ବାଇକ୍ ଡିକି ଭାଙ୍ଗି ଲୁଟ୍ : ସୁନା ଦୋକାନୀଙ୍କଠାରୁ ନଗଦ ଟଙ୍କା, ସୁନାଗହଣା ନେଇ ଦୁର୍ବୃତ୍ତ ଫେରାର୍‌

ଭଦ୍ରକ ୨୧।୮: ଗାଡି ତିଆରି କରିବା ବାହାନାରେ ଆସିଲେ । ସୁଯୋଗ ଦେଖି ଜଣେ ବାଇକର ଡିକି ଭାଙ୍ଗିଲା ଆଉ ଅନ୍ୟ ଜଣେ ଚୋରାକୁ ସାଙ୍ଗରେ ନେଇଗଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ମାଳଦା ବଜାରରେ ।

ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ମାଳଦା ବଜାରରେ ନସଲାପୁର ଗାଁର ଶ୍ରୀଧର ସାହୁଙ୍କର ଏକ ଅଳଙ୍କାର ଦୋକାନ ଅଛି । ଶ୍ରୀଧର ଦୋକାନ ବନ୍ଦ କରିବା ସମୟରେ ନିଜ ଦୋକାନର ନଗଦ ଟଙ୍କା ସହ ସୁନା ଗହଣା ଏକ ବ୍ୟାଗରେ ନେଇ ଗାଡିର ଡିକିରେ ରଖିଥିଲେ । ତେବେ ଦୁଇ ଜଣ ଅଜଣା ଯୁବକ ଲୁଟରେ ସାମିଲ ଥିବା ସିସିଟିଭିରେ କଏଦ ହୋଇଛି।

ଲୁଟରେ ସମ୍ପୃକ୍ତ ଦୁଇ ଜଣ ଯୁବକ ଏକ ଲାଲ ରଙ୍ଗର ଆପାଚିରେ ଆସି ଜଣେ ଦୋକାନ ପୂର୍ବରୁ ଠିଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଦୋକାନ ନିକଟରେ ଗାଡି ରଖିଛନ୍ତି ଆଉ ଗାଡିର ମରାମତି ବାହାନାରେ ଗ୍ୟାରେଜରେ ଦେଖାଇଛନ୍ତି । କିଛି ସମୟ ପରେ ଅନ୍ୟ ଯୁବକ ଜଣଙ୍କ ବାଇକ୍ ଡିକି ଭାଙ୍ଗି ବ୍ୟାଗ୍ ଆଣିବା ପରେ ଗୋଟିଏ ବାଇକରେ ସାଙ୍ଗ ହୋଇ ପଳାଇଛନ୍ତି । ଭଣ୍ଡାରିପୋଖରୀ ପୋଲିସ ଘଟଣାର ତଦନ୍ତ କରୁଛି ।

   ସମ୍ବନ୍ଧିତ ଖବର


ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର