ରିଲିଜ ହେଲା ‘ଲୁଟକେସର’ ମଜାଦାର ଟ୍ରେଲର, ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଁ ଏତେ…

ମୁମ୍ବାଇ ୧୯/୯: ଏବେ ବଲିଉଡରେ କମେଡି ଫିଲ୍ମର ଜମାନା ଚାଲିଛି । କମେଡି ଫିଲ୍ମ ସମସ୍ତଙ୍କ ଦ୍ୱାରା ଆଦୃତ ହେବା ସହ ବକ୍ସ ଅଫିସରେ ଭଲ ଆୟ କରିପାରୁଛି । ନିକଟରେ ଛିଛୋରେ ଓ ଡ୍ରିମଗର୍ଲ ଫିଲ୍ମ ରିଲିଜ ହେବା ପରେ ଆଉ ଏକ କମେଡି ଫିଲ୍ମ ‘ଲୁଟକେସ୍’ ରିଲିଜ ହୋଇସାରିଛି । ଟ୍ରେଲରରେ କୁଣାଲ ଖେମୁ, ଗଜରାଜ ରାୱ, ବିଜୟ ରାଜ ଭଳି କଳାକାରଙ୍କୁ ଏଥିରେ ଦେଖିବାକୁ ମିଳୁଛି । ଟ୍ରେଲର ଦେଖି ଆପଣ ମଧ୍ୟ ହସକୁ ରୋକିପାରିବେନି ।

ଟ୍ରେଲରରେ ଜଣେ ମିଡିଲ୍ କ୍ଲାସ୍ ମ୍ୟାନ୍ ନନ୍ଦନ କୁମାର(କୁଣାଲ ଖେମୁ)ଙ୍କୁ ୨ ହଜାର ଟଙ୍କିଆ ନୋଟ୍ ଭର୍ତ୍ତି ଏକ ବ୍ୟାଗ୍ ମିଳିଯାଉଛି । ନନ୍ଦନ ଏହା ଜାଣିନାହାଁନ୍ତି ଯେ ଏହି ବ୍ୟାଗ୍ କାହାର ଏବଂ କେମିତି ଆସିଲା  । ମାତ୍ର ପରେ ସେ ଏହି ବ୍ୟାଗ୍ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ଫିଲ୍ମରେ କୁଣାଲ ଖେମୁଙ୍କ  ସହିତ ଗଜରାଜ ରାଓ, ରସିକା ଦୁଗ୍ଗଲ, ରଣବୀର ଶୌରୀ ଓ ବିଜୟ ରାଜ ମଧ୍ୟ ନଜର ଆସିବେ । ଫିଲ୍ମ ରାଜେଶ କୃଷ୍ଣନଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ଫକ୍ସ ଷ୍ଟାର ଷ୍ଟୁଡିଓ ଏବଂ ସୋଡା ଫିଲ୍ମସ ପ୍ରଡକ୍ସନ ଦ୍ୱାରା ନିର୍ମିତ । ଏହି ଫିଲ୍ମ ୧୧ ଅକ୍ଟୋବର ୨୦୧୯ରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ ଅଗ୍ରୱାଲ

ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଚା’ ବଗିଚାରେ ଭୂମିକା

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ

ଦିନେ ଶାହାରୁଖଙ୍କ ପାଇଁ ଗୀତ ଗାଉଥିଲେ ଅଭିଜିତ୍, ଏମିତି କ’ଣ ହେଲା ଯେ ଅଭିନେତାଙ୍କ ପାଇଁ ଗୀତ ଛାଡ଼ିବାକୁ ନେଲେ ନିଷ୍ପତ୍ତି