ରାଜଧାନୀରେ ଲୁଟେରା ଆତଙ୍କ; ଭୁଜାଲି ଦେଖାଇ ଇଞ୍ଜିନିୟରିଂ ଛାତ୍ରଙ୍କୁ ଲୁଟିଲେ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜଧାନୀରେ ଲୁଟେରା ଆତଙ୍କ ରଚାଇ ଦିନରାତି ଚଳାଇଛନ୍ତି ବେଧଡ଼କ ଲୁଟ୍‌ପାଟ । ଆଜି ଦିନ ଦ୍ୱିପ୍ରହରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ବେକରେ ଭୁଜାଲି ଲଗାଇ ତାଙ୍କଠୁ ମନିପର୍ସ ଓ ମୋବାଇଲ୍‌ ଛଡ଼ାଇ ନେଇଛନ୍ତି । ଖବରପାଇ ଇନ୍‌ଫୋସିଟି ଥାନା ପୁଲିସ ଲୁଟେରାଙ୍କ ପିଛା କରିଥିଲେ ମଧ୍ୟ ସେମାନଙ୍କ ଟେର୍‌ ପାଇନାହିଁ । ମିଳିଥିବା ଅଭିଯୋଗ ଅନୁଯାୟୀ, ଚନ୍ଦକା ଅଳସୁଆ ନିକଟରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର ଅତିସ୍‌ କୁମାର ଆଜି ମଧ୍ୟାହ୍ନରେ ଶିଖରଚଣ୍ଡୀ ମୁଣ୍ଡିଆକୁ ବୁଲିବାକୁ ଆସିଥିଲେ । ସେଠାରୁ ସେ ଚାଲି ଚାଲି ଫେରୁଥିବା ବେଳେ ଏକ ବାଇକ୍‌ରେ ଦୁଇ ଲୁଟେରା ପହଞ୍ଚି ପାଖରେ କ’ଣ ରଖିଛୁ ଦେଇଦେ ବୋଲି କହିଥିଲେ । ଅତିସ୍‌ ମନା କରିବାରୁ ସେମାନେ ତାଙ୍କ ବେକରେ ଭୁଜାଲି ଲଗାଇ ତାଙ୍କ ଠାରୁ ମୋବାଇଲ୍‌ ଫୋନ୍‌ ଓ ମନିପର୍ସ ଛଡ଼ାଇ ନେଇ ପଳାଇଥିଲେ । ଅତିସ୍‌ ଏନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ଜଣାଇଥିଲେ । କଣ୍ଟ୍ରୋଲ ରୁମ୍‌ଠାରୁ ଖବରପାଇ ଇନ୍‌ଫୋସିଟି ଥାନା ପିସିଆର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅତିସଙ୍କ ଠାରୁ ଲୁଟେରାଙ୍କ ବିଷୟରେ ଜାଣି ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ଟେର୍‌ ପାଇ ନଥିଲା । ଏନେଇ ଅତିସ୍‌ ଇନ୍‌ଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ଚାକିରୀ ପାଇଁ ହତ୍ୟାକାରୀ ସାଜିଲା ପୁଅ: ୩୫ ବର୍ଷ ଧରି ହତାସ ହେବା ପରେ ବାପାର ଗଳା କାଟି ହତ୍ୟା କଲା କୁଳାଙ୍ଗାର ପୁଅ

ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର, ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହେଲେ ପାଣୁ ଚରଣ ମଣ୍ଡଳ

କିନ୍ନରଙ୍କ ଆତଙ୍କ ରାଜ: ଫୁଲ ଦୋକାନୀଙ୍କୁ ନିସ୍ତୁକ ପିଟିଲେ, ଟେକି ଫିଙ୍ଗିଦେଲେ…

‘ପ୍ରମେୟ’ ପ୍ରତିନିଧିଙ୍କୁ ପୁଲିସ ହାଜତରେ ଥାର୍ଡ ଡିଗ୍ରୀ: ଏନ୍‍ଏଚ୍‍ଆର୍‌ସିରେ ମାମଲା, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିସନ୍‌ଙ୍କ ନିର୍ଦ୍ଦେଶ

କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ଦକ୍ଷିଣ ଓଡ଼ିଶା ଲିଙ୍କ୍ ମିଳିବା ପରେ ଗଞ୍ଜାମରେ ଚଢ଼ଉ କରୁଛି କଟକ ପୁଲିସ ସ୍ବତନ୍ତ୍ର ଟିମ୍,ଚାଲିଛି ଜୋରଦାର ଛାନ୍‌ଭିନ୍‌