PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ଚେନ୍ନାଇ ଏକ୍ସପ୍ରେସରେ ଲୁଟ୍, ଯାତ୍ରୀଙ୍କ ଠାରୁ ଚୋରି କଲେ ମା’ଙ୍କ ଅସ୍ଥି କଳସ

ସହାରନପୁର,୧୭।୩: ଉତ୍ତରପ୍ରଦେଶର ସହାରନପୁରରେ ଗତ ଶୁକ୍ରବାର ରାତିରେ ଚେନ୍ନାଇ ଏକ୍ସପ୍ରେସରେ ଲୁଟ ହୋଇଛି। ତେବେ ଲୁଟେରାମାନେ ଯାତ୍ରୀଙ୍କର ସୁନା-ଗହଣା ଲୁଟ୍ କରିବା ସହ ଜଣେ ଯାତ୍ରୀଙ୍କ ମା’ଙ୍କର ଅସ୍ଥି କଳସକୁ ମଧ୍ୟ ଚୋରି କରି ନିଜ ସାଙ୍ଗରେ ନେଇଯାଇଛନ୍ତି। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜିଆରପି ପୋଲିସର ସୂଚନା ଅନୁସାରେ ଚେନ୍ନାଇର ଜଣେ ଯାତ୍ରୀଙ୍କ ତାଙ୍କ ମା’ଙ୍କ ଅସ୍ଥି କଳସକୁ ନେଇ ଯାଉଥିବା ବେଳେ ଲୁଟେରାମାନେ ଏହାକୁ ଚୋରି କରିଦେଇଛନ୍ତି।  ବ୍ୟକ୍ତିଜଣକ ଚୋରଙ୍କୁ ନିଜ ଭାଷାରେ ଅସ୍ଥିକଳସ ଥିବା କଥା କହିଥିଲେ କିନ୍ତୁ ଚୋରମାନେ ବୁଝିପାରିନଥିଲେ।

source: https://aajtak.intoday.in

ଜିଆରପି ପକ୍ଷରୁ କୁହାଯାଇଛି ଚେନ୍ନାଇର ଏହି ପୀଡିତ ଯାତ୍ରୀ ଜଣକ ନିଜର ମା’ଙ୍କ ଅସ୍ଥ କଳସକୁ ଗଙ୍ଗାରେ ବିସର୍ଜନ କରିବାକୁ ହରିଦ୍ବାର ଯାଉଥିଲେ। କିନ୍ତୁ ଚୋରମାନେ କିଛି ଦାମୀ ଜିନିଷ ଥିବା ଭାବି କଳସକୁ ଲୁଟି ନେଇଛନ୍ତି। ଟ୍ରେନରେ ଥିବା ଆଇଆଇଟି ରୁଡକିର ଜଣେ ପ୍ରଫେସରଙ୍କ  ପରିବାର ମହିଳାଙ୍କୁ  ନିକଟରୁ ସୁନା ଚେନ୍ ଏବଂ ମଙ୍ଗଳସୁତ୍ର ସହ ଅନ୍ୟ ଗହଣା ଚୋରାଇ ନେଇଛନ୍ତି। ଉଲ୍ଲେଖନୀୟ ଯେ ଗତ ଶୁକ୍ରବାର-ଶନିବାର ରାତିରେ ସଶସ୍ତ୍ର ଡକାୟକମାନେ ସହାରନପୁର ବାଟ ଦେଇ ଯିବା ପରେ ଚେନ୍ନାଇ ଏକ୍ସପ୍ରେସର ୩ଟି ବଗିରେ ଲୁଟ୍ ହୋଇଥିଲା।