ସୋନପୁର, ୧୩।୧ ସୁବର୍ଣ୍ଣପୁର ଜିଲ୍ଲା ଖେମ୍ବେଶ୍ୱରୀ ପାଲି କଲେଜ ଛକରେ ଏକ ଲକ୍ଷ ଟଙ୍କା ଲୁଟ ବେଳେ ୨ ଜଣ ଲୁଟେରାକୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ। ୨ ଲୁଟେରାଙ୍କୁ ନିର୍ଧୂମ ମାଡ଼ ମାରିଥିଲେ ସ୍ଥାନୀୟ ଳୋକ। ଏଥିରେ ୨ ଲୁଟେରା ଗୁରୁତର ହୋଇଛନ୍ତି। ଲୁଟେରା ଦୁଇ ଜଣ ସୋନପୁର ଡ଼ାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି।
ବାଗଦୁଲି ଗାଁର ପ୍ରଫୁଲ ବଗର୍ତ୍ତି ଓ ଗଣେଶ ରଣା ଖମ୍ବେଶ୍ଵରିପାଲି ଷ୍ଟେଟ ବ୍ୟାଙ୍କ ରୁ ଏକ ଲକ୍ଷ ଉଠାଇ ବାଇକ ଯୋଗେ ନିଜ ଗାଁକୁ ଯାଉଥିଲେ। ଖମ୍ବେଶ୍ୱରୀ ପାଲି କଲେଜ ଛକରେ ଜଣ ଲୁଟେରା ବାଇକ୍ ଆସି ତାଙ୍କୁ ଧକ୍କା ଦେଇ ଟଙ୍କା ବ୍ୟାଗ ନେଇ ଫେରାର ହେଉଥିଲେ। ଏହି ସମୟରେ ଫୋନ ପାଇ ସ୍ଥାନୀୟ ଲୋକେ ଲୁଟେରା ଦୁଇ ଜଣକୁ କାବୁ କରି ନିସ୍ତୁକ ମାଡ ମାରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି।