ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଟିଟିଲାଗଡ- ଆଜି ସହରର ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୂର୍ବୁତ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଟିଟିଲାଗଡ ଥାନାରେ ଅଭିଯୋଗ ହୋଇଛି । ସୁଚନାମତେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ହାଟପଦା ପଡ଼ାର ପ୍ରଦୀପ୍ତ କୁମାର ଜେନା ବଜାର ଶାଖାକୁ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ ।
ବ୍ୟାଙ୍କ ସମ୍ମୁଖ ରେ ବାଇକକୁ ଷ୍ଟାଣ୍ଡ ମାରିଥିବା ସମୟ ରେ ସେଠାରେ ଛିଡ଼ା ରହିଥିବା ଦୁଇ ଜଣ ଦୁର୍ବୃତ୍ତ ପ୍ରଦୀପ୍ତ ହାତରେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇଥିଲେ। ସେହି ସମୟ ରେ ପ୍ରଦୀପ୍ତ ଲୁଟେରା ମାନଙ୍କୁ ଘଉଡାଇ ବାଇକ୍ ପଛେ ବସିଥିବା ଦୁର୍ବୃତ କୁ ଧରି ପକାଇଥିବା ବେଳେ ଦୁର୍ବୃତ ତାଙ୍କୁ ଧକ୍କା ମାରିବାକୁ ପ୍ରଦୀପ୍ତ ତଳେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଟଙ୍କା ଭର୍ତ୍ତି ବ୍ୟାଗ୍ କୁ ଧରି ଏକ ବାଇକ୍ ରେ ଫେରାର ମାରିଥିଲେ।
ପରେ ପ୍ରଦୀପ୍ତ ସ୍ଥାନୀୟ ପୋଲିସ ଷ୍ଟେସନ ରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ କୁ ଗ୍ରହଣ କରି ଅଭିଯୁକ୍ତକୁ ଠାବ କରିବା ପାଇଁ ତନାଘନା ଉଦ୍ୟମ ଚଳାଇବା ସହ ବ୍ୟାଙ୍କ ର ସି ସି ଟିଭି ଫୁଟେଜ କୁ ଯାଞ୍ଚ କରିଥିବା ଜଣାଯାଇଛି ।