
ଭୁବନେଶ୍ୱର – ଅପରାଧ ନିୟନ୍ତ୍ରଣ ପାଇଁ ରାଜଧାନୀରେ ବିଭିନ୍ନ ଅଞ୍ଚଳରେ ସିସିଟିଭି କ୍ୟାମେରା ଲାଗିଛି । ଏଥିପାଇଁ କ୍ୟାମେରା ନିକଟରେ ବ୍ୟାଟେରୀ ରହିଛି । ବ୍ୟାଟେରୀର ଦାମ ବେଶ୍ ଅଧିକ । ଏକଥା ଲୁଟେରା ଜାଣିବାପରେ ବିଭିନ୍ନ ଅଞ୍ଚଳରୁ ବ୍ୟାଟେରୀ ଚୋରି କରୁଥିଲେ । ଏବେ ପୁଲିସ ପଞ୍ଚାରେ ତିନି ଚୋର ।
ଏମାନେ ପ୍ରାୟ ବିଳମ୍ବିତ ରାତିରେ ଏହି ବ୍ୟାଟେରୀ ଗୁଡିକ ଚୋରି କରୁଥିଲେ। ଲକ୍ଡାଉନ୍ ସମୟେର ଚଳାଚଳ କମ୍ ଥିବାରୁ ବିଭିନ୍ନ ସ୍ଥାନରୁ ଏମାନେ ବ୍ୟାଟେରୀକୁ ଚୋରି କରୁଥିଲେ । ଏମାନଙ୍କ କାରନାମା ବି ସିସି ଟିଭିରେ କଏଦ ହୋଇଥିଲା । ପରେ ପୁଲିସ ଏମାନଙ୍କୁ ଧରିବାରେ ସଫଳ ହୋଇଛି ।
ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଥିବା ପ୍ରାୟ ୨୭ଟି ସ୍ଥାନରୁ ଏମାନେ ବ୍ୟାଟେରୀ ଚୋରି କରିଥିଲେ । ଲୁଟେରାମାନଙ୍କ ନାମରେ ବିଭିନ୍ନ ଥାନାରେ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି । ପୁଲିସ ଏମାନଙ୍କୁ ଗିରଫକରିବା ପରେ କୋର୍ଟ ଚାଲାଣ କରିଛି ।