ରାଜଧାନୀରୁ ଚୋର ଗ୍ୟାଙ୍ଗ୍ କାବୁ, ଘରେ ପଶି ମନିପର୍ସ ଚୋରି କରିବା ବେଳେ କାବୁ କଲେ ଘର ମାଲିକ

ଭୁବନେଶ୍ଵର, ୧୮/୦୧ : ରାଜଧାନୀରୁ ଚୋର ଗ୍ୟାଙ୍ଗ୍ କାବୁ। ଭୁବନେଶ୍ଵର ଲକ୍ଷ୍ମୀସାଗର ଚମ୍ପା ପୋଖରୀ ସବରସାହି ଜେନା କଲୋନୀ ନିକଟରୁ ମହିଳା ଚୋର ଗ୍ୟାଙ୍ଗକୁ କାବୁ କଲେ ସ୍ଥାନୀୟ ଲୋକେ।
ସୂଚନାନୁଯାୟୀ, ଲକ୍ଷ୍ମୀସାଗର ଚମ୍ପା ପୋଖରୀ ସବରସାହି ଜେନା କଲୋନୀ ନିକଟରେ ଜଣେ ମହିଳା ୨ ଜଣ ଶିଶୁଙ୍କ ସହ ଜଣଙ୍କ ଘରେ ପଶି ମନିପର୍ସ ଚୋରି କରୁଥିବା ବେଳେ ଘର ମାଲିକ ଧରି ପକାଇଥିଲେ। ଏହାପରେ ସେମାନଙ୍କ ଗାମୁଛା ଭିତରେ ଏକ ମନି ପର୍ସ ଲୁଚାଇ ରଖିଥିବା ଦେଖି ସେ ସ୍ଥାନୀୟ ଲୋକମାନଙ୍କୁ ଡାକି ସେମାନଙ୍କୁ ଅଟକ ରଖିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ପଚରାଉଚୁରା କରୁଛି। ମହିଳାଙ୍କ ସହ ୨ ଜଣ ଶିଶୁ ଅଛନ୍ତି। ସେମାନେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ଲୋକମାନଙ୍କ ଘରେ ପଶି ଚୋରି କରୁଥିବା ଅନୁମାନ କରାଯାଉଛି।