ସୁନା ଦୋକାନୀ ଠାକୁର ପୂଜା କରିବା ବେଳେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୨ ଲକ୍ଷ ଟଙ୍କାର ସୁନା ଗହଣା ଧରି ଚମ୍ପଟ୍

ଭୁବନେଶ୍ଵର, ୨୩/୦୧ : ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ସୁନା ଦୋକାନରୁ ଲୁଟ୍। ଦୋକାନୀ ଠାକୁର ପୂଜା କରୁଥିବା ବେଳେ ୧୨ ଲକ୍ଷ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏହି ଘଟଣା ପରେ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି ଲକ୍ଷ୍ମୀସାଗର ପୋଲିସ।
ଲୁଟର ଶିକାର ହୋଇଥିବା ସୁନା ଦୋକାନୀ ବସନ୍ତ କୁମାରଙ୍କ ଅଭିଯୋଗ ଅନୁସାରେ, ଦୁଇଦିନ ତଳେ ସେ ଠାକୁର ପୂଜା ପାଇଁ ନିକଟସ୍ଥ ପାଇପରୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ଦୁଇଜଣ ଲୁଟେରା ବାଇକରେ ଆସି ଦୋକାନରେ ଥିବା ଏକ ସୁନାରୂପା ଭର୍ତ୍ତି ବ୍ୟାଗକୁ ନେଇ ଛୁ ମାରିଥିଲେ । ଅଭିଯୋଗ ପରେ ପୋଲିସ ଏବେ ସିସିଟିଭି ଫୁଟେଜ ଅଧାର କରି ତଦନ୍ତ ଆରମ୍ଭ କରିଛି ।