପଲସର ୨୨୦ ବାଇକକୁ ଜବତ କରିବା ସହିତ ଟଙ୍କା ଜବତ କରିଛି । ତେବେ ଦିନକୁ ଦିନ ଉଦଳା ଅଂଚଳରେ ଚାରି ରାହାଜାନି ବଢିବାରେ ଲାଗିଥିବା ବେଳେ ଲୁଟେରାଙ୍କ ପାଇଁ ଉଦଳା ଏବେ ଭୂସ୍ୱର୍ଗ ପାଲଟିଛି ।