ପ୍ରମୁଖ ଖବର
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଖଣ୍ଡାରେ ହାଣି ସୁନା-ରୂପା ଲୁଟିନେଲେ ୩ ମୁଖାପିନ୍ଧା ଦୁର୍ବୃତ୍ତ

ପାରାଦୀପ ୧୦।୦୨ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ହସିଣା ଗ୍ରାମରେ ସଶସ୍ତ୍ର ଡକାୟତି। ଖଣ୍ଡାରେ ହାଣି ସୁନା-ରୂପା ଲୁଟିନେଲେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ହସିଣା ଗ୍ରାମର ପ୍ରଶାନ୍ତ ପାଣି ଶୋଇଥିବା ବେଳେ ଗ୍ରୀଲ୍ କାଟି ୩ ଜଣ ମୁଖାପିନ୍ଧା ଯୁବକ ଘରେ ପଶିଥିଲେ। ଘରର ଜିନିଷପତ୍ର ଖେଳାଇବା ବେଳେ ଶୋଇଥିବା ପ୍ରଶାନ୍ତ ଉଠିପଡ଼ି ସେମାନଙ୍କୁ ବିରୋଧ କରିଥିଲେ । ମାତ୍ର ଦୁର୍ବୃତ୍ତମାନେ ହାତରେ ଧରିଥିବା ଖଣ୍ଡାରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ପ୍ରଶାନ୍ତଙ୍କ ବାମ ହାତକୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଦେଇଥିଲେ। ଏହାପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ।

ଏନେଇ ପ୍ରଶାନ୍ତ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ସ୍ଥିତିର ଅନୁଧ୍ୟାନ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆଣି ତଦନ୍ତ କରାଯିବ ବୋଲି କୁଜଙ୍ଗ ଆଇଆଇସି ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.