PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଟ୍ରକ୍ ଡ୍ରାଇଭରଙ୍କ ଝିଅ ପାଇଲେ ୧୮ଟି ପଦକ ସହ ଭେଟେରିନାରୀ ଡିଗ୍ରୀ, ଗର୍ବର ସହ ବାପାଙ୍କ ଆଖିରୁ ଝରିଲା ଆନନ୍ଦାଶ୍ରୁ

ଚେନ୍ନାଇ, ୧୨|୧୨:  ବାପା ବୃତ୍ତିରେ ଟ୍ରକ ଡ୍ରାଇଭର। କିନ୍ତୁ ନିଜ କେବେ ହେଲେ ଝିଅର ପାଠପଢାରେ ଅଙ୍କୁଶ ଲାଗିବାକୁ ଦେଇ ନାହାଁନ୍ତି। କଷ୍ଟ କରି ଝିଅକୁ ପାଠ ପଢାଇଛନ୍ତି। ଯାହାର ଫଳ ସ୍ୱରୂପ ଝିଅ ଆଜି ବାପାଙ୍କ ସ୍ୱପ୍ନକୁ ସାକାର କରି ପରିବାର ପାଇଁ ସୁନାମ ଆଣିଦେଇଛି। ଏହା ହେଉଛି ଜି. ଅନ୍ଧାନୀଙ୍କ କାହାଣୀ।

ତାମିଲନାଡୁର କାଳାପନାକେନପଟ୍ଟିର ରହୁଥିବା ଜି. ଅନ୍ଧାନୀଙ୍କ ପିଲାଦିନ ଅତି କଷ୍ଟରେ କଟିଥିଲା। କିନ୍ତୁ ତାଙ୍କ ପିତା ପଢିବା ପାଇଁ ପ୍ରେରଣା ଦେଇ ଚାଲିଥିଲେ। ଏହି ବାବଦରେ ଅନ୍ଧାନୀ କହିଛନ୍ତି ଯେ, ତାଙ୍କ ପରିବାର କୁକୁଡା ଓ ଛେଳିଙ୍କୁ ପାଳନ କରୁଥିଲା। କିନ୍ତୁ ହଠାତ କେତେକ ଛେଳି ଓ କୁକୁଡା ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଯାହା ତାଙ୍କୁ ବିବ୍ରତ କରିଥିଲା। ସେ ଏହି ଗୃହ ପାଳିତ ପଶୁଙ୍କୁ ବଂଚାଇ ପାରିବେ ବୋଲି ଭାବିଥିଲେ। ଏହାପରେ ତାଙ୍କର ପ୍ରାଣୀ ଚିକିତ୍ସା ବିଜ୍ଞାନ ପ୍ରତି ରୁଚି ବଢିଥିଲା। ଏହା ମଧ୍ୟରେ ତାଙ୍କର ବିବାହ ମଧ୍ୟ ହୋଇଥିଲା। ବିବାହ ପରେ ସେ ପ୍ରାଣୀ ଚିକିତ୍ସା ବିଷୟରେ ନାମ ଲେଖାଇଥିଲେ। ତେବେ କ୍ଲାସରେ ସେ ଜଣେ ସଫଳ ଛାତ୍ରୀଭାବେ ପରିଚୟ ପାଇଥିଲେ।

ସେ କ୍ଲାସକୁ ପାଠପଢି ଯିବା ବେଳେ ତାଙ୍କ ଶିଶୁ ପୁତ୍ରଙ୍କୁ ମା’ ଓ ବାପାଙ୍କ ପାଖରେ ଛାଡି ଯାଉଥିଲେ। ସେମାନେ ହିଁ ଶିଶୁଟିର ଦେଖାଶୁଣା କରୁଥିଲେ।

ଅନ୍ଧାନୀଙ୍କୁ ତାମିଲନାଡୁର ପ୍ରାଣୀ ଚିକିତ୍ସା ଓ ବିଜ୍ଞାନ ସମ୍ମିଳନୀରେ ୧୮ଟି ପଦକ ସହ ଡିଗ୍ରୀ ପ୍ରଦାନ କରାଯାଇଛି। ସେ ପଦକ ଗ୍ରହଣ କରୁଥିବା ବେଳେ ତଳେ ଉପସ୍ଥିତ ଥିବା ତାଙ୍କ ପିତା ଓ ମାତା ଗର୍ବର ସହ ଝିଅର ନାମ ନେଇଥିଲେ। ସେମାନଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡିଥିଲା।