PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଭୁଜାଲି ଦେଖାଇ ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ୍‌ ଓ ହାତ ଘଣ୍ଟା

ନୀଳଗିରି, ୮/୫: ଯୁବକଙ୍କୁ ଭୁଜାଲି ଦେଖାଇ ଧମକ ଦେବା ସହ ଟଙ୍କା ଓ ମୋବାଇଲ ଛଡ଼ାଇ ନେଲେ ଦୁର୍ବୁତ୍ତ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱରର ନୀଳଗିରି ଅଞ୍ଚଳରୁ। ଏନେଇ ନୀଳଗିରି ଥାନାରେ ମାମଲାରେ ରୁଜ୍ଜୁ ହେବା ପରେ ପୁଲିସ ଘଟଣାରେ ଖୋଳତାଡ଼ ଆରମ୍ଭ କରିବା ସହିତ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରିଛି।

ସୂଚନା ଅନୁସାରେ, ଆଜି ଦିନ ୧୧ ଟା ସମୟରେ ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧିନ ବାହାବଳପୁର ଶିବ ମନ୍ଦିର ପାଖରେ ମାଧବ ସେନାପତିଙ୍କୁ ଧମକ ଦେଇ ଲୁଟ୍‌ କରାଯାଇଥିଲା। ସୋର ଥାନା ଅଧିନ ମୁଗୁନିପୁର ଅଞ୍ଚଳର ହିମାଂଶୁ ସ୍ୱାଇଁ ,ହରିପୁର ଅଞ୍ଚଳର ପ୍ରଦୀପ ମଲ୍ଲିକ ଓ ବିଦୁ ଅଞ୍ଚଳର କଟି ମୁର୍ମୁ ମାଧବଙ୍କୁ ଅଟକାଇ ଧମକ ଦେବା ସହ ଗାଳିଗୁଲଜ ଓ ମାରଧର କରିଥିଲେ।

ଏପରିକି ଭୁଜାଲି ଦେଖାଇ ମାଧବଙ୍କ ତାଙ୍କ ମୋବାଇଲ, ହାତ ଘଣ୍ଟା ଛଡ଼ାଇ ନେଇଥିବାର ମାଧବ ନୀଳିଗିରି ଥାନାରେ ଅଭିଯୋଗ କରିଛନ୍ତି। ମାଧବଙ୍କ କହିବା ଅନୁସାରେ, ବାବୁ ନାମକ ଯୁବକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ଥିଲା। ଆଉ ଏହି ବାବୁ ହିଁ ଏହି ଯୁବକମାନଙ୍କୁ ଲଗାଇ ଏଭଳି କାଣ୍ଡ ଘଟାଇଛି।  ଏଭଳି ଘଟଣାର ଏକ ଭିଡିଓ ଫୁଟେଜ କେହି ଉଠାଇ ଥିବା ବେଳେ ଅଭିଯୋଗ ପାଇ ନୀଳଗିରି ପୁଲିସ ଫୁଟେଜ ଆଧାରରେ ତଦନ୍ତ କରି ହିମାଂଶୁ ଓ ପ୍ରଦୀପକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି।