PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନିଶା ନିବାରଣ କେନ୍ଦ୍ର ନାଁରେ ଲୁଟୁଛନ୍ତି -ନିଶାମୁକ୍ତ କରିବାକୁ ଦିଆଯାଉଛି ନିର୍ଯାତନା ,କାମ କରୁନି ଆଇନ କାନୁନର ଅଙ୍କୁଶ

ଭୁବନେଶ୍ୱରର ବ୍ୟୁରୋ): ୨୦୧୯ । କଳିଙ୍ଗ ବିହାରରେ ଥିବା ସିଏଫଆଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେବା ଅଭିଯୋଗ ହେଲା । ପରିବାର ଲୋକେ ଥାନା ଠାରୁ ଆରମ୍ଭ କରି କ୍ରାଇମ ବ୍ରାଞ୍ଚ ଅଫିସ ଯାଏଁ ଧାଇଁଲେ । ହେଲେ ନ୍ୟାୟ ମିଳିଲା ନାହିଁ । ଗତ କିଛି ମାସ ତଳେ ଜଣେ ଯୁବକଙ୍କୁ
ବରମୁଣ୍ଡାରୁ ଏକ ନିଶା ନିବାରଣ କେନ୍ଦ୍ରର ଲୋକ ଫିଲ୍ମ ଷ୍ଟାଇଲରେ ଅପହରଣ କରିନେବା ଅଭିଯୋଗ ହେଲା । ମାତ୍ର ସଂପୃକ୍ତ ନିଶା ନିବାରଣ କେନ୍ଦ୍ରର ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ।

ଇଏ କେବଳ ଗୋଟିଏ କି ଦୁଇଟି ଘଟଣା ନୁହେଁ, ନିଶା ନିବାରଣ କେନ୍ଦ୍ରରେ ନିଶାମୁକ୍ତ କରିବାକୁ ନିଶା କବଳିତ ବ୍ୟକ୍ତିଙ୍କୁ ନିର୍ଯାତନା ମିଳୁଛି । ହେଲେ ଏଥିରେ ଅଙ୍କୁଶ ଲଗାଇବାକୁ କେହି ନାହାନ୍ତି ।


ଯୁବ ପିଢ଼ିଙ୍କ ମଧ୍ୟରେ ନିଶା ସେବନ ବୃଦ୍ଧି ପାଉଥିଲାବେଳେ ଏବେ ନିଶା ନିବାରଣ କେନ୍ଦ୍ର ଏକ ଭଲ ବ୍ୟବସାୟରେ ପରିଣତ ହୋଇଛି । ବିଭିନ୍ନ ସ୍ଥାନରେ ମାଳ ମାଳ ନିଶା ନିବାରଣ କେନ୍ଦ୍ର ଖୋଲୁଛି । ନିଶାଖୋର ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିଶାମୁକ୍ତ କରି ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ ଏମାନେ ଡିଣ୍ଡିମ
ପିଟୁଛନ୍ତି । ଆଉ ଏହାରି ବାହାନାରେ ସଂପୃକ୍ତ ନିଶା ଖାଉଥିବା ବ୍ୟକ୍ତିଙ୍କ ପରିବାରଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଛନ୍ତି । ମାତ୍ର ପୀଡ଼ିତଙ୍କୁ ନିଶାମୁକ୍ତ
କରିପାରୁନାହାନ୍ତି । ନିଶା ନିବାରଣ କେନ୍ଦ୍ରରେ ପୀଡ଼ିତଙ୍କୁ ଅକଥନୀୟ ନିର୍ଯାତନା ବି ଦିଆଯାଉଛି । ମୁହଁ ଖୋଲିଲେ ମାଡ଼ ମରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଥାନାରେ ଅଭିଯୋଗ ହେଲେ ପୁଲିସ ମଧ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରୁନି । ରାଜଧାନୀ ଓ ଏହାର ଆଖପାଖ ଅଂଚଳରେ ଥିବା ନିଶା
ନିବାରଣ କେନ୍ଦ୍ର ଗୁଡ଼ିକର ଏମିତି ବ୍ୟବସ୍ଥା ସଂପର୍କରେ ଅନେକ ଅଭିଯୋଗ ପରେ ବି ଏହା ଉପରେ ଅଙ୍କୁଶ ଲଗାଇବା ବ୍ୟବସ୍ଥା ଆପଣାଉ ନାହିଁ ପ୍ରଶାସନ । ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଘଟାଉଥିବା ସଂସ୍ଥାର ନିର୍ଦ୍ଦେଶକମାନେ ଆଇନକୁ ଅଖିଠାର ମାରି ଖସିଯାଉଥିବା ନଜିର ରହିଛି । ଜାଲ
କାଗଜପତ୍ର ଜରିଆରେ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୁଲିସକୁ ଅନ୍ଧାରରେ ରଖି ନାଁ ପରିବର୍ତ୍ତନ କରି ପୁଣି ନୂଆ ନୂଆ ନିଶାନିବାରଣ କେନ୍ଦ୍ର ପ୍ରତିଷ୍ଠା
କରୁଥିବା ଅଭିଯୋଗ ହୋଇଛି ।