ଆଖିପିଛୁଳାରେ ମହିଳାମାନେ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଗହଣା- ସିସିଟିଭିରେ ଲୁଟ୍‌ର ଦୃଶ୍ୟ କଏଦ

ବେଳେ ବେଳେ ଆଶ୍ଚର୍ଯ୍ୟଜନକ ଲୁଟ୍‌ର ଦୃଶ୍ୟ ଦେଖିବାକୁ ମିଳେ । ଲୁଟେରାମାନେ ଲୁଟ୍‌ ପାଇଁ ବିଭିନ୍ନ ଉପାୟ ଆପଣେଇଥାଆନ୍ତି । ଏବେ ଲୁଟ୍‌ର ଏକ ଏପରି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରିବେ ।

ଗୋଟିଏ ଗହଣା ଦୋକାନକୁ କଳା ବୁର୍ଖା ପିନ୍ଧିଥିବା କିଛି ମହିଳା ଆସିଥିଲେ । ଜଣେ ଦୋକାନିଙ୍କ ସହ କଥାବାର୍ତ୍ତା ହେଉଥିଲେ । ଦୋକାନି ତାଙ୍କୁ ବିଭିନ୍ନ ଡିଜାଇନ୍‌ର ଗହଣା ଦେଖାଉଥିଲେ । କଥାବାର୍ତ୍ତାରେ ମହିଳା ଜଣଙ୍କ ଦୋକାନୀଙ୍କୁ ବ୍ୟସ୍ତ ରଖିଥିଲେ । ଏହି ସମୟରେ ଅନ୍ୟ ଦୁଇଜଣ ମହିଳା ଦୋକାନର ସୋ କେସ୍‌ରେ ହାତ ପୁରାଇ ଗହଣା ଚୋରି କରିଥିଲେ ।

ସେକେଣ୍ଡଙ୍କ ମଧ୍ୟେର ବା ଆଖିପିଛୁଳାକେ ଏମାନେ ଲକ୍ଷ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିଲେ । ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଛୋଟ ଛୋଟ ବାକ୍ସରେ ଥିବା ଅନେକ ଗହଣାକୁ ଏମାନେ ଚୋରି କରି ନେଇଯାଇଥିଲେ । ପରେ ଦୋକାନି ଏହି ଲୁଟ୍‌ ବିଷୟରେ ଜାଣିବା ପାଇଁ ପାଇଥିଲେ ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ