ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ରାଜଧାନୀରେ ମାତିଛନ୍ତି ଲୁଟେରା ଦମ୍ପତି, ସିସିଟିଭି ଫୁଟେଜ ଥିଲେ ବି ଟେର୍ ପାଉନି ପୋଲିସ

ଭୁବନେଶ୍ୱର ୦୮।୦୫ : ଭୁବନେଶ୍ଵରରେ ବୁଲୁଛନ୍ତି ବଣ୍ଟି-ବବଲି। ବିଭିନ୍ନ ଦୋକାନରେ ମାସ୍କ ପିନ୍ଧି ପଶୁଛନ୍ତି। ଆଉ କାରସାଦି କରି ହାତ ସଫେଇ କରୁଛନ୍ତି। କ୍ୟାସ୍ କାଉଣ୍ଟରରୁ ଟଙ୍କା ଧରି ଛୁ ମାରୁଛନ୍ତି। ସବୁଠୁ ବଡ଼ କଥା ହେଲା ଗୋଟିଏ ଦିନରେ ତିନି ତିନୋଟି ଲୁଟ୍ ଉଦ୍ୟମ କରି ୨ଟି ସଫଳ ହୋଇଛନ୍ତି। ଏହି ଘଟଣା ଗୁଡ଼ିକର ସିସିଟିଭି ଫୁଟେଜ ଥିଲେ ମଧ୍ୟ ଏହି ଲୁଟେରା ଦମ୍ପତିଙ୍କ ଟେର ପାଉନି ପୋଲିସ। 

ସୂଚନାନୁଯାୟୀ, ଭୁବନେଶ୍ବରରେ ମାତିଛନ୍ତି ଗ୍ରାହକ ବେଶରେ ଦମ୍ପତି ଲୁଟେରା। ଦିନକ ପୂର୍ବରୁ ଲୁଇସ୍ ରୋଡର ରେବା ଗାର୍ମେଣ୍ଟରୁ ୧୦ ହଜାର ୯୦୦ଟଙ୍କା ଲୁଟ୍ କରିଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାରାହାଙ୍ଗ ଫେଶନ ଇନଷ୍ଟା ନାମକ ଶୋ ରୁମ୍ କୁ ଯାଇ କ୍ୟାସ କାଉଣ୍ଟରରୁ ଟଙ୍କା ନେବାକୁ ଉଦ୍ୟମ କରିଥିଲେ। ହେଲେ ଦୋକାନ କର୍ମଚାରୀ ଆସିବାରୁ ସଫଳ ହୋଇ ପାରିନଥିଲେ। ଠିକ୍ ସେହିଭଳି ଏକ ସାଇକେଲ ମାର୍ଟକୁ ଯାଇ କ୍ୟାସ୍ କାଉଣ୍ଟରରୁ ମହିଳା ଜଣଙ୍କ କ୍ୟାସ୍ ନେଇ ଯାଉଛନ୍ତି। ଏହିଭଳି ଭାବରେ ଗୋଟିଏ ଦିନରେ ତିନି ତିନୋଟି ଲୁଟ୍ ଉଦ୍ୟମ କରି ୨ଟି ସଫଳ ହୋଇଛନ୍ତି। ତେବେ ଏହି ଘଟଣା ଗୁଡ଼ିକର ସିସିଟିଭି ଫୁଟେଜ ଥିଲେ ମଧ୍ୟ ଏହି ଲୁଟେରା ଦମ୍ପତିଙ୍କ ଟେର ପାଉନି ପୋଲିସ। 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.