ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଆମ୍ବ ଗଛରେ ଚଢି ଘରେ ପଶିଲେ ଦୁର୍ବୃତ୍ତ, ମାରଣାସ୍ତ୍ର ଦେଖାଇ ଲୁଟିଲେ ସୁନା ଅଳଙ୍କାର ଓ ଟଙ୍କା

ସୋର, ୧୨।୪: ଘର ପାଖରେ ଥିଲା ଆମ୍ବ ଗଛ। ଏହାର ସୁଯୋଗ ଉଠାଇଲେ ଦୁର୍ବୃତ୍ତ। ଆମ୍ବ ଗଛରେ ଚଢି ଘରେ ପଶିଲେ । ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ଓ ସୁନା। ବାଲେଶ୍ବର ଜିଲା ଖଇରା ବ୍ଲକରେ ଏହିପରି ଘଟଣା ଦେଖିବାକୁ ମିଳିଛି।

{"id":243021,"sizeSlug":"large","linkDestination":"none"}

ଖଇରା ବ୍ଲକ ଗୋଳିହା ପଞ୍ଚାୟତ ମୁଂହଛୁଆଁ ଗ୍ରାମର ଗୟାଧର ବାରିକଙ୍କ ଘର ପାଖରେ ଆମ୍ବ ଗଛ ରହିଛି। ପରିବାର ଲୋକେ ରବିବାର ରାତି ଘରେ ଶୋଇଥିବାବେଳେ ଡକାୟତମାନେ ଆମ୍ବ ଗଛରେ ଚଢି ଛାତ ଉପରକୁ ଯାଇଥିଲେ। ପରେ ସିଡି ବାଟଦେଇ ଘର ଭିତରେ ପଶିଥିଲେ । ପରିବାର ଲୋକଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସମସ୍ତ ଅଳଙ୍କାର ଲୁଟି ନେଇଥିଲେ । ଘର ଠାରୁ ୩୦୦ ମିଟରେ ଦୂରରେ ଅଳଙ୍କାର ଥିବା ବ୍ୟାଗ, ଆଟାଚ ଆଦି ପଡିଥିବା ଦେଖିବାକୁ ମିଳିଛି । ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.