ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟି ନେଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଜାରି

ବ୍ରହ୍ମପୁର ୨୩।୨ : ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟି ନେଲେ ଦୁର୍ବୃତ୍ତ। ଏବେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ। ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ମିଳିଥିବା ସୂଚନାନୁସାରେ, ହୁମ୍ମା ଠାରୁ ରମ୍ଭା ଆସୁଥିବା ବେଳେ ସୁବଳୟା ଗ୍ରାମ ନିକଟରେ ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟି ନେଲେ ଦୁର୍ବୃତ୍ତ। ହୁମ୍ମା ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତଙ୍କଠାରୁ ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ରମ୍ଭା ଥାନାରେ ଛାୟାକାନ୍ତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଛି।