ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ପାଟଣା ୩୦/୧୦: କେନ୍ଦୁଝର ଜିଲ୍ଲା ପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଉଠାଇ ଯାଉଥିବାବେଳେ ଡିଆନାଳି ନିକଟରେ କଳା ପଲସରରେ ଆସି ଦୁଇ ଦୁର୍ବୁତ୍ତ ଲୁଟିନେଇଛନ୍ତି ୨୦ ହଜାର ଟଙ୍କା । ଘଟଗାଁ ଥାନା ଗୋଧିରାମ ପଡା ଗ୍ରାମର ସୁରେଶ ମାଝୀ ତାଙ୍କ ସ୍ତ୍ରୀ ଜଭା ମାଝୀଙ୍କ ସହିତ ପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୨୦ ହଜାର ଟଙ୍କା ଉଠାଇ ସାଇକେଲରେ  ଯାଉଥିବାବେଳେ ତାଙ୍କ ସ୍ତ୍ରୀ ଧରିଥିବା ଟଙ୍କା ବ୍ୟାଗକୁ ଦୁଇ ଜଣ ଦୁର୍ବୁତ୍ତ କଳା ପଲସରରେ ଆସି  ୨୦ ହଜାର ଟଙ୍କା  ଲୁଟିନେଇଛନ୍ତି  । ଏନେଇ ଦମ୍ପତି ପାଟଣା ଥାନାରେ  ଅଭିଯୋଗ କରିବା ପରେ ପୋଲିସ  ଛାନ୍ ଭିନ୍ ଆରମ୍ଭ କରିଛି। ଅନ୍ୟପଟେ ଘଟଣାକୁ ଚପାଇବା ପାଇଁ ପାଟଣା ପୋଲିସ ଲୁଟର ଶିକାର ହୋଇଥିବା ଦମ୍ପତିଙ୍କ ଉପରେ ଚାପ ପକାଉଥିବା ଜଣା ପଡ଼ିଛି। ସିସିଟିଭି ଫୁଟେଜ ଅନୁସାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।